ସୋଶାଲ ମିଡିଆ ହିରୋ କିଲି ପଲଙ୍କୁ ମରଣାନ୍ତକ ଆକ୍ରମଣ

ନୂଆଦିଲ୍ଲୀ: ତାଞ୍ଜେନିଆର ସୋଶାଲ ମିଡିଆରେ ଷ୍ଟାର କିଲି ପଲ୍‌। ତାଙ୍କୁ କିଏ ବା ନଜଣେ। ସେ ନିଜ ଖାସ ଅନ୍ଦାଜରେ ତାଙ୍କ ଫ୍ୟାନ୍‌ମାନଙ୍କୁ ପ୍ରତିଦିନ ମନୋରଞ୍ଜନ କରି ହୃଦୟ ଜିତି ନିଅନ୍ତି। ପ୍ରାୟତଃ ତାଙ୍କ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥାଏ। ଏପରିକି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ସୋସାଲ ମିଡିଆ ବ୍ଲଗର କିଲି ପଲ୍‌ଙ୍କ ପ୍ରଶଂସା କରିସାରିଛନ୍ତି। ଏବେ ତାଙ୍କ ସହ ଘଟିଛି ଅଘଟଣ। ତାଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ। ରିପୋର୍ଟ ଅନୁଯାୟୀ, ତାଞ୍ଜେନିଆ […]

kili-paul-1

kili-paul-1

Madhupriya Mistry
  • Published: Monday, 02 May 2022
  • Updated: 02 May 2022, 11:51 AM IST

Sports

Latest News

ନୂଆଦିଲ୍ଲୀ: ତାଞ୍ଜେନିଆର ସୋଶାଲ ମିଡିଆରେ ଷ୍ଟାର କିଲି ପଲ୍‌। ତାଙ୍କୁ କିଏ ବା ନଜଣେ। ସେ ନିଜ ଖାସ ଅନ୍ଦାଜରେ ତାଙ୍କ ଫ୍ୟାନ୍‌ମାନଙ୍କୁ ପ୍ରତିଦିନ ମନୋରଞ୍ଜନ କରି ହୃଦୟ ଜିତି ନିଅନ୍ତି। ପ୍ରାୟତଃ ତାଙ୍କ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥାଏ। ଏପରିକି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ସୋସାଲ ମିଡିଆ ବ୍ଲଗର କିଲି ପଲ୍‌ଙ୍କ ପ୍ରଶଂସା କରିସାରିଛନ୍ତି। ଏବେ ତାଙ୍କ ସହ ଘଟିଛି ଅଘଟଣ। ତାଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ।

ରିପୋର୍ଟ ଅନୁଯାୟୀ, ତାଞ୍ଜେନିଆ ବାସିନ୍ଦା କିଲିଙ୍କ ଉପରେ ୫ରୁ ୬ ଜଣ ଅଜ୍ଞାତ ବ୍ୟକ୍ତି ଛୁରୀ ଏବଂ ଲାଠିରେ ଆକ୍ରମଣ କରିଛନ୍ତି। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ସୋସିଆଲ ମିଡିଆରେ କିଲି ନିଜେ ତାଙ୍କ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି । ଫଟୋ ଓ ଭିଡିଓ ଶେୟାର କରି ସେ ଏ ବିଷୟରେ ଜଣାଇଛନ୍ତି। କିଲି କହିଛନ୍ତି ଯେ, 'ମୁଁ ଭିଡିଓ କରୁଥିବା ବେଳେ କିଛି ବ୍ୟକ୍ତି ମୋ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ।'

India.com | Top Latest News from India, USA and Top national Breaking News  stories News

ସୂଚନା ମୁତାବକ, ତାଙ୍କୁ ଲାଠି ଓ ଛୁରୀ ଆକ୍ରମଣ କରାଯାଇଛି। ଏହାପରେ ସେ ସଙ୍ଗେ ସଙ୍ଗେ ନିକଟସ୍ଥ ହସ୍ପିଟାଲ ଯାଇ ଚିକିତ୍ସା କରାଇଥିଲେ। ତାଙ୍କ ଆଙ୍ଗୁଠି ଓ ଡାହାଣ ହାତରେ ଆଘାତ ଲାଗିଛି। ଅଧିକ ଗୁରୁତର ହୋଇନଥିଲେ ମଧ୍ୟ ବର୍ତ୍ତମନା ତାଙ୍କ ଅବସ୍ଥା ଠିକ୍‌ ନାହିଁ। ତାଙ୍କ ଆଙ୍ଗୁଠିରେ ୫ଟି ଷ୍ଟିଚ୍‌ ପଡିଛି।

ଏହି ପୂରା ଘଟଣାକୁ ସେ ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି। ସେ ଲେଖିଛନ୍ତି, 'ଲୋକେ ମୋର ସଫଳତାକୁ ସହ୍ୟ କରିପାରୁନାହାନ୍ତି। ଏଥିପାଇଁ ମୋତେ ତଳକୁ ଖସାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଯିଏ ସଚ୍ଚୋଟ ତା'ର କିଛି ହୁଏନି। ଭଗବାନଙ୍କ ଆଶୀର୍ବାଦ ମୋ ଉପରେ ଅଛି ସେଥିପାଇଁ ମୁଁ ସଫଳତା ପାଉଛି। ମୁଁ ଯେପରି ଖୁବ ଶୀଘ୍ର ଆରୋଗ୍ୟ ଲାଭ କରିବି ସେଥିଲାଗି ମୋ ପାଇଁ ପ୍ରାର୍ଥନା କରନ୍ତୁ।'

କିଲି ଏବେ ସୋଶାଲ ମିଡିଆରେ ଜଣେ ପପୁଲାର ଫେସ୍‌। ତାଙ୍କ ଡ୍ୟାନ୍ସ ଭିଡିଓ ଯୋଗୁଁ ବିଶ୍ୱବ୍ୟାପୀ ବେଶ୍ ସେ ଫେମସ ହୋଇଛନ୍ତି। କେବଳ ସାଧାରଣ ଜନତା ନୁହଁନ୍ତି ପିଏମ ମୋଦି ମଧ୍ୟ କିଲିଙ୍କ ଡ୍ୟାନ୍ସ ଦ୍ୱାର ବେଶ୍ ପ୍ରଭାବିତ ହୋଇଥିଲେ। ମନ କି ବାତ କାର୍ଯ୍ୟକ୍ରମରେ ତାଙ୍କର ଭୂରି ଭୂରି ପ୍ରଶଂସା କରିଥିଲେ ମୋଦି।

 

View this post on Instagram

 

A post shared by NEMA KILI (@neemakilipaul)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos