ରବିବାର ଛୁଟି ମାଗିବାରୁ ହାତରୁ ଚାଲିଯାଇଥିଲା ଦୁଇଟି ଶୋ’

ମୁମ୍ବାଇ: ‘କ୍ୟୁଁ କୀ ଶାଶ୍ ଭି କଭି ବହୂ ଥି’, ‘କସୌଟି ଜିନ୍ଦେଗୀ କେ’, ‘କାହାନୀ ଘର୍ ଘର୍‌ କୀ’, ‘ତିନ୍ ବହୂ ରାନିଆଁ’ ଓ ‘ବଡେ ଅଚ୍ଛେ ଲଗ୍‌ତେ ହେଁ’ ଭଳି  ଧାରାବାହିକରେ ଅଭିନୟ କରିଛନ୍ତି ଶୁଭାବୀ ଚୌକସୀ। ଏବେ ସେ ‘ବଡେ ଅଚ୍ଛେ ଲଗ୍‌ତେ ହେଁ ୨’ରେ ଅଭିନୟ କରୁଛନ୍ତି। ସେ ତାଙ୍କ କାମ ପାଇଁ ପୂରା ସମର୍ପିତ। କିନ୍ତୁ ସେ କାମକୁ ଯେତିକି ଗୁରୁତ୍ୱ ଦିଅନ୍ତି, ତାଙ୍କ ପରିବାରର ବି ସେତିକି ଯତ୍ନ […]

Shubhaavi

Shubhaavi

Jitendra Garnayak
  • Published: Saturday, 14 May 2022
  • Updated: 14 May 2022, 05:31 PM IST

ମୁମ୍ବାଇ: ‘କ୍ୟୁଁ କୀ ଶାଶ୍ ଭି କଭି ବହୂ ଥି’, ‘କସୌଟି ଜିନ୍ଦେଗୀ କେ’, ‘କାହାନୀ ଘର୍ ଘର୍‌ କୀ’, ‘ତିନ୍ ବହୂ ରାନିଆଁ’ ଓ ‘ବଡେ ଅଚ୍ଛେ ଲଗ୍‌ତେ ହେଁ’ ଭଳି  ଧାରାବାହିକରେ ଅଭିନୟ କରିଛନ୍ତି ଶୁଭାବୀ ଚୌକସୀ। ଏବେ ସେ ‘ବଡେ ଅଚ୍ଛେ ଲଗ୍‌ତେ ହେଁ ୨’ରେ ଅଭିନୟ କରୁଛନ୍ତି। ସେ ତାଙ୍କ କାମ ପାଇଁ ପୂରା ସମର୍ପିତ। କିନ୍ତୁ ସେ କାମକୁ ଯେତିକି ଗୁରୁତ୍ୱ ଦିଅନ୍ତି, ତାଙ୍କ ପରିବାରର ବି ସେତିକି ଯତ୍ନ ନିଅନ୍ତି। ଖାସ୍ ସେଥିପାଇଁ ସେ ସପ୍ତାହରେ ଗୋଟିଏ ଦିନ ଶୁଟିଂରୁ ଛୁଟି ନିଅନ୍ତି। ପୁଣି ଅନ୍ୟ କୌଣସି ଦିନ ନୁହେଁ, ସେ ରବିବାର ହିଁ ଛୁଟି ନିଅନ୍ତି। ତେବେ ଏଥିପାଇଁ ତାଙ୍କୁ ବେଶ୍ କଷ୍ଟ କରିବାକୁ ପଡ଼ିଛି। ଶୋ’ ମେକର୍ସ ଓ ନିର୍ଦ୍ଦେଶକଙ୍କୁ ଛୁଟି ପାଇଁ ରାଜି କରାଇବା ତାଙ୍କ ପାଇଁ ଏତେ ସହଜ ହୋଇନି। ଏମିତିକି ସେ ରବିବାର ଛୁଟି ମାଗିବା ଯୋଗୁ ତାଙ୍କ ହାତରୁ ଦୁଇଟି ଶୋ’ ଚାଲିଯାଇଥିଲା। ସେ ନିଜେ ଏ କଥା କହିଛନ୍ତି।

ଶୁଭାବୀ କହିଛନ୍ତି, ମୁଁ ଯେତେବେଳେ କାମ ଆରମ୍ଭ କଲି ରବିବାର ଶୁଟିଂ କରୁଥିଲି। କିନ୍ତୁ ମୋ ପୁଅ ହେବା ପରେ ମୁଁ ସ୍ଥିର କଲି ସପ୍ତାହରେ ଗୋଟିଏ ଦିନ ତାକୁ ଓ ସ୍ୱାମୀଙ୍କୁ ଦେବି। ପରିବାର, ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କ ସହିତ ସମୟ ବିତାଇବା ମୋ ପାଇଁ ବହୁତ ଜରୁରୀ। ତେଣୁ ୨୦୧୨ରୁ ମୁଁ ରବିବାର ଛୁଟି ନେବା ଆରମ୍ଭ କଲି।

ସେ କହିଛନ୍ତି, ସପ୍ତାହରେ ଗୋଟିଏ ଦିନ ଶୁଟିଂରେ ଅନୁପସ୍ଥିତ ରହିବା ବା ଛୁଟି ନେବା ମୋ ପାଇଁ ଏତେ ସହଜ ନଥିଲା। ଯେତେବେଳେ ମୁଁ ଶୋ’ର ମେକର୍ସ ବା ନିର୍ଦ୍ଦେଶକମାନଙ୍କୁ ରବିବାର ଛୁଟି ନେବା ବିଷୟରେ କହୁଥିଲି ସେମାନେ ଏମିତି କେମିତି ହେବ ବୋଲି କହୁଥିଲେ। କିନ୍ତୁ ମୁଁ ସେମାନଙ୍କୁ ବୁଝାଉଥିଲି ଓ ମୋ କଣ୍ଟ୍ରାକ୍ଟରେ ଛୁଟି କଥା ଉଲ୍ଲେଖ କରିବାକୁ କହୁଥିଲି। ବହୁତ ନିର୍ମାତା ମୋ ଛୁଟି ଆବଶ୍ୟକତାକୁ ବୁଝିଥିଲେ ଓ ସହଯୋଗ କରିଥିଲେ। ତେବେ ରବିବାର ଛୁଟି ମାଗିବା ଯୋଗୁ ମୋ ହାତରୁ ଦୁଇଟି ଶୋ’ ଚାଲି ଯାଇଥିଲା। ମୁଁ ବି ସେମାନଙ୍କ ଅବସ୍ଥା ବୁଝୁଛି। କିନ୍ତୁ ମୁଁ ମୋ ପରିବାର ସହିତ ସପ୍ତାହରେ ଗୋଟିଏ ଦିନ ବିତାଇବାକୁ ଚାହୁଁଛି।

ଶୁଭାବୀ କହିଛନ୍ତି ଟେଲିଭିଜନ ଇଣ୍ଡଷ୍ଟ୍ରୀରେ ସମସ୍ତଙ୍କୁ ସପ୍ତାହରେ ଗୋଟିଏ ଦିନ ଛୁଟି ଦେବା ଏକ ନିୟମ ହେବା ଉଚିତ୍। ବିଶେଷ କରି ସମସ୍ତେ ରବିବାର ଦିନ ଛୁଟି ନେବା କଥା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story