ପୁଣି ରୁପେଲି ପରଦାରେ ଜାୟରା, ଫିଡ଼ିକିଲେ ଦର୍ଶକ

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ୍’ର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଦୀର୍ଘଦିନ ପରେ ପ୍ରିୟଙ୍କା ଏହି ଫିଲ୍ମ ଜରିଆରେ ବଲିଉଡ୍‌କୁ ଫେରିଛନ୍ତି। ପ୍ରିୟଙ୍କାଙ୍କ ଫ୍ୟାନ୍‌ଙ୍କ ପାଇଁ ଏକ କୌଣସି ବଡ଼ ଉପହାରଠୁ କମ୍‌ ନୁହେଁ। ଫିଲ୍ମରେ ପ୍ରିୟଙ୍କାଙ୍କ ସହ ଫରହାନ୍ ଅଖତର୍ ଓ ରୋହିତ ଶରଫ ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି। ହେଲେ ଫିଲ୍ମରେ ନଜର ଆସୁଥିବା ଜାୟରା ୱସିମ୍‌ଙ୍କୁ ଦେଖି ଦର୍ଶକ ଖୁସି ହେବା ପରିବର୍ତ୍ତେ ଫିଡ଼ିକି ଯାଇଛନ୍ତି। […]

priyanka

priyanka

Chinmayee Roy
  • Published: Tuesday, 10 September 2019
  • Updated: 10 September 2019, 02:21 PM IST

Sports

Latest News

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ୍’ର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଦୀର୍ଘଦିନ ପରେ ପ୍ରିୟଙ୍କା ଏହି ଫିଲ୍ମ ଜରିଆରେ ବଲିଉଡ୍‌କୁ ଫେରିଛନ୍ତି। ପ୍ରିୟଙ୍କାଙ୍କ ଫ୍ୟାନ୍‌ଙ୍କ ପାଇଁ ଏକ କୌଣସି ବଡ଼ ଉପହାରଠୁ କମ୍‌ ନୁହେଁ। ଫିଲ୍ମରେ ପ୍ରିୟଙ୍କାଙ୍କ ସହ ଫରହାନ୍ ଅଖତର୍ ଓ ରୋହିତ ଶରଫ ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି। ହେଲେ ଫିଲ୍ମରେ ନଜର ଆସୁଥିବା ଜାୟରା ୱସିମ୍‌ଙ୍କୁ ଦେଖି ଦର୍ଶକ ଖୁସି ହେବା ପରିବର୍ତ୍ତେ ଫିଡ଼ିକି ଯାଇଛନ୍ତି।

କିଛିଦିନ ପୂର୍ବରୁ ଧର୍ମକୁ ଆଧାର କରି ଜାୟରା ବଲିଉଡ୍‌ର ଫିଲ୍ମି ଦୁନିଆରୁ ବିଦାୟ ନେଇଥିଲେ। ସେ ନିଜ ସୋଶାଲ୍ ମିଡିଆ ଆକାଉଣ୍ଟରେ ଏକ ଲମ୍ବା ଚଉଡ଼ା ପୋଷ୍ଟ ଲେଖି ଅଭିନୟ ଛାଡ଼ିବା କଥା ଘୋଷଣା କରିଥିଲେ। ଯାହାକୁ ନେଇ ସୋଶାଲ୍‌ ମିଡିଆରେ ଝଢ଼ ସୃଷ୍ଟି ହୋଇଥିଲା। ଧର୍ମକୁ ଆଳ କରି ଜାୟରାଙ୍କର ଏଭଳି ନିଷ୍ପତ୍ତି ବହୁ ଲୋକଙ୍କ ପସନ୍ଦ ହୋଇନଥିଲା। ହେଲେ ଏବେ ଖବର ଆସୁଛି ଯେ ଜାୟରା ‘ଦ ସ୍କାଇ ଇଜ୍‌ ପିଙ୍କ୍’ର ଟରୋଣ୍ଟୋ ହେବାକୁ ଥିବା ପ୍ରିମିୟରରେ ସାମିଲ ହୋଇପାରନ୍ତି। ଅବଶ୍ୟ ଏହା ସତ କି ମିଛ ଜଣାପଡ଼ିନାହିଁ, କିନ୍ତୁ ଦର୍ଶକମାନେ ଟ୍ରେଲର୍‌ ରିଲିଜ୍ ହେବା ପରେ ଲଗାତାର ଭାବେ ଜାୟରାଙ୍କୁ ଟ୍ରୋଲ୍‌ କରିଚାଲିଛନ୍ତି।

https://twitter.com/shivaskyyadav/status/1171286926432718848

ଜଣେ ୟୁଜର ଲେଖିଛନ୍ତି, ‘ଇଏ ସେହି ଜାୟରା ୱସିମ୍‌ ଯିଏ ଆଲ୍ଲାହଙ୍କ ନାଁରେ ଫିଲ୍ମରୁ ଦୂରେଇଯିବା କଥା କହିଥିଲେ। ଏବେ ସେ ପୁଣି ଫେରିଆସିଛନ୍ତି। ଏସବୁ କ’ଣ କେବଳ ପବ୍ଲିସିଟି ଷ୍ଟଣ୍ଟ ଥିଲା, ଏବେ କୁଆଡ଼େ ଗଲା ଜାୟରା ୱସିମ୍‌ଙ୍କ ଇସଲାମ୍?’

https://twitter.com/AmitAkr7/status/1171286832950104064

ଆଉଜଣେ ୟୁଜର ଲେଖିଛନ୍ତି, ‘ମୁଁ ‘ଦ ସ୍କାଇ ଇଜ୍‌ ପିଙ୍କ୍’ ଫିଲ୍ମ ଦେଖିବାକୁ ଯିବିନାହିଁ। କାରଣ ଏହି ଫିଲ୍ମରେ ଜିହାଦି ଜାୟରା ୱସିମ୍ ଅଛନ୍ତି। ଆପଣମାନେ ଜାୟରା ୱସିମ୍‌ଙ୍କୁ ଦେଖିବାକୁ ଯାଉଛନ୍ତି କି?’

https://www.instagram.com/p/BzUBXYrlsml/?utm_source=ig_web_copy_link

ସୂଚନା ଯୋଗ୍ୟ, କିଛି ମାସ ପୂର୍ବରୁ ଜାୟରା ସୋଶାଲ ମିଡିଆରେ ଏକ ଲମ୍ବା ଚଉଡ଼ା ପୋଷ୍ଟ ଲେଖି ବଲିଉଡ୍‌ ଛାଡ଼ିବା କଥା ଘୋଷଣା କରିଥିଲେ। ସେ ଲେଖିଥିଲେ ଯେ ସେ ଏହି କାମରୁ ଖୁସି ନାହାନ୍ତି କାରଣ ଏହା ତାଙ୍କ ଧର୍ମ ଓ ତାଙ୍କ ମଧ୍ୟରେ ଦୂରତା ଆଣୁଛି। ସେ ଯେଉଁସବୁ ଜିନିଷକୁ ସମୟ ଦେଉଛନ୍ତି ଓ ଯେଉଁଥିପାଇଁ ଏତେ ପରିଶ୍ରମ କରୁଛନ୍ତି ଓ ଯେଉଁ ନୂଆ ଲାଇଫଷ୍ଟାଇଲ୍ ଆପଣେଇବାକୁ ଚେଷ୍ଟା କରୁଛନ୍ତି ସେଥିରେ ସେ ହିଟ୍‌ ତ ହୋଇଯିବେ ହେଲେ ଏସବୁ ଜିନିଷ ପାଇଁ ସେ ଜନ୍ମ ହୋଇନାହାନ୍ତି।

‘ଦ ସ୍କାଇ ଇଜ୍‌ ପିଙ୍କ୍’ରେ ପ୍ରିୟଙ୍କା ଜାୟରାଙ୍କ ମା’ ଭୂମିକାରେ ଅଭିନୟ କରିଛନ୍ତି। ଫ୍ୟାମିଲି ଡ୍ରାମାକୁ ବେସ୍ କରି ତିଆରି ହୋଉଥିବା ଏହି ଫିଲ୍ମର ନିର୍ଦ୍ଦେଶନା ସୋନାଲି ବୋଷ ଦେଇଛନ୍ତି। ଫିଲ୍ମଟି ସେପ୍ଟେମ୍ବର ୧୩ରେ କାନାଡାର ଟରୋଣ୍ଟୋ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ। ଭାରତରେ ଏହି ସିନେମା ଅକ୍ଟୋବର ୧୧ ରେ ପରଦାକୁ ‌ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos