ଏହି କାରଣରୁ ଏମାନେ ରହିଥିଲେ ଅବିବାହିତ

ମୁମ୍ବାଇ: ଫିଲ୍ମ ଜଗତରେ ଅନେକ ସମୟରେ ଅଭିନେତାଙ୍କ ପ୍ରେମ ସମ୍ପର୍କକୁ ନେଇ ବହୁତ ଚର୍ଚ୍ଚା ହୋଇଥାଏ। ଏଥିରେ କିଛି ସତ ଥିବା ବେଳେ କିଛି ମିଛ ଥାଏ। କାହା ପ୍ରେମ ସଫଳ ହୋଇଥାଏ ତ କାହାର ବିଫଳ। ଏଭଳି ଅନେକ ଅଭିନେତା ବା ଅଭିନେତ୍ରୀ ଅଛନ୍ତି ଯିଏ ପ୍ରେମ ସମ୍ପର୍କକୁ ନେଇ ସାରା ଜୀବନ କୁଆଁରା ବା କୁଆଁରୀ ରହିଯାଇଛନ୍ତି। ଆସନ୍ତୁ ଜାଣିବା ଏମିତି ଦୁଇ କଳାକାରଙ୍କ ସମ୍ପର୍କରେ ଯିଏ ପ୍ରେମ କଲେ ସତ ହେଲେ ସାର ଜୀବନ ଅବିବାହିତ ରହିଗଲେ।

ବି-ଟଉନ୍‌ରେ ସବୁଠୁ ସିରିଏସ୍ ଅଭିନେତା ସଞ୍ଜୀବ କୁମାର। ତାଙ୍କର ବ୍ୟକ୍ତିଗତ ଜୀବନ ବେଶ୍ ରୋମାଣ୍ଟିକ ଥିଲା। ଡ୍ରିମ୍‌ଗାର୍ଲ ହେମାମାଳିନୀଙ୍କୁ ହୃଦୟ ଦେଇ ବସିଥିଲେ ସଞ୍ଜୀବ। ସେ ହେମାଙ୍କୁ ପ୍ରପୋଜ ମଧ୍ୟ କରିଥିଲେ। ହେଲେ ହେମା ତାଙ୍କ ପ୍ରପୋଜାଲକୁ ରିଜେକ୍ଟ କରିଦେଇଥିଲେ। ଅର୍ଥାତ ହେମା, ସଞ୍ଜୀବଙ୍କୁ ବିବାହ କରିବାକୁ ମନା କରି ଦେଇଥିଲେ। ଏଥିରେ ଖୁବ ଭାଙ୍ଗି ପଡିଥିଲେ ସଞ୍ଜୀବ।

୭୦ରୁ ୮୦ ଦଶକର ଜଣାଶୁଣା ଅଭିନେତ୍ରୀ ଓ ସିଙ୍ଗର ସୁଲକ୍ଷଣା ପଣ୍ଡିତ, ସଞ୍ଜୀବ କୁମାରଙ୍କ ସହ ଫିଲ୍ମ ‘ଉଲଝନ୍‌’ରେ କାମ କରିଥିଲେ। ସଞ୍ଜୀବଙ୍କ ସିରିୟସ ନେଚର୍‌ ତାଙ୍କୁ ବହୁତ ଆକର୍ଷିତ କରିଥିଲା। ସେ ଜାଣିଥିଲେ ସଞ୍ଜୀବଙ୍କ ହୃଦୟରେ ହେମାମାଳିନୀ ଅଛନ୍ତି। ଏହା ସତ୍ତ୍ୱେ ସୁଲକ୍ଷଣା ନିଜକୁ ଅଟକାଇ ପାରି ନଥିଲେ।

ପ୍ରଥମେ ସୁଲକ୍ଷଣାଙ୍କ ପ୍ରେମ ଏକ ତରଫା ଥିଲା। ହେଲେ ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ଵ ହୋଇଯାଇଥିଲା। ପରେ ସୁଲକ୍ଷଣା ସଞ୍ଜୀବଙ୍କୁ ପ୍ରପୋଜ କରିଥିଲେ। ହେଲେ ସଞ୍ଜୀବ ଏହାକୁ ଗ୍ରହଣ କରି ନଥିଲେ। ଏଥିରେ ସୁଲକ୍ଷଣା ଭାଙ୍ଗି ଯାଇ ଫିଲ୍ମ ଦୁନିଆ ଛାଡି ଦେଇଥିଲେ। କେବଳ ଫିଲ୍ମ ନୁହେଁ ବାହାର ଦୁନିଆ ସହ ସମ୍ପର୍କ କାଟି ଦେଇ ନିଜ ମାଆଙ୍କ ସହ ଏକ ଫ୍ଲାଟରେ ରହିବାକୁ ଲାଗିଲେ। ଏମିତି ହେଲା ଧିରେ ଧିରେ ସେ ଡିପ୍ରେସନ୍‌କୁ ଚାଲିଯାଇଥିଲେ ଓ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ୧୯୯୯ରେ ଏକ ସାକ୍ଷାତକାର ବେଳେ ନିଜେ ସୁଲକ୍ଷଣା ଏ କଥା ସ୍ୱୀକାର କରିଥିଲେ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ସଞ୍ଜୀବଙ୍କୁ ହେମାମାଳିନୀଙ୍କ ପ୍ରେମ ମିଳି ନଥିଲା। ଏଥିପାଇଁ ସେ ସୁଲକ୍ଷଣାକ ଭଲ ପାଇବାକୁ ଗ୍ରହଣ କରି ନଥିଲେ। ସୁଲକ୍ଷଣା ମଧ୍ୟ ସଞ୍ଜୀବଙ୍କ ଛଡା ଆଉ କାହା ବିଷୟରେ ଭାବୁ ନଥିଲେ। ସଞ୍ଜୀବ ତାଙ୍କ ପ୍ରେମ ନିବେଦନକୁ ପ୍ରତ୍ୟାଖାନ କରିବା ପରେ ସେ ଭାଙ୍ଗି ପଡିଥିଲେ। ଦୁହିଁଙ୍କ ପ୍ରେମ ସେମାନଙ୍କ ପାଇଁ ଅମର ଥିଲା। ଏଥିପାଇଁ ବୋଧ ହୁଏ ଉଭୟ ସାରା ଜୀବନ ଅବିବାହିତ ରହି ଯାଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।