‘ତୁମ ବିନ୍‌୨’ର ଆଇଟମ୍ ଗୀତରେ ନାଚିବେ ମୌନୀ ରୟ

ମୁମ୍ବାଇ: ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କ ‘ତୁମ ବିନ୍‌୨’ର ଏକ ଆଇଟମ୍ ନମ୍ବର ରିଲିଜ ହୋଇଯାଇଛି। ଏହି ଆଇଟମ୍ ଗୀତରେ ଟିଭି ଧାରାବାହିକ ‘ନାଗୀନ୍‌’ରେ ଲିଡ୍‌ କରୁଥିବା ନାଗୀନ୍‌ ମାନେ ମୌନୀ ରୟ ଡ୍ୟାନ୍ସ କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଗୀତକୁ ୪,୬୨୨,୧୫୦ ଥର ଦେଖା ସରିଲାଣି। ମୌନୀ ରୟ ଜଣେ ଭଲ ଅଭିନେତ୍ରୀ ସହ ଜଣେ ଭଲ ଡ୍ୟାନସର ଏହି କଥା ଖୁବ୍ କମ୍ ଦର୍ଶକ ଜାଣିଛନ୍ତି। ପୂର୍ବରୁ ମୌନୀ ନିଜ ଡ୍ୟାନ୍ସର କିଛି ଝଲକ ଧାରାବାହିକ ‘ନାଗୀନ୍‌’ରେ ତାଣ୍ଡବ କରି ଦେଖେଇ ଦେଇଛନ୍ତି। ଏହି ଗୀତଟି ପୁରୁଣା  ପଞ୍ଜାବୀ ହିଟ୍ ନମ୍ବର ‘ନଚନା ନି ଔନ୍ଦାଗ’ ର ରିମିକ୍ସ ଭର୍ସନ ଅଟେ।