ତିନି ଦିନ ଡାକ୍ତରଖାନାରେ ରହିଲେ ଧର୍ମେନ୍ଦ୍ର

ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ ଭେଟେରାନ୍ ଆକ୍ଟର ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ତାଙ୍କୁ ଡେଙ୍ଗୁ ହୋଇଥିଲା। ଏଥିପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସୂଚନା ଅନୁଯାୟୀ, ତାଙ୍କ ଦେହ ଧୀରେ ଧୀରେ ଭଲ ହେଲାଣି। ସେଥିପାଇଁ ତାଙ୍କୁ ଡାକ୍ତରଖାନାରୁ ମଧ୍ୟ ଡିସ୍‌ଚାର୍ଜ କରି ଦିଆଯାଇଛି। ଡାକ୍ତରଖାନାରେ ତାଙ୍କ ସହିତ ତାଙ୍କ ବଡ଼ ପୁଅ ସନି ଦେଓଲ ଥିଲେ। କୁହାଯାଉଥିଲା, ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେବା ପରେ ଧର୍ମେନ୍ଦ୍ର ତାଙ୍କ ଫାର୍ମ ହାଉସ୍‌ରେ ରହିବେ। କାରଣ ସେ ସେଠାରେ […]

Dharmendra1

Dharmendra1

Jitendra Garnayak
  • Published: Wednesday, 09 October 2019
  • Updated: 09 October 2019, 02:12 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ ଭେଟେରାନ୍ ଆକ୍ଟର ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ତାଙ୍କୁ ଡେଙ୍ଗୁ ହୋଇଥିଲା। ଏଥିପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସୂଚନା ଅନୁଯାୟୀ, ତାଙ୍କ ଦେହ ଧୀରେ ଧୀରେ ଭଲ ହେଲାଣି। ସେଥିପାଇଁ ତାଙ୍କୁ ଡାକ୍ତରଖାନାରୁ ମଧ୍ୟ ଡିସ୍‌ଚାର୍ଜ କରି ଦିଆଯାଇଛି। ଡାକ୍ତରଖାନାରେ ତାଙ୍କ ସହିତ ତାଙ୍କ ବଡ଼ ପୁଅ ସନି ଦେଓଲ ଥିଲେ।

କୁହାଯାଉଥିଲା, ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେବା ପରେ ଧର୍ମେନ୍ଦ୍ର ତାଙ୍କ ଫାର୍ମ ହାଉସ୍‌ରେ ରହିବେ। କାରଣ ସେ ସେଠାରେ ରହିବାକୁ ଭଲ ପା’ନ୍ତି। କିନ୍ତୁ ସେ ଏବେ ସେଠାକୁ ଯିବେ ନାହିଁ ବୋଲି ଜଣାପଡ଼ିଛି। ପୂରା ସୁସ୍ଥ ହେଲେ ଯାଇ ସେ ସେଠାକୁ ଯିବେ।

ପ୍ରାୟ ୬୦ ବର୍ଷ ହେଲାଣି ଧର୍ମେନ୍ଦ୍ର ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅଛନ୍ତି। ତାଙ୍କର ପ୍ରଥମ ଫିଲ୍ମର ନାଁ ‘ଦିଲ୍ ଭି ତେରା ହମ୍‌ ଭି ତେରେ ସେ’। ୧୯୬୦ରେ ଏହା ରିଲିଜ୍ ହୋଇଥିଲା। ‘ଶୋଲେ’, ‘ଚୁପ୍‌କେ ଚୁପ୍‌କେ’, ‘ବ୍ଲାକ୍‌ମେଲ୍‌’ ଓ ‘ୟାଦୋଁ କୀ ବାରାତ୍‌’ ଭଳି ଅନେକ ହିଟ୍ ଫିଲ୍ମରେ ସେ କାମ କରିଛନ୍ତି। ଗତବର୍ଷ ତାଙ୍କୁ ‘ୟମ୍‌ଲା ପଗ୍‌ଲା ଦିୱାନା: ଫିର୍‌ ସେ’ରେ ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos