୪୦ଟି ସ୍କ୍ରିନ୍ ଟେଷ୍ଟ ଓ ୧୭ଟି ମେକ୍ଅପ୍‌ ଟେଷ୍ଟ ପରେ ଏହି ଅଭିନେତ୍ରୀଙ୍କୁ ମିଳିଥିଲା ସୁଯୋଗ

ମୁମ୍ବାଇ: ବଲିଉଡ୍‌ରେ ସଫଳତା ପାଇବା ଏତେ ସହଜ ନୁହେଁ। ସଫଳ ହେବା ପାଇଁ କଳାକାରମାନଙ୍କୁ କେତେ ଯେ କମର କସିବାକୁ ପଡିଥାଏ ତାହା କେବଳ ତାକୁ ହିଁ ଜଣା। ଆମେ ସେମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ କହୁଛୁ  ଯିଏ ପ୍ରଥମ ରୋଲ ପାଇଁ ୪୦ଟି ସ୍କ୍ରିନ୍ ଟେଷ୍ଟ ଓ ୧୭ଟି ମେକ୍‌ଅପ୍‌ ଟେଷ୍ଟ ଦେଇଥିଲେ। ଜାଣିଛନ୍ତି ସେ ଅଭିନେତ୍ରୀ ଜଣକ କିଏ? ସେ ହେଉଛନ୍ତି ଡର୍ଟି ଗର୍ଲ ବିଦ୍ୟା ବାଲନ। ନିଜ ଫିଲ୍ମ କ୍ୟାରିୟରରେ ସେ ଅନେକ […]

bidya

bidya

Rakesh Mallick
  • Published: Tuesday, 05 December 2017
  • Updated: 05 December 2017, 10:12 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ରେ ସଫଳତା ପାଇବା ଏତେ ସହଜ ନୁହେଁ। ସଫଳ ହେବା ପାଇଁ କଳାକାରମାନଙ୍କୁ କେତେ ଯେ କମର କସିବାକୁ ପଡିଥାଏ ତାହା କେବଳ ତାକୁ ହିଁ ଜଣା। ଆମେ ସେମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ କହୁଛୁ  ଯିଏ ପ୍ରଥମ ରୋଲ ପାଇଁ ୪୦ଟି ସ୍କ୍ରିନ୍ ଟେଷ୍ଟ ଓ ୧୭ଟି ମେକ୍‌ଅପ୍‌ ଟେଷ୍ଟ ଦେଇଥିଲେ। ଜାଣିଛନ୍ତି ସେ ଅଭିନେତ୍ରୀ ଜଣକ କିଏ? ସେ ହେଉଛନ୍ତି ଡର୍ଟି ଗର୍ଲ ବିଦ୍ୟା ବାଲନ। ନିଜ ଫିଲ୍ମ କ୍ୟାରିୟରରେ ସେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ଫିଲ୍ମରେ ବାସ୍ତବତାର ରଙ୍ଗ ଦିଆଯିବା ତାଙ୍କ ଠାରୁ ଅଧିକ କେହି ଜାଣିନଥିବେ। କିନ୍ତୁ ସଫଳତା ପାଇବା ପାଇଁ ତାଙ୍କୁ ଅନେକ କଷ୍ଟ କରିବାକୁ ପଡିଛି।

26VidyaBalan.jpg.image.975.568କହିଲେ ବିଶ୍ୱାସ ହେବନି ଏମିତି ସମୟ ଥିଲା ଯେବେ ବିଦ୍ୟାଙ୍କୁ ଗୋଟିଏ ପରେ ଗୋଟିଏ ୧୨ ଟି ଫିଲ୍ମରୁ କାଢି ଦିଆଯାଇଥିଲା। ବାରମ୍ବାର  ଫିଲ୍ମରୁ କଢା ଯିବାରୁ ସାଉଥର ଜଣେ ନିର୍ଦ୍ଦେଶକ ତାଙ୍କୁ ଅପଦସୀ ଓ ଅନ୍ୟଜଣେ ନିର୍ଦ୍ଦେଶକ ତାଙ୍କୁ ଅସୁନ୍ଦରୀ ବୋଲି କହିଥିଲେ।  ଏସବୁ କଥା ବିଦ୍ୟାଙ୍କୁ ବହୁତ କଷ୍ଟ ଦେଉଥିଲା। ସେ ଭାଙ୍ଗି ପଡୁଥିଲେ ବି ନିଜ ଭିତରେ ଲଢିବାକୁ ସାହସ ଜୁଟାଉଥିଲେ। ସେଥିପାଇଁ ଆଜି ସେ ଜାତୀୟ ଫିଲ୍ମ ପୁରସ୍କାରଠୁ ନେଇ ୫ଟି ଫିଲ୍ମ ଫେଆର ଆୱାର୍ଡ, ୫ଟି ସ୍କ୍ରିନ୍‌ ଓ ଭାରତ ସରକାରଙ୍କ ଦ୍ଵାରା ପଦ୍ମଶ୍ରୀ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି।

କେମିତି ହୋଇଥିଲା କ୍ୟାରିୟର ଆରମ୍ଭ: କେରଳର ଏକ ଛୋଟ ସହରରୁ ଆସିଥିବା ବିଦ୍ୟା ପିଲାବେଳୁ ଅଭିନେତ୍ରୀ ହେବାକୁ ଚାହୁଁଥିଲେ। ଶାବନା ଆଜମୀ ଓ ମାଧୁରୀ ତାଙ୍କର ଖୁବ୍‌ ପସନ୍ଦ। ପ୍ରଥମେ ତାଙ୍କ ପରିବାର  ଲୋକ ଏହି କଥାକୁ ଏତେ ଗମ୍ଭୀର ଭାବେ ନେଇ ନଥିଲେ। ପରେ ତାଙ୍କ ଇଚ୍ଛାକୁ ଦେଖି ପରିବାର ଲୋକ ଖୁବ୍‌ ସପୋର୍ଟ କରିଥିଲେ। ୧୬ ବର୍ଷ ବୟସରେ ଟିଭି ଶୋ’ ‘ହମ୍‌  ପାଞ୍ଚ ସେ’ରେ ଅଭିନୟ କରିଥିଲେ। ଏହାପରେ ଇଉଫୋରିଆର ଏକ ମ୍ୟୁଜିକ୍‌ ଭିଡିଓରେ ନଜର ଆସିଥିଲେ। ଏହି ମ୍ୟୁଜିକ ଭିଡ଼ିଓ ଓ ଛୋଟ ରୋଲ ପାଇଁ ତାଙ୍କୁ ୩ ବର୍ଷ ଅପେକ୍ଷା କରିବାକୁ ପଡିଥିଲା।

vidya-balan-ପ୍ରଥମ ବ୍ରେକ୍: ଆଜିଠୁ ୧୨ ବର୍ଷ ପୂର୍ବରୁ ତାଙ୍କ ଫିଲ୍ମ ‘ପରିଣିତା’ ରିଲିଜ୍‌ ହୋଇଥିଲା। ସେହି ଫିଲ୍ମରେ ତାଙ୍କ ଅଭିନୟକୁ ଖୁବ୍‌ ପ୍ରଶଂସା ମିଳିଥିଲା।  ଏକ ଭର୍ସାଟାଇଲ୍‌ ଅଭିନେତ୍ରୀ ଭାବେ ସେ ନିଜକୁ ଅନେକ ଥର ପ୍ରମାଣିତ କରିଛନ୍ତି। କିନ୍ତୁ ଏକଥା ଖୁବ୍‌ କମ୍‌ ଲୋକ ଜାଣିଥିବେ ବିଦ୍ୟାଙ୍କ ପ୍ରଥମ ରୋଲ୍‌ ପାଇଁ  ତାଙ୍କୁ ୪୦ଟି ସ୍କ୍ରିନ୍‌ ଟେଷ୍ଟ ସହ ୧୭ଥର ମେକ୍‌ଅପ୍‌ ସୁଟ୍‌ କରିବାକୁ ପଡିଥଲା।  ହୁଏତ ତାଙ୍କୁ ଫଳ ଟିକେ ଡେରିରେ ମିଳିଲା। କିନ୍ତୁ ସଫଳତା ପାଇବା ପରେ ହିନ୍ଦି ଫିଲ୍ମ ଜଗତର ଜଣେ ଦକ୍ଷ ଅଭିନେତ୍ରୀର ପରିଭାଷାକୁ ସେ ବଦେଳେଇ ଦେଇଥିଲେ। ତାଙ୍କର ଅଭିନିତ ‘ଡାର୍ଟି ପିକ୍‌ଚର’ ଖୁବ୍‌ ସଫଳ ହୋଇଥିଲା। ପରେ ସେ ଅନେକ ହିଟ୍‌ ଫିଲ୍ମତରେ କାମ କରିଛନ୍ତି। ୨୦୧୨ରେ ସେ ଜଣାଶୁଣା ଫିଲ୍ମ  ନିର୍ଦ୍ଦେଶକ ସିଦ୍ଧାର୍ଥ ରାୟ କପୁରଙ୍କୁ ବିବାହ କରିଥିଲେ।୧୨ ବର୍ଷ କ୍ୟାରିୟରରେ ସେ ୧୨ରୁ ଅଧିକ ଆୱାର୍ଡ ପାଇଛନ୍ତି। ନିକଟରେ ତାଙ୍କ ଫିଲ୍ମ ‘ତୁମ୍‌ହାରୀ ସୁଲ୍ଲୁ’ ପାଇଁ ତାଙ୍କୁ ଶ୍ରେଷ୍ଟ ଅଭିନେତ୍ରୀ (କ୍ରିଟିକ୍ସ) ଆୱାର୍ଡ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos