ବାହାଘରକୁ ଭାଇଙ୍କୁ ଡାକି ନଥିଲେ ଅନୁଷ୍କା: କ’ଣ ହୋଇପାରେ କାରଣ ?

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବାହାଘର ୧୧ ଡିସେମ୍ବରକୁ ସରିଯାଇଛି। ସେମାନେ ଇଟାଲିରେ ବିବାହ କରିବା ପରେ ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏବେ ଏହି ବିବାହ ବଲିଉଡ୍‌ ହେଉ କି କ୍ରିକେଟ ଜଗତ ଓ ସବୁଠୁ ଅଧିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ସାଜିଛି। ବିବାହକୁ ନେଇ ଏକ ଆଶ୍ଚର୍ଯ୍ୟ କଥା ଜଣାପଡିଛି। ଅନୁଷ୍କା ନିଜ ଭାଇ କହୁଥିବା ନକୁଲ ମେହେତାଙ୍କୁ ଏହି ବିବାହ […]

viru

viru

Rakesh Mallick
  • Published: Friday, 15 December 2017
  • Updated: 15 December 2017, 11:25 AM IST

Sports

Latest News

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବାହାଘର ୧୧ ଡିସେମ୍ବରକୁ ସରିଯାଇଛି। ସେମାନେ ଇଟାଲିରେ ବିବାହ କରିବା ପରେ ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏବେ ଏହି ବିବାହ ବଲିଉଡ୍‌ ହେଉ କି କ୍ରିକେଟ ଜଗତ ଓ ସବୁଠୁ ଅଧିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ସାଜିଛି। ବିବାହକୁ ନେଇ ଏକ ଆଶ୍ଚର୍ଯ୍ୟ କଥା ଜଣାପଡିଛି। ଅନୁଷ୍କା ନିଜ ଭାଇ କହୁଥିବା ନକୁଲ ମେହେତାଙ୍କୁ ଏହି ବିବାହ ଉତ୍ସବକୁ ଡାକି ନଥିଲେ।

ଷ୍ଟାର ପ୍ଲସ୍‌ରେ ପ୍ରସାରିତ ଧାରବାହିକ ‘ଇସ୍କବାଜ୍‌’ର ଅଭିନେତା ହେଉଛନ୍ତି ନକୁଲ ମେହେତା। ବାହାଘରର ଗୋଟେ ଦିନ ପରେ ଏହି ବିବାହ ବିଷୟରେ ତାଙ୍କୁ ଜଣାପଡିଥିଲା। ସେ ଏହି ଖବର ଜାଣିବା ପରେ ଖୁବ୍‌ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

କଥା ହେଉଛି ୟୁଟ୍ୟୁବ୍‌ର ଏକ ଭିଡିଓରେ ଅନୁଷ୍କାଙ୍କୁ ନକୁଲ ତାଙ୍କ ଭଉଣୀ କହିଥିଲେ। ନକୁଲ ତାଙ୍କ ନିଜ ଭାଇ ନ ହେଲେ ବି ସଂପର୍କିୟ ଭାଇ। ଯେମିତି ନକୁଲଙ୍କୁ ଏହି ବିବାହ ବିଷୟରେ ଜଣା ପଡିଥିଲା ସେ ଟ୍ଵିଟରରେ ନିଜ ପ୍ରତିକ୍ରିୟା ଦେଇଥିଲେ।

ନକୁଲ ଲେଖିଥିଲେ,‘‘ମୁଁ ଜାଣିବାକୁ ପାଇଲି ମୋ ଭଉଣୀ ଓ ଭିଣୋଇଙ୍କ ବାହାଘର ହୋଇଯାଇଛି, ଏହି ନୂଆ ଆରମ୍ଭ ପାଇଁ ମୁଁ ଦୁହିଁଙ୍କୁ ଅଭିନନ୍ଦନ ଜଣାଉଛି’’।

ନକୁଲ ଏତିକିରେ ରହି ନଥିଲେ ଏକ ୱେବ୍‌ସାଇଟ୍‌ରେ ଲେଖିଥିଲେ, ଡେରିରେ ରିପ୍ଲାଏ ଦେଇଥିବାରୁ ମୁଁ ଦୁଃଖିତ, ରାକ୍ଷୀ ପାଇଁ ଆଡ୍‌ଭାନ୍ସ ଗିଫ୍ଟ ଆଣିବାକୁ ଯାଇଥିଲି’’।

କିନ୍ତୁ ଅନୁଷ୍କା ନକୁଲଙ୍କୁ କାହିଁକି ଡାକି ନଥିଲେ ଏନେଇ କିଛି ଜଣାପଡିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos