ନିଶ୍ଚିତ ମୃତ୍ୟୁରୁ ବର୍ତ୍ତିଯାଇଥିବା ଏହି ସେଲିବ୍ରିଟିଙ୍କୁ ଆପଣ ଜାଣନ୍ତି କି ?

ମୁମ୍ବାଇ: ଜୀବନ, ମୃତ୍ୟୁ। ଏମିତି ଦୁଇଟି ଶବ୍ଦ ଯାହା ସମ୍ପର୍କରେ ଆମ ସମସ୍ତେ ଶୁଣିଛେ ଆଉ ଜାଣିଛେ ମଧ୍ୟ। ହେଲେ ଥରେ ଚିନ୍ତାକଲେ ଯଦି କେବଳ ମୃତ୍ୟୁ କଥା ଆପଣଙ୍କୁ କୁହାଯିବ ! ଡିରିଯିବେ ନା ? ଠିକ୍‌ ସେମାନେ ବି ସେଦିନ ଡରିଯାଇଥିବେ। ହେଲେ ମୃତ୍ୟୁ ତାଙ୍କୁ କେବଳ ଛୁଇଁ ଚାଲି ଯାଇଥିଲା। ସାଥିରେ ନେଇ ନ ଥିଲା। ଏମିତି କିଛି ମୃତ୍ୟୁଞ୍ଜୟୀ ବଲିଉଡ୍‌ ସେଲିବ୍ରେଟିଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା।       ପ୍ରିତୀ ଜିଣ୍ଟା: ପ୍ରିତୀ […]

marana

Rakesh Mallick
  • Published: Sunday, 18 March 2018
  • , Updated: 18 March 2018, 07:20 PM IST

ମୁମ୍ବାଇ: ଜୀବନ, ମୃତ୍ୟୁ। ଏମିତି ଦୁଇଟି ଶବ୍ଦ ଯାହା ସମ୍ପର୍କରେ ଆମ ସମସ୍ତେ ଶୁଣିଛେ ଆଉ ଜାଣିଛେ ମଧ୍ୟ। ହେଲେ ଥରେ ଚିନ୍ତାକଲେ ଯଦି କେବଳ ମୃତ୍ୟୁ କଥା ଆପଣଙ୍କୁ କୁହାଯିବ ! ଡିରିଯିବେ ନା ? ଠିକ୍‌ ସେମାନେ ବି ସେଦିନ ଡରିଯାଇଥିବେ। ହେଲେ ମୃତ୍ୟୁ ତାଙ୍କୁ କେବଳ ଛୁଇଁ ଚାଲି ଯାଇଥିଲା। ସାଥିରେ ନେଇ ନ ଥିଲା। ଏମିତି କିଛି ମୃତ୍ୟୁଞ୍ଜୟୀ ବଲିଉଡ୍‌ ସେଲିବ୍ରେଟିଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା।      

ପ୍ରିତୀ ଜିଣ୍ଟା: ପ୍ରିତୀ ଦୁଇଥର ମରଣ ମୁହଁରେ ଫେରିଛନ୍ତି। ପ୍ରଥମଥର ସେ ଯେବେ ଏକ କୋଲମ୍ୱୋ ଇଭେଣ୍ଟରେ ଯାଇଥିଲେ। ଦ୍ୱିତୀୟ ଥର ସେ ଯେବେ ଥାଇଲାଇଣ୍ଡକୁ ହଲିଡ଼େ ପାଇଁ ଯାଇଥିଲେ।  ସେଠାରେ ସେ ବମ୍ ବ୍ଲାଷ୍ଟର ଶିକାର ହୋଇ ଦୁଇ ଦୁଇ ଥର ଜୀବନ ବଞ୍ଚାଇ ଫେରିଛନ୍ତି।

 

 

 

 

 

 

 

 

 

 

 

 

 

 

 

 

ହେମାମାଳିନୀ: ୨୦୧୫ରେ ହେମା ଏକ ବହୁତ ବଡ଼ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ତାଙ୍କ ଆଖି ଫୁଟିଯାଇଥାନ୍ତା। କିନ୍ତୁ ସେ ବର୍ତ୍ତି ଯାଇଥିଲେ।

ସୈଫ ଅଲ୍ଲୀ ଖାନ୍‌: ଫିଲ୍ମ ‘କ୍ୟା କେହେନା’ର ସୁଟିଂ ସମୟରେ  ସୈଫ୍‌ଙ୍କ ମୁଣ୍ଡରେ ଏକ ପଥର ବାଜିଥିଲା। ଏଥିରେ ତାଙ୍କ ମୁଣ୍ଡରେ ଅନେକ ଆଘାତ ଲାଗିଥିଲା। ଏକ ସାକ୍ଷତକାରରେ ସେ ଏହି ଦୁର୍ଘଟଣା କଥା ମନେ ପକାଇ କହିଥିଲେ। ଏହା ତାଙ୍କ ଜୀବନର ସବୁଠୁ ବଡ଼ ଦୁର୍ଘଟଣା ଥିଲା।

ସନ୍ନିଲିଓନୀ: ୨୦୧୭ମେ ମାସରେ ସନ୍ନି ଲିଓନୀ ଏକ ପ୍ଲେନ୍‌ କ୍ରାସର ଶିକାର ହେବାରୁ ବଞ୍ଚିଯାଇଥିଲେ। ସନ୍ନି ନିଜ ପ୍ରାଇଭେଟ୍‌ ପ୍ଲେନ୍‌ରେ ଥିଲେ। ସେଥିରେ ତାଙ୍କ ସ୍ୱାମୀ ଡେନିୟଲ ୱେବର ଓ କିଛି ଟିମ୍‌ ମେମ୍ବର ମଧ୍ୟ ଯାଉଥିଲେ।  ମହାରାଷ୍ଟ୍ରର ଏକ ଗ୍ରାମାଞ୍ଚଳରେ  ତାଙ୍କ ପ୍ଲେନ୍‌ର ଦୁର୍ଘଟଣା ହୋଇଥିଲା।  ପାଇଲଟ ନିଜ ବୁଦ୍ଧି ଖଟାଇ ଏହି ନିଶ୍ଚିତ ମୃତ୍ୟୁରୁ ସନ୍ନିଙ୍କୁ ବଞ୍ଚାଇ ଦେଇଥିଲେ।

ସୋନୁ ସୁଦ୍‌: ସୋନୁ ବି ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ। ଥରେ ତାଙ୍କ ‘ଅଡ଼ି Q7’ରେ ନିଆଁ ଲାଗି ଯାଇଥିଲା।  ସେ ସମୟରେ ସେ ନିଜ କାରରୁ ବାହାରକୁ ବାହାରି ଯାଇଥିଲେ। ଆଉ ମରଣ ମୁହଁରୁ ବର୍ତ୍ତି ଯାଇଥିଲେ।

ସେଲିନା ଜେଟଲି: ଏକଦା ସେଲିନା ସାଉଥ୍‌ ଇଣ୍ଡିଆନ୍‌ ଫିଲ୍ମ ‘ଶ୍ରୀମତୀ’ର ସୁଟିଂ ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ। ସୁଟିଂ ସମୟରେ ସେ ନିଜ ଆଉଟ୍‌ ଫିଟ୍‌ ପିନ୍ଧି ଛିଡ଼ା ହୋଇଥାନ୍ତି। ଠିକ୍ ସେହି ସମୟରେ କ୍ୟାମେରା ବଗି ଟ୍ରୋଲି ସହ ତାଙ୍କ ଉପରେ ପଡ଼ିଯାଇଥାନ୍ତା। ସେ ସମୟରେ ଜଣେ କ୍ୟାମେରା ଆସିଷ୍ଟାଣ୍ଟ ତାଙ୍କୁ ବଞ୍ଚେଇ ଦେଇଥିଲେ।

ଜାୟରା ୱାସିମ୍‌: ଜାୟରା ନିଜ ବନ୍ଧୁମାନଙ୍କ ସହ କାରରେ ଯାଉଥିଲା ବେଳେ ଡ୍ରାଇଭର ନିଜ ନିୟନ୍ତ୍ରଣ ହରାଇ ଥିଲେ। ସେହି ଦୁର୍ଘଟଣାରେ ଜାୟରା ବହୁ କଷ୍ଟରେ ନିଜକୁ ବଞ୍ଚେଇଥିଲେ।

Related story