କାହାକୁ ଅଧିକ ଭଲ ପାଉଛନ୍ତି ରେଖା: ଅମିତାଭ ନା ଆଉ କିଏ ଅଛି ହୃଦୟରେ

ମୁମ୍ବାଇ: ଯଦି ଆପଣଙ୍କୁ ପଚରା ଯିବ ରେଖାଙ୍କ ହୃଦୟରେ କିଏ ଅଛି, ଆପଣଙ୍କ ପାଟିରୁ ନିଶ୍ଚିତ ବାହାରି ଆସିବ ବିଗ୍‌ବି ଅମିତାଭ ବଚ୍ଚନ। କାରଣ ଅମିତାଭ ଓ ରେଖାଙ୍କ ପ୍ରେମ କାହାକୁ ଅଛପା ନାହିଁ। ଅମିତାଭ ଜୟାଙ୍କୁ ବିବାହ କରିଗଲେ, ହେଲେ ନିଜ ପ୍ରେମକୁ ହୃଦୟରେ ସାଇତି ସାରା ଜୀବନ ଅବିବାହିତ ରହିଗଲେ ରେଖା। ଏହା ମଧ୍ୟରେ ଦୀର୍ଘ ବର୍ଷ ବିତି ଯାଇଛି, ହେଲେ ବଲିଉଡର ଏହି ପ୍ରେମୀ ଯୋଡ଼ିଙ୍କୁ ନେଇ କଥା ସରୁନାହିଁ। ହେଲେ ଆଜି […]

Rekha-profile

Rekha-profile

Rakesh Mallick
  • Published: Tuesday, 05 December 2017
  • Updated: 05 December 2017, 03:14 PM IST

Sports

Latest News

ମୁମ୍ବାଇ: ଯଦି ଆପଣଙ୍କୁ ପଚରା ଯିବ ରେଖାଙ୍କ ହୃଦୟରେ କିଏ ଅଛି, ଆପଣଙ୍କ ପାଟିରୁ ନିଶ୍ଚିତ ବାହାରି ଆସିବ ବିଗ୍‌ବି ଅମିତାଭ ବଚ୍ଚନ। କାରଣ ଅମିତାଭ ଓ ରେଖାଙ୍କ ପ୍ରେମ କାହାକୁ ଅଛପା ନାହିଁ। ଅମିତାଭ ଜୟାଙ୍କୁ ବିବାହ କରିଗଲେ, ହେଲେ ନିଜ ପ୍ରେମକୁ ହୃଦୟରେ ସାଇତି ସାରା ଜୀବନ ଅବିବାହିତ ରହିଗଲେ ରେଖା। ଏହା ମଧ୍ୟରେ ଦୀର୍ଘ ବର୍ଷ ବିତି ଯାଇଛି, ହେଲେ ବଲିଉଡର ଏହି ପ୍ରେମୀ ଯୋଡ଼ିଙ୍କୁ ନେଇ କଥା ସରୁନାହିଁ। ହେଲେ ଆଜି ଆମେ ରେଖାଙ୍କ ହୃଦୟର ରାଜ ଖୋଲିବାକୁ ଯାଉଛୁ। ଯାହା ନିଜେ ରେଖା କହିଛନ୍ତି। ଆସନ୍ତୁ ଜାଣିବା କାହା ପ୍ରତି ରହିଛି ରେଖାଙ୍କ ପ୍ରକୃତ ଭଲ ପାଇବା।

ପ୍ରଥମ ଥର ପାଇଁ କୌଣସି ଟିଭି ରିୟଲିଟି ଶୋ’କୁ ଆସିଥିବା ରେଖା ତାଙ୍କ ହୃଦୟର ଏହି ରାଜ ଦର୍ଶକଙ୍କ ପାଖରେ ଖୋଲିଥିଲେ। ରିୟଲିଟି ଶୋ’ରେ ସେ କହିଥିଲେ- “ମୁଁ ତାଙ୍କର ଖୁବ୍‌ ସମ୍ମାନ କରେ। ସାରା ଜୀବନ ତାଙ୍କୁ ଭଲ ପାଉଥିବି। ସକାଳେ ମୁଁ ଯେବେ ଧ୍ୟାନ କରେ ତାଙ୍କ ଚେହେରା ମୋ’ ସାମ୍ନାକୁ ଆସିଯାଏ। କହିବାକୁ ଗଲେ ମୁଁ ତାଙ୍କୁ ଖୁବ୍‌ ପ୍ରେମ କରେ।”

rekhaଯିଏ କେହି ରେଖାଙ୍କ ଏପରି କଥା ଶୁଣୁଥିଲେ, ସାଙ୍ଗେ ସାଙ୍ଗେ ମନରେ ଧାରଣା ବସାଇ ନେଇଥିଲେ ଯେ, ସେ ଅମିତାଭଙ୍କ କଥା କହୁଛନ୍ତି। ଆପଣ ଭାବୁଥିବେ ସେ ଅମିତାଭଙ୍କ କଥା କହୁଥିଲେ, ହେଲେ ପ୍ରକୃତରେ ସେ ଅମିତାଭଙ୍କ କଥା କହୁ ନଥିଲେ। ରେଖାଙ୍କ ହୃଦୟରେ ବସିଥିବା ଏହି ବ୍ୟକ୍ତିତ୍ୱ ଜଣଙ୍କ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଲତା ମଙ୍ଗେସକର।

ଶୋ’ରେ ସେ କହିଥିଲେ, “ଲତାଜୀ ମୋ ଜନ୍ମଦିନରେ ଘରକୁ ଆସିଥିଲେ। ଘରେ ସେ ସମୟରେ ବହୁତ ଲୋକ ଥିଲେ। ଲତାଜୀ ସେହି ସମୟରେ କହିଥିଲେ କି ଲୋକମାନେ ମତେ ସରସ୍ୱତୀ ମାନନ୍ତି, କିନ୍ତୁ ମୁଁ ରେଖାଙ୍କୁ ସାକ୍ଷତ ମହାଲକ୍ଷ୍ମୀ ମାନିଥାଏ।”

ଏ କଥା ଶୁଣିବା ପରେ ରେଖାଙ୍କ ପାଦତଳୁ ସତେ ଯେମିତି ମାଟି ଖସି ଯାଇଥିଲା। ରେଖା ମଧ୍ୟ ତାଙ୍କୁ ଖୁବ୍‌ ଭଲ ପାଆନ୍ତି ବୋଲି କହିଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos