କାହିଁକି ୱାଇନ୍‌ ଗ୍ଳାସ୍‌କୁ ମୁଣ୍ଡରେ ପିଟି ଦେଲେ ପ୍ରିୟଙ୍କା?

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ଆଜିକାଲି ତାଙ୍କ ଆଗାମୀ ୱେ‍‍ବ୍ ସିରିଜ୍‌ ‘କ୍ୱାଣ୍ଟିକୋ ସିଜନ୍-୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ନ୍ୟୁୟର୍କରେ ଏହାର ସୁଟିଂ ଚାଲିଛି। ସୋସିଆଲ୍‌ ସାଇଟ୍‌ରେ ସେ ଆଜି କାଲି ସକ୍ରିୟ ରହୁଛନ୍ତି ଓ ସୁଟିଂ ସମୟର ଫଟୋ ସେୟାର କରୁଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି, ଯାହା ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓରେ ସେ ୱାଇନ୍‌ ପିଉଛନ୍ତି। ୱାଇନ୍‌ ପିଇ ସାରିବା ପରେ ସେ ରାଗରେ ଗ୍ଳାସ୍‌ଟିକୁ ମୁଣ୍ଡରେ ପିଟି ଦେଇଛନ୍ତି। ଏହାକୁ ଦେଖିଲ ଆପଣ ଭୟଭୀତ ହୋଇଯିବେ। ସେ କାଚ ଗ୍ଲାସ୍‌କୁ ମୁଣ୍ଡରେ ପିଟିବା ପରେ କ୍ଷତ ସୃଷ୍ଟି ହୋଇଥିବ ବୋଲି ଆପଣମାନେ ଭାବୁଥିବେ। କିନ୍ତୁ ସେମିତି କିଛି ହୋଇନି। କାରଣ ସାବଧାନତାର ସହ ସେ ଏହି ଛୋଟିଆ ଷ୍ଟଣ୍ଟଟି କରିଛନ୍ତି। ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।

ଏହି ଭିଡିଓଟିକୁ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି ଲେଖିଛନ୍ତି “ଏହା ସେତେବେଳେ ହୁଏ ଯେତେବେଳେ ଆପଣ ନାଇନ୍‌ରୁ ୱାଇନ୍‌ ପର୍ଯ୍ୟନ୍ତ କାମ କରନ୍ତି। ଏହାକୁ ଘରେ କରନ୍ତୁ ନାହିଁ। ଖରାପ ଦିନ ଯିବାପରେ ମୁଁ ଏମିତି ନିଷ୍ପତ୍ତି ନେଲି। Lol, ଓକେ ଓକେ ମୁଁ ଏମିତି ଆଉ କରିବି ନାହିଁ।”