Advertisment

ଶ୍ରୀନହରରେ ଖଡ଼ି ପ୍ରସାଦ ବିଜେ ନୀତି ସମ୍ପନ୍ନ

ସୁରକ୍ଷା ବ୍ଲାଙ୍କେଟ ଓ ସିସିଟିଭି ସୁରକ୍ଷା ବଳୟରେ ରହିଛି ଶ୍ରୀକ୍ଷେତ୍ର। ରଥଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସମୁଦାୟ ଗହଳି ନିୟନ୍ତ୍ରଣ ପାଇଁ ବଡଡାଣ୍ଡକୁ ୬ଟି ଜୋନରେ ବିଭକ୍ତ କରାଯାଇଛି।

Puri

Puri

Advertisment

ଆଜି ଆଷାଢ଼ ମାସ କୃଷ୍ଣ ଚତୁର୍ଦଶୀ ତିଥିରେ ଶ୍ରୀନହରକୁ ଖଡ଼ି ପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଛି। ପରମ୍ପରା ଅନୁସାରେ ଦତ୍ତମହାପାତ୍ର ଓ ଦଇତାପତି ସେବକମାନେ ଶ୍ରୀନଅରକୁ ଖଡି ପ୍ରସାଦ ବିଜେ କରାଇଥିଲେ। ରୂପା ଥାଳିରେ ମହାପ୍ରଭୁଙ୍କ ଲାଗି ଫୁଲ, ତୁଳସୀ ଓ ତିନି ରୂପା ପିଙ୍ଗଣରେ ଖଡି ପ୍ରସାଦ ବିଜେ କରାଯାଇଥିଲା। ଶ୍ରୀନଅରରେ ଖଡି ପ୍ରସାଦ ବିଜେ ନୀତି ପରେ ରାଜଗୁରୁଙ୍କ ହସ୍ତରୁ ଶାଢି ନେଇ ପାଟ୍ଟଶାଣୀ ସେବକ ତଳୁଚ୍ଛ, ଦେଉଳକରଣ, ବେହେରା ଖୁଣ୍ଟିଆ, ପତିମହାପାତ୍ର ଓ ତିନି ବାଡର ଦଇତାପତିଙ୍କୁ ଶାଢି ବାନ୍ଧିଥିଲେ।

Advertisment

ସେପଟେ ଦିନକ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ସେଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଜି ପୁଲିସ ଲାଇନ୍‌ ପଡ଼ିଆରେ ଯବାନମାନେ ରଥ ଟାଣାର ମକ୍‌ ଡ୍ରିଲ୍‌ କରିଥିଲେ। ଯବାନମାନେ ଏକ ଜିପ୍‌ରେ ଦଉଡ଼ି ବାନ୍ଧି ରଥ ଟଣାର ମକ୍ ଡ୍ରିଲ୍‌ କରିଥିଲେ।

ଅନ୍ୟପକ୍ଷରେ ସୁରକ୍ଷା ବ୍ଲାଙ୍କେଟ ଓ ସିସିଟିଭି ସୁରକ୍ଷା ବଳୟରେ ରହିଛି ଶ୍ରୀକ୍ଷେତ୍ର। ରଥଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସମୁଦାୟ ଗହଳି ନିୟନ୍ତ୍ରଣ ପାଇଁ ବଡଡାଣ୍ଡକୁ ୬ଟି ଜୋନରେ ବିଭକ୍ତ କରାଯାଇଛି। ପ୍ରତି ଜୋନ ଦାୟିତ୍ୱରେ ରହିବେ ଜଣେ ଲେଖାଏଁ ସିନିୟର ଅଧିକାରୀ। ଚଳିତବର୍ଷ ରଥଯାତ୍ରରେ ଅତ୍ୟାଧୁନିକ ଜ୍ଞାନ କୌଶଳ, AI ଓ ସିସିଟିଭି କ୍ୟାମେରାର ସହାୟତା ନିଆଯାଇଛି। ତିନିଠାକୁରଙ୍କ ପାଇଁ ତିନି କର୍ଡନ ଦାୟିତ୍ୱରେ ୩ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ,୨ କମ୍ପାନୀ ସିଆରପିଏଫ୍‌ ଓ ୮ଟି ଏସଓଜି ଟିମ୍‌ ମୁତୟନ ରହିବେ।

Advertisment

ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଶ୍ରୀମନ୍ଦିରକୁ ସର୍ବସାଧାରଣ ଦର୍ଶନ ମନା। ଶ୍ରୀମନ୍ଦିର ଭିତରେ ପହଣ୍ଡି ଦର୍ଶନ ବନ୍ଦ କରାଯାଇଛି। ନୀତି ସମ୍ପାଦାନକୁ ଦୃଷ୍ଟିରେ ରଖି ଏହି କଟକଣା କରାଯାଇଛି। ଦୁଇ ଜଣ ଅତିରିକ୍ତ ଡିଜିଙ୍କ ସହ କମାଣ୍ଡଟ ଓ ଡିଆଇଜି ରାଙ୍କର ଅଧିକାରୀ ନିୟୋଜିତ ରହିବେ। ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓ ଗଭୀର ଆତ୍ମବିଶ୍ୱାସ ସହ ପ୍ରଭୁଙ୍କ ସେବା କରିବା ପାଇଁ ଅଛୁ ବୋଲି ଆଇନ ଶୃଙ୍ଖଳା ଅତିରିକ୍ତ ଡିଜିପି ସଞ୍ଜୟ କୁମାର କହିଛନ୍ତି। ପୂର୍ବ ଅଭିଜ୍ଞତା ଓ ନୂଆ ଜ୍ଞାନ କୌଶଳ ପ୍ରୟୋଗ ସହାୟତାରେ ଆମେ ଚ୍ୟଲେଞ୍ଜକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ଅଛୁ ବୋଲି ସଞ୍ଜୟ କୁମାର କହିଛନ୍ତି।

Ratha Yatra Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe