Advertisment

ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁଙ୍କ ଭିଡ଼; ଜାଣନ୍ତୁ କିପରି ପ୍ରବେଶ ଓ ପ୍ରସ୍ଥାନ କରିବେ

ଭକ୍ତମାନେ ବ୍ୟାରିକେଡରେ ସିଂହଦ୍ୱାର ଦେଇ ସ୍ନାନବେଦୀରେ ହାତୀବେଶ ଦର୍ଶନ କରିପାରିବେ। ପରେ ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ।

ଅଦ୍ୟତନ ହୋଇଛି
Puri

Lord Jagannath Snana Yatra 2024

Advertisment

ଆଜି ଦେବସ୍ନାନ ପୂର୍ଣ୍ଣମୀ । ଶ୍ରୀମନ୍ଦିର ରତ୍ନବେଦୀ ଛାଡ଼ି ସ୍ନାନ ମଣ୍ଡପକୁ ଆସୁଛନ୍ତି ଚତୁର୍ଦ୍ଧା ମୂରତି । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ।

Advertisment

ଆଜି ଭୋର ୫ଟାରୁ ଆରମ୍ଭ ହୋଇଛି ପହଣ୍ଡି । ମଧ୍ୟାହ୍ନ ୧୨ଟା ୨୦ରେ ଜଳ ବିଜେ ନୀତି କରାଯିବ। ଅପରାହ୍ନ ୩ଟାରେ ଛେରା ପହଁରା ପରେ ୩ଟା ୪୦ରୁ ହାତୀବେଶ ଆରମ୍ଭ ହେବ। ସନ୍ଧ୍ୟା ୭ଟା ୩୦ରୁ ରାତି ୧୦ଟା ୩୦ ଯାଏଁ ସାହାଣ ମେଲା ଦର୍ଶନ ପାଇଁ ସମୟ ଧାର୍ଯ୍ୟ ହୋଇଛି।

ଭକ୍ତମାନେ ବ୍ୟାରିକେଡରେ ସିଂହଦ୍ୱାର ଦେଇ ସ୍ନାନବେଦୀରେ ହାତୀବେଶ ଦର୍ଶନ କରିପାରିବେ। ପରେ ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ। ମହାପ୍ରଭୁଙ୍କ ଦୁର୍ଲଭ ହାତୀବେଶକୁ ଭକ୍ତମାନେ ବଡଦାଣ୍ଡ ସମେତ ସ୍ନାନମଣ୍ଡପର ଅତି ନିକଟରୁ ଦର୍ଶନ କରିବାର ସୁଯୋଗ ପାଇବେ ।

Advertisment

Live Updates: Snana Yatra 2024 LIVE Updates: ସ୍ନାନଯାତ୍ରା- ଘଡ଼ିକୁ ଘଡ଼ି

ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ମାର୍କେଟ ଛକରୁ ମିରିଚିକୋଟ ଛକ ଓ ମରିଚିକୋଟ ଛକରୁ ଶ୍ରୀନଅର ଯାଏଁ ସ୍ୱତନ୍ତ୍ର ବ୍ୟାରିକେଡ ହୋଇଛି । ଭକ୍ତମାନେ ବଡ଼ଦାଣ୍ଡସ୍ଥିତ ବ୍ୟାରିକେଡ୍‌ ଭିତର ଦେଇ ଶ୍ରୀକୃଷ୍ଣ ସିନେମା ହଲ୍ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଦିଗରେ ଆସିବେ ଏବଂ SJRC ଠାରେ ପହଞ୍ଚି SJRC ଡୋର୍ ଫ୍ରେମ୍ ମେଟାଲ୍ ଡିଟେକ୍ଟର ଯାଞ୍ଚ କରାଇ ଦୋଳବେଦୀ କୋଣଠାରେ ଥିବା ଷ୍ଟିଲ୍ ବ୍ୟାରିକେଡକୁ ପ୍ରବେଶ କରିବେ ।

ଉତ୍ତର ଦ୍ୱାରରୁ ପ୍ରସ୍ଥାନ କରୁଥିବା ଭକ୍ତମାନେ ବଡ଼ଦାଣ୍ଡ ଦେଇ ନିଜ ସୁବିଧା ଅନୁସାରେ ଦୁଇଟି ମାର୍ଗ ଦେଇ ଯାଇପାରିବେ । ସତ୍ୟନାରାୟଣ ମନ୍ଦିର ଦେଇ ବଡ଼ଦାଣ୍ଡକୁ ଅନ୍ୟାନ୍ୟ ଗଳି ଦେଇ ଯାଇପାରିବେ । ଭିଡ଼ ପରିସ୍ଥିତିକୁ ଲକ୍ଷ୍ୟ କରି ଭକ୍ତମାନେ ଦୋଳବେଦୀ କୋଣ ଦେଇ ଉତ୍ତର ଦ୍ୱାରଠାରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ବଡ଼ଦାଣ୍ଡକୁ ଯାଇପାରିବେ ।

ଟିକେଟଧାରୀ ଭକ୍ତମାନେ ପହଣ୍ଡି ଦର୍ଶନ ନିମନ୍ତେ ପ୍ରାତଃ ସମୟରେ ଧାଡ଼ିରେ ଦକ୍ଷିଣ ଦ୍ୱାରରେ ଥିବା ବ୍ୟାରିକେଡ୍ ଦେଇ ପ୍ରବେଶ କରିବେ । ପହଣ୍ଡି ଶେଷ ହେବା ପରେ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ ବନ୍ଦ ହୋଇଯିବ।

ଅଧିକ ପଢ଼ନ୍ତୁ: ସ୍ନାନଯାତ୍ରାରୁ ନୀଳାଦ୍ରିବିଜେ, ଜାଣନ୍ତୁ ରଥଯାତ୍ରାର ସମସ୍ତ ନୀତିକାନ୍ତି

Ratha Yatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe