Advertisment

'ପ୍ରଥମ ଦାୟିତ୍ୱ ରତ୍ନଭଣ୍ଡାର ଖୋଲିବା, ପରେ ଗଣତି ଓ ମଣତି'

ଭିତର ଓ ବାହାର ରତ୍ନଭଣ୍ଡାରର ଗହଣାକୁ କାଢ଼ି ସୁରକ୍ଷାରେ ରଖିବା ବଡ଼ କାମ। ୪୬ ବର୍ଷ ପରେ ଆମେ ଏ କାର୍ଯ୍ୟ କରିବାକୁ ଯାଉଛୁ। ରତ୍ନ ଭଣ୍ଡାର ଖୋଲାଗଲା ପରେ ଏହାର ପ୍ରକୃତ କାମ ଆରମ୍ଭ ହେବ ବୋଲି କହିଛନ୍ତି ଜଷ୍ଟିସ୍‌ ବିଶ୍ୱନାଥ ରଥ ।

ଅଦ୍ୟତନ ହୋଇଛି
Justice Biswanath Ratha

Justice Biswanath Ratha

Advertisment

ରତ୍ନଭଣ୍ଡାର ଖୋଲିବା ନିମନ୍ତେ ଆସନ୍ତାକାଲି ଜଗନ୍ନାଥ ସମ୍ମିଳନୀ କକ୍ଷରେ ପ୍ରଥମ ବୈଠକ ବସିବ। ରତ୍ନଭଣ୍ଡାର ଖୋଲିବା ପରେ ଗଣତି ଓ ମଣତି ନେଇ ନିଷ୍ପତ୍ତି ହେବ। ଭିତର ଓ ବାହାର ରତ୍ନଭଣ୍ଡାରର ଗହଣାକୁ କାଢ଼ି ସୁରକ୍ଷାରେ ରଖିବା ବଡ଼ କାମ। ୪୬ ବର୍ଷ ପରେ ଆମେ ଏ କାର୍ଯ୍ୟ କରିବାକୁ ଯାଉଛୁ। ରତ୍ନ ଭଣ୍ଡାର ଖୋଲାଗଲା ପରେ ଏହାର ପ୍ରକୃତ କାମ ଆରମ୍ଭ ହେବ। ରତ୍ନ ଭଣ୍ଡାରରୁ ଅଳଙ୍କାର ଚିହ୍ନଟ ଓ ଗଣତିକୁ ଖୁବ୍ ଶୀଘ୍ର ସାରିବାକୁ ପ୍ରାଧାନ୍ୟ ଦିଆଯିବ ବୋଲି କହିଛନ୍ତି ଜଷ୍ଟିସ୍ ବିଶ୍ୱନାଥ ରଥ।

Advertisment

ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବା ପରେ ବେଶ୍‌ ଭାବବିହ୍ୱଳ ହୋଇ ପଡ଼ିଛନ୍ତି ଜଷ୍ଟିସ୍ ବିଶ୍ୱନାଥ ରଥ। ଓକିଲ ଭାବେ ଦୀର୍ଘ ବର୍ଷ ଧରି ଶ୍ରୀମନ୍ଦିର ମାମଲା କୋର୍ଟରେ ଲଢ଼ିଛି। ଏବେ ପୁଣି ମହାପ୍ରଭୁ ଜଗନ୍ନାଥଙ୍କ କାମ କରିବାର ସୁଯୋଗ ମିଳିଥିବାରୁ ଏହା ଏକ ସୌଭାଗ୍ୟଠୁ କମ୍‌ ନୁହେଁ ବୋଲି ସେ କହିଛନ୍ତି।

ଏକ ସାକ୍ଷାତକାରରେ ସେ କହିଛନ୍ତି, ଭଗବାନଙ୍କ ନିର୍ଦ୍ଦେଶରେ ସରକାର ନୋଟିଫିକେସନ୍ କରି କମିଟି ଗଠନ କରିଛନ୍ତି। ରତ୍ନଭଣ୍ଡାର ଖୋଲିବା ପରେ ଗଣତି ଓ ମଣତି କରାଯିବା ଆମ ପ୍ରଥମ ଦାୟିତ୍ୱ। ଏ ସଂକ୍ରାନ୍ତରେ ଆଲୋଚନା ନିମନ୍ତେ ଆସନ୍ତାକାଲି ଜଗନ୍ନାଥ ସମ୍ମିଳନୀ କକ୍ଷରେ ପ୍ରଥମ ବୈଠକ ବସିବ।

Advertisment

୧୬ ଜଣ ଦକ୍ଷ ଓ ବିଜ୍ଞଙ୍କୁ ନେଇ ରାଜ୍ୟ ସରକାର ଏକ କମିଟି ଗଠନ କରିଥିବା ବେଳେ ଆସନ୍ତାକାଲି ବୈଠକରେ ସେମାନଙ୍କ ସହ ଆଲୋଚନା ହେବ। ଉକ୍ତ ବୈଠକରେ ରତ୍ନ ଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ସବିଶେଷ ଭାବେ ଆଲୋଚନା କରାଯିବ। କିପରି ରତ୍ନ ଭଣ୍ଡାର ଖୋଲାଯିବ, କଣ ପଦକ୍ଷେପ ନିଆଯିବ ତାକୁ ନେଇ ନିଷ୍ପତ୍ତି ହେବ ବୋଲି କହିଛନ୍ତି ଜଷ୍ଟିସ ରଥ।

ଏଥିସହ ସେ କହିଛନ୍ତି, ୪୬ ବର୍ଷ ପରେ ଆମେ ଏ କାର୍ଯ୍ୟ କରିବାକୁ ଯାଉଛୁ। ୧୯୭୮ ମସିହା ପରେ ରତ୍ନ ଭଣ୍ଡାର ପୁଣି ଖୋଲିବାକୁ ଯାଉଛି, ତେଣୁ ମହାପ୍ରଭୁଙ୍କ ଆର୍ଶୀବାଦ ଆବଶ୍ୟକ। କାମକୁ ସୁରୁଖୁରରେ ସମ୍ପାଦନ କରିବାକୁ ଯଥାସାଧ୍ୟ ପ୍ରଚେଷ୍ଟା କରିବୁ।

ଏବେ ପ୍ରଶ୍ନ ରତ୍ନଭଣ୍ଡାର ଖୋଲିଲେ ଆଗ ମରାମତି ହେବ ନା ଆଗ ହେବ ଗଣତି ମଣତି ସେ ନେଇ କିନ୍ତୁ ଜଷ୍ଟିସ ରଥ ସ୍ପଷ୍ଟ କରି ନାହାନ୍ତି। ତାଙ୍କୁ ମିଳିଥିବା ନୋଟିଫିକେସନରେ ରତ୍ନ ଭଣ୍ଡାର ଖୋଲିବା ଓ ଗଣତି ସମ୍ପର୍କରେ ଉଲ୍ଲେଖ ଥିବା କହିଛନ୍ତି। ତେଣୁ ମରାମତି ସମ୍ପର୍କରେ କୌଣସି ଧାରଣା ନ ଥିବା କହିଛନ୍ତି ଜଷ୍ଟିସ୍‌ ରଥ।

ଚାବି ମିଳିଥିବା ସମ୍ପର୍କରେ ଗଜପତି ଓ ମନ୍ଦିର କର୍ତ୍ତୃପକ୍ଷ ଅବଗତ କରିଛନ୍ତି। ବୈଠକ ପରେ କମିଟିର ନିଷ୍ପତ୍ତି ଅନୁସାରେ ଏସ୍ଓପି ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ଜଷ୍ଟିସ୍‌ ରଥ ।

ଉଲ୍ଲେଖଯୋଗ୍ୟ ଯେ , ହଜିଯାଇଥିବା ଚାବି ବଦଳରେ ଡୁପ୍ଲିକେଟ୍ ଚାବି ୨୦୧୮ ମସିହାରୁ ମିଳିଥିଲେ ବି ଏଥିରେ ରତ୍ନଭଣ୍ଡାର ତାଲା ଖୋଲୁଛି କି ନାହିଁ ତା’ର ପରୀକ୍ଷା ହୋଇନାହିଁ। ତେଣୁ ତାହା ରତ୍ନଭଣ୍ଡାର ଚାବି କି ନୁହେଁ, ରତ୍ନଭଣ୍ଡାର ଚାବି ହୋଇ ନଥିଲେ ସେପରି ସ୍ଥଳେ ତାଲା କିଭଳି ଭଙ୍ଗାଯିବ ସେ ଉପରେ ବି ଜଗନ୍ନାଥପ୍ରେମୀଙ୍କ ନଜର ରହିଛି।

ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ଗତବର୍ଷ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ନବୀନ ସରକାର ଅମଳରେ ଜଷ୍ଟିସ୍ ଅରିଜିତ୍ ପଶାୟତଙ୍କ ନେତୃତ୍ୱରେ ୧୨ ଜଣିଆ କମିଟି ଗଠନ କରାଯାଇଥିଲା। ମାତ୍ର ଏବେ ନୂଆ ସରକାର ଆସିବା ପରେ ଉକ୍ତ କମିଟିକୁ ଭଙ୍ଗା ଯାଇ ୧୬ ଜଣିଆ ନୂଆ କମିଟି ଗଠିତ ହୋଇଛି।

Puri Ratna Bhandar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe