Advertisment

ବିଶ୍ୱ ଉପଭୋକ୍ତା ଅଧିକାର ଦିବସ: ଗ୍ରାହକ ରହିଲେ ସଜାଗ, ରୋକିହେବ ନକଲି ସାମଗ୍ରୀ କାରବାର

ଉପଭୋକ୍ତାଙ୍କ ପାଇଁ କି କି ସାଧାରଣ ଅଧିକାର ରହିଛି, ଜାଣନ୍ତୁ...

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ନିଶ୍ଚୟ 'ଜାଗ ଗ୍ରାହକ ଜାଗ' ଟ୍ୟାଗଲାଇନ୍ ସହ ଅନେକ ବିଜ୍ଞାପନ ଦେଖିଥିବେ। ଏପରି ବିଜ୍ଞାପନ ପ୍ରସାରଣ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାହକ ବା ଉପଭୋକ୍ତାମାନଙ୍କୁ ସେମାନଙ୍କ ଅଧିକାର ଏବଂ କର୍ତ୍ତବ୍ୟ ବାବଦରେ ଅବଗତ କରାଇବା। କାରଣ ଗ୍ରାହକ ସଜାଗ ରହିଲେ ନକଲି ସାମଗ୍ରୀର ବ୍ୟବସାୟକୁ ରୋକାଯାଇ ପାରିବ। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଆଜିର ଦିନକୁ ଅର୍ଥାତ୍ ମାର୍ଚ୍ଚ ୧୫କୁ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ରୂପେ ପାଳନ କରାଯାଉଛି।  

Advertisment

ଉପଭୋକ୍ତା ଅଧିକାର ଦିବସ ଇତିହାସ
ଏହି ଦିନ ଆରମ୍ଭ କରିବାର ଶ୍ରେୟ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜନ୍ ଏଫ୍ କେନେଡିଙ୍କୁ ଦିଆଯାଏ। କାରଣ କେନେଡି ମାର୍ଚ୍ଚ ୧୫, ୧୯୬୨ରେ ଦୃଢ ଭାବରେ ଉପଭୋକ୍ତା ଅଧିକାର ପ୍ରସଙ୍ଗ ଉଠାଇଥିଲେ। ଏହା ପରେ, ୧୯୮୩ରେ ଆନୁଷ୍ଠାନିକ ଭାବେ ଏହି ଦିବସ ପାଳନ ଆରମ୍ଭ ହୋଇଥିଲା। 

ଉପଭୋକ୍ତା ଅଧିକାର ଦିବସ ଉଦ୍ଦେଶ୍ୟ
ଆମ ଦେଶରେ ମଧ୍ୟ ଉପଭୋକ୍ତାଙ୍କ ପାଇଁ ଅନେକ ଅଧିକାର ରହିଛି, କିନ୍ତୁ ଅଧିକାଂଶ ଉପଭୋକ୍ତା ଏ ବାବଦରେ ଅବଗତ ନାହାନ୍ତି। ଏଥିପାଇଁ ଏହି ପରି ଏକ ସ୍ୱତନ୍ତ୍ର ଦିବସ ମାଧ୍ୟମରେ ଉପଭୋକ୍ତାଙ୍କୁ ସେମାନଙ୍କ ଅଧିକାର ବାବଦରେ ସୂଚନା ଦିଆଯାଏ। ତେବେ ଉପଭୋକ୍ତାଙ୍କ ପାଇଁ କି କି ସାଧାରଣ ଅଧିକାର ରହିଛି, ଜାଣନ୍ତୁ...  

Advertisment

ସୂଚନା ଜାଣିବାର ଅଧିକାର
ପ୍ରତ୍ୟେକ ଗ୍ରାହକ କୌଣସି ଉତ୍ପାଦ କିମ୍ବା ସେବାର ଶୁଦ୍ଧତା, ମୂଲ୍ୟ ଏବଂ ଗୁଣାତ୍ମକ ମାନ ସହିତ ଜଡିତ ପ୍ରଶ୍ନ ଦୋକାନୀଙ୍କୁ ପଚାରିବାର ଅଧିକାର ରହିଛି। ଏଥିପାଇଁ ସେମାନଙ୍କୁ କେହି ବାରଣ କରିପାରିବେ ନାହିଁ। ଯଦି ଦୋକାନୀ ଉତ୍ପାଦ ସହ ଜଡିତ ସଠିକ୍ ଉତ୍ତର ନ ଦିଅନ୍ତି ତେବେ ଉପଭୋକ୍ତା ତାଙ୍କ ବିରୁଦ୍ଧରେ ଆଇନର ଆଶ୍ରୟ ନେଇପାରିବେ। 

ଚୟନ କରିବାର ଅଧିକାର 
ଏହି ଅଧିକାର ଅଧୀନରେ, ଆପଣ ନିଜ ପସନ୍ଦର ଯେକୌଣସି ସାମଗ୍ରୀ ବାଛିପାରିବେ। ଗ୍ରାହକ ସମସ୍ତ ପ୍ରକାରର ଜିନିଷ ଦେଖିବା ପରେ ନିଜ ପସନ୍ଦ ଅନୁଯାୟୀ ଯେକୌଣସି ସାମଗ୍ରୀ କିଣି ପାରିବେ। କୌଣସି ଦୋକାନୀ ତାଙ୍କୁ ନିର୍ଦ୍ଦିଷ୍ଟ ଉତ୍ପାଦ କିମ୍ବା ସେବା ନେବାକୁ ବାଧ୍ୟ କରିପାରିବେ ନାହିଁ।

ସୁରକ୍ଷା ଅଧିକାର
ଏହି ଅଧିକାର ଅଧୀନରେ, କୌଣସି ଦୋକାନୀ ତାଙ୍କ ଗ୍ରାହକଙ୍କୁ ନଷ୍ଟ ହୋଇ ଯାଇଥିବା ସାମଗ୍ରୀ କିମ୍ବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ଦ୍ରବ୍ୟ ଦେଇପାରିବେ ନାହିଁ। ଯଦି ଦେଇଥାନ୍ତି ତେବେ ତାହାକୁ ଫେରାଇବାକୁ ବାଧ୍ୟ। ଯଦି ନ ଫେରାନ୍ତି ଜଣେ ଗ୍ରାହକ ଦୋକାନୀଙ୍କ ବିରୁଦ୍ଧରେ ଆଇନର ଆଶ୍ରୟ ନେଇପାରିବେ।  

ଶିକ୍ଷା ଅଧିକାର 
ଗ୍ରାହକ ଭାବରେ ଆପଣଙ୍କୁ କେଉଁ ଅଧିକାର ଦିଆଯାଉଛି ସେ ବିଷୟରେ ସଚେତନ ହେବା ମଧ୍ୟ ଗ୍ରାହକଙ୍କ ଅଧିକାରରେ ଅନ୍ତର୍ଭୂକ୍ତ। ଏଥିପାଇଁ ସରକାର ସମୟ ସମୟରେ ଗ୍ରାହକ ସଚେତନତା ଅଭିଯାନ କରାଇଥାନ୍ତି।

ଶୁଣିବାର ଅଧିକାର 
ଏହି ଅଧିକାର ଅଧୀନରେ ଦୋକାନୀ ଗ୍ରାହକଙ୍କ କଥା ଶୁଣିବାର ଅଧିକାର ଦିଆଯାଇଛି। ଯଦି ଦୋକାନୀ ଗ୍ରାହକଙ୍କ କଥା ନଶୁଣି ତାଙ୍କ ସହ ଦୁର୍ବ୍ୟବହାର କରନ୍ତି, ତେବେ ସେ ଅଭିଯୋଗ କରିପାରିବେ।

ପ୍ରତିକାର ପାଇଁ ଅଧିକାର 
ଜଣେ ଗ୍ରାହକଙ୍କର କେବଳ ତାଙ୍କ ପ୍ରତି କରାଯାଇଥିବା ଅନ୍ୟାୟ ବିରୁଦ୍ଧରେ ଅଭିଯୋଗ କରିବାର ଅଧିକାର ନାହିଁ, ବରଂ ଠିକ୍ ସମୟରେ ଏହାର ସମାଧାନ କରିବାର ଅଧିକାର ମଧ୍ୟ ଅଛି। ତାହା ହେଉଛି, ଗ୍ରାହକଙ୍କ ପ୍ରକୃତ ଅଭିଯୋଗର ସଠିକ୍ ସମାଧାନର ଅଧିକାର ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। 

Consumer Rights World Consumer Rights Day
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe