ଆମ୍ମା ତୁଝେ ସଲାମ୍

ଏଇ ରବିବାର ଦିନ ପାର୍କ ଉତ୍ସୋବ ହେଉଥିଲା ଭୁବନେଶ୍ୱରରେ। ମୁଁ ସେ ଦିନ ବୁଦ୍ଧ ପାର୍କରେ ମର୍ଣିଂୱାକ୍‌ କରୁଥିଲି। ମୋ ଭଳି ଅନେକ ସହରୀ, ଉଚ୍ଚ ଶିକ୍ଷତ ମଧ୍ୟ ସେ ଦିନ ସକାଳୁ ସକାଳୁ ମର୍ଣ୍ଣିଂ ୱାକ୍ କରୁଥିଲେ। ହଠାତ୍ ମୋ ନଜର ପଡ଼ିଲା ଲାଗିଥିବା ଏକ ଲମ୍ବାଲାଇନ ଉପରେ। ମୁଁ ବି ଯାଇ ଧାଡ଼ିରେ ଛିଡ଼ା ହୋଇଗଲି। ପଚାରିଲି, ସାର୍ କ’ଣ ମିଳୁଛି ? ସେ କହିଲେ, ବ୍ୟାଗ୍ ଖଣ୍ଡେ ମିଳିବ। ହେଲେ ଅପେକ୍ଷା କରିବାକୁ […]

vote

Jitendra Garnayak
  • Published: Thursday, 13 February 2020
  • , Updated: 13 February 2020, 08:27 AM IST

[caption id="attachment_494304" align="alignleft" width="121"] ସ୍ୱାଧୀନ କୁମାର ରାଉତ[/caption]

ଇ ରବିବାର ଦିନ ପାର୍କ ଉତ୍ସୋବ ହେଉଥିଲା ଭୁବନେଶ୍ୱରରେ। ମୁଁ ସେ ଦିନ ବୁଦ୍ଧ ପାର୍କରେ ମର୍ଣିଂୱାକ୍‌ କରୁଥିଲି। ମୋ ଭଳି ଅନେକ ସହରୀ, ଉଚ୍ଚ ଶିକ୍ଷତ ମଧ୍ୟ ସେ ଦିନ ସକାଳୁ ସକାଳୁ ମର୍ଣ୍ଣିଂ ୱାକ୍ କରୁଥିଲେ। ହଠାତ୍ ମୋ ନଜର ପଡ଼ିଲା ଲାଗିଥିବା ଏକ ଲମ୍ବାଲାଇନ ଉପରେ। ମୁଁ ବି ଯାଇ ଧାଡ଼ିରେ ଛିଡ଼ା ହୋଇଗଲି। ପଚାରିଲି, ସାର୍ କ’ଣ ମିଳୁଛି ? ସେ କହିଲେ, ବ୍ୟାଗ୍ ଖଣ୍ଡେ ମିଳିବ। ହେଲେ ଅପେକ୍ଷା କରିବାକୁ ପଡ଼ିବ। ମୁଁ କହିଲି, ଅପେକ୍ଷା ମାନେ। ସେ ସାର କହିଲେ, ବ୍ୟାଗ୍ ନେବେ ଅପେକ୍ଷା କରିବେନି ?

ମୋ ଭଳି ଅନେକ ଅପେକ୍ଷା କରିଥାନ୍ତି। ଶେଷରେ ଦୀର୍ଘ ୧୦ ମିନିଟ୍ ପରେ ମୋ ପାଳି ଆସିଲା। ଆଉ ମତେ ମିଳିଲା କେବଳ ୨୦ ଟଙ୍କାର କପଡ଼ା ବ୍ୟାଗ୍‌ ଖଣ୍ଡେ। ବ୍ୟାଗ୍ ପାଇ ଲୋକ ମାନେ ବେଣ୍‌ ଖୁସି ଥିଲେ। ଆଉ ମତେ ବି ଖୁସି ଲାଗିଲା ଯେ ଯାହା ହେଉ ଫ୍ରିରେ ଗୋଟେ ବ୍ୟାଗ ମିଳିଗଲା।

ସେ ଦିନ ଥିଲା ଦିଲ୍ଲୀ ଇଲେକ୍‌ସନ୍ ଡେ। ମୁଁ ଆଗରୁ ଖବର କାଗଜରେ ପଢ଼ିଛି, ଏଥର ଦିଲ୍ଲୀ ଇଲେକସନ୍‌ରେ କେମିତି କାମ କରୁଛି ଫ୍ରି ସ୍କିମ୍। ମୋର ମନେ ପଡ଼ିଗଲା ଆମ୍ମାଙ୍କ କଥା। ମାନେ ମୁଁ କହୁଛି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ କଥା। ପ୍ରକୃତରେ କହିବାକୁ ଭାରତୀୟ ରାଜତନୀତିକୁ ଆମ୍ମାଙ୍କ ସବୁଠୁ ବଡ଼ ଅବଦାନ ହେଉଛି ଫ୍ରି ସ୍କିମ୍। ଆମ୍ମା ନାହାଁନ୍ତି ସତ, ହେଲେ ତାଙ୍କ ରାସ୍ତାକୁ ଏ ଯାଏଁ କିଏ କେଉଁ ଉପାୟରେ ମୋଡ଼ି ମକଚି ଫଲୋ କରୁଛି ଓ ଅନେକ ବିଜୟର ମୁକୁଟ ବି ପିନ୍ଧୁଛନ୍ତି।

ଆମ୍ମା କ୍ୟାଣ୍ଟିନ୍, ଆମ୍ମା ଗ୍ରାଇଣ୍ଡର, ଆମ୍ମା ମଙ୍ଗଳସୂତ୍ର ଓ ଆମ୍ମା ଲାପଟପ୍ ଏମିତି କେତେକଣ। ୧ ଟଙ୍କାରେ ଆମ୍ମା ଇଡିଲି, ସମ୍ବର। ବାପ୍‌ରେ ବାପ୍... କେତେ କ’ଣ। ସେତେ ଯେମିତି ଆମ୍ମା ହିଁ ଜାଣିଥିଲେ ଭୋଟରଙ୍କ ପେଟର କଥା। ଏହାକୁ ଅନୁସରଣ କଲେ ତାଙ୍କ ସିନେମାରେ ଦିନେ ସ୍କ୍ରିପ୍ଟ ରାଇଟର ଥିବା ଏମ୍ କରୁଣାନିଧି। ସେ ମଧ୍ୟ ବେଶ ସଫଳ ହେଲେ। କରୁଣାନିଧି ଘରେ ଘରେ ପହଞ୍ଚାଇଦେଲେ ରଙ୍ଗୀନ ଟିଭି୍ ସେଟ୍। ସିନେମା ପ୍ରିୟ ତାମିଲ ଭୋଟର କରୁଣାଙ୍କ ଉପରେ ଢେର କରୁଣା କଲେ। ନିର୍ବାଚନରେ ଅନେକ ଭୋଟ୍‌ ଗୋଟାଇଲେ ସେ।

ଆମ୍ମା ଫର୍ମୁଲାକୁ ଓଡ଼ିଶାରେ ସିଧାସଳଖ ପ୍ରୟୋଗ କଲେ ନବୀନ ପଟ୍ଟନାୟକ। ଟଙ୍କିକିଆ ଚାଉଳ ସହ ଛାତ୍ରଛାତ୍ରଙ୍କୁ ବଣ୍ଟାଗଲା ମାଗଣା ଲାପଟପ୍, ସାଇକେଲ୍ ଓ ଏମିତି କେତେ କ’ଣ। ସେହିପରି ମହିଳାଙ୍କ ଭୋଟ୍‌ ଗୋଟାଇବା ପାଇଁ ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ଅଜାଡ଼ି ଦିଆଗଲା ଟଙ୍କା। ହେଲେ ନିର୍ବାଚନରେ ଗେମ୍ ଚେଞ୍ଜର ହେଲା କାଳିଆ ଯୋଜନା। ଚାଷୀଙ୍କୁ ବେଶ୍ ଆକୃଷ୍ଟ କଲା ଏହି ଯୋଜନା। ଯିଏ ଯେମିତି ନେଇ ପାରିଲା ଟଙ୍କା। ଲାଗିଲା କିଛି ହିସାବ ନାହିଁ। ନିର୍ବାଚନ ପରେ ଏବେ ଜଣା ପଡୁଛି ଯେ କେଉଁଠି ଡିଟିପି ଅପରେଟର ନିଜ ଘରର ୯୦ ଜଣ ଲୋକଙ୍କ ପାଇଁ ଯୋଜନା କରେଇ ନେଇଛି ତ ଆଉ କେଉଁ ନେତା ତାଙ୍କ କର୍ମୀଙ୍କ ନାଁରେ। ସେ ଯାହା ହେଉ ଏ ସବୁ ଯୋଜନାର ପିଠି ଉପରେ ବସି ନିର୍ବାଚନୀ ବୈତରଣୀ ତ ପାର ହୋଇଗଲେ ନବୀନ ବାବୁ। ସେହିପରି କେନ୍ଦ୍ରର ପିଏମ୍ କିସାନ୍। ଫଟାଫଟ୍ ଚୀଷୀଙ୍କ ଆକାଉଣ୍ଟକୁ ଚାଲିଗଲା ଟଙ୍କା।

କଉ ପକେଟ୍‌ରୁ ଯାଉଛି କି ? ଲୋକେ ତ ଦେଉଛନ୍ତି ଟିକସ୍। ଭୋଟ୍‌ ବେଳେ ଟଙ୍କା ବଣ୍ଟାବାଠୁ ଏ ଯୋଜନା ଢେର ବଢିଆ। ନିର୍ବାଚନ ବେଳେ ସ୍କିମ୍ କର। ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ କର। ଆଉ ଭୋଟ୍‌ ନିଅ। ଦିଲ୍ଲୀରେ ଆମ୍ମା ଫର୍ମୁଲାକୁ ପ୍ରୟୋଗ କଲେ ଅରବିନ୍ଦ କେଜରିୱାଲ୍‌। ସେ ଜାଣନ୍ତି କିଏ ତାଙ୍କର ଭୋଟଦାତା। କିଏ ଘରୁ ବାହାରି ବ ଆଉ ତାଙ୍କୁ ଭୋଟ୍ ଦେବ। ବସ୍ତିରେ ରହୁଥିବା ଲୋକ ଏବଂ ନିମ୍ନ ମଧ୍ୟବିତ୍ତ ଶ୍ରେଣୀରେ ଲୋକ। ଆଉ ସେମାନଙ୍କ ପାଇଁ ଯୋଜନା କଲେ କେଜରିୱାଲ୍‌। ମହିଳାଙ୍କ ପାଇଁ ହେଲା ଫ୍ରି ବସ୍ ସର୍ଭିସ୍। ଏହା ଦ୍ୱାରା ଛୋଟମୋଟ ଚାକିରି କରି ପରିବାର ଚଳାଉଥିବା ମହିଳାମାନେ ପ୍ରତି ମାସରେ ୨ରୁ ୩ ହଜାର ଟଙ୍କା ସଞ୍ଚୟ କରିପାରିଲେ। ସେହିପରି ବିଜୁଳିରେ ମଧ୍ୟ ସବସିଡି। ଏଭଳି ଅନେକ ଯୋଜନା ପ୍ରଭାବିତା କଲା ନିର୍ବାଚନକୁ। ଲୋକେ ଅରବିନ୍ଦଙ୍କୁ ଟିକେ ବି ନିରାଶ କଲେନି। ପୂରା ଦମ୍‌ରେ ଘରୁ ବାହାରି ଭୋଟ୍‌ ଦେଲେ। ଆଉ ୬୨ଟି ଆସନରେ ବିଜୟୀ କଲେ। ସେହିପରି ଏହି ନିର୍ବାଚନରେ ବିଜେପି କ୍ଷମତାକୁ ଆସିଲେ ୨ ଟଙ୍କାରେ ୧ କିଲୋ ଅଟା ଏବଂ କଲେଜ ପଢୁଆ ଝିଅଙ୍କ ପାଇଁ ସ୍କୁଟି, ଗରିବ ଝିଅଙ୍କ ବାହାଘର ପାଇଁ ୫୧, ୦୦୦ ଟଙ୍କା ଦେବ ବୋଲି ଘୋଷଣା କରିଥିଲା ସେହିପରି କଂଗ୍ରେସ ୩୦୦ ୟୁନିଟ୍ ଯାଏଁ ବିଜୁଳୀ ଫ୍ରୀ, ବାର୍ଦ୍ଧକ୍ୟ ଏବଂ ବିଧବା ଭତ୍ତା ୨୫୦୦ ରୁ ୫୦୦୦ ଟଙ୍କା, ଝିଅଙ୍କ ପାଇଁ ମାଗାଣା ଶିକ୍ଷା, ବେକାରୀଙ୍କ ପାଇଁ ୫ ରୁ ୭ ହଜାର ଯାଏଁ ଭତ୍ତା ଦେବ ବୋଲି ଘୋଷଣା କରିଥିଲା। ହେଲେ ଏହି ସ୍କିମ୍ ସବୁ ଫେଲ ମାରିଲା।

ଏଇଠୁ ଆପଣ ଜାଣିପାରୁଥିବେ ଆମ ଦେଶର ଗଣତନ୍ତ୍ର ବିଭିନ୍ନ ରାଜନୈତିକ ଦଳଙ୍କ ଫ୍ରୀ ଯୋଜନା ଭୋଟରଙ୍କୁ ଏଭଳି ଭାବେ ପ୍ରଭାବିତ କରୁଛି ଯେ ସେମାନେ ଭୁଲି ଯାଉଛନ୍ତି କେଉଁ ପ୍ରାର୍ଥୀ ଠିକ୍ କେଉଁ ପ୍ରାର୍ଥୀ ଭୁଲ୍‌। ନିଶ୍ଚତ ଭାବେ ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ର ବୋଲି ଦାବି କରୁଥିବା ଭାରତ ପାଇଁ ଏହା ଶୁଭଙ୍କର ନୁହେଁ।

Related story