Advertisment

ଅସଜଡା ଘରକୁ ସଜାଡିବା କାମରେ ବ୍ୟସ୍ତ ରହିବେ ପ୍ରସାଦ

ଓଡ଼ିଶା କଂଗ୍ରେସରେ ଗୋଷ୍ଠୀ କନ୍ଦଳ କିଛି ନୂଆ କଥା ନୁହେଁ। ଗୋଷ୍ଠୀ କନ୍ଦଳ ପାଇଁ ଦଳକୁ ବଡ ମୂଲ୍ୟ ମଧ୍ୟ ଦେବାକୁ ପଡିଛି। ଦୀର୍ଘ ୧୫ ବର୍ଷ ଧରି କଂଗ୍ରେସ ବିରୋଧୀ ଦଳ ଆସନ ଅଳଙ୍କୃତ କରି ଆସୁଛି। ବିଗତ ବର୍ଷ ମାନଙ୍କରେ ବହୁବାର ପ୍ରଦେଶ କଂଗ୍ରେସ ସଭାପତି ପରିବର୍ତ୍ତନ ହୋଇଛନ୍ତି ଏବଂ ନୂଆ ସଭାପତି ତାଙ୍କର କାର୍ଯ୍ୟକର୍ତ୍ତା ଚୟନ କରି ଦଳକୁ ପରିଚାଳିତ କରିଛନ୍ତି। ହେଲେ ଗତ ୧୫ ବର୍ଷ ମଧ୍ୟରେ ଦଳର ସ୍ଥିତିରେ କୌଣସି […]

ଅଦ୍ୟତନ ହୋଇଛି

barabatistadium

Advertisment

prasad-harichandanଡ଼ିଶା କଂଗ୍ରେସରେ ଗୋଷ୍ଠୀ କନ୍ଦଳ କିଛି ନୂଆ କଥା ନୁହେଁ। ଗୋଷ୍ଠୀ କନ୍ଦଳ ପାଇଁ ଦଳକୁ ବଡ ମୂଲ୍ୟ ମଧ୍ୟ ଦେବାକୁ ପଡିଛି। ଦୀର୍ଘ ୧୫ ବର୍ଷ ଧରି କଂଗ୍ରେସ ବିରୋଧୀ ଦଳ ଆସନ ଅଳଙ୍କୃତ କରି ଆସୁଛି। ବିଗତ ବର୍ଷ ମାନଙ୍କରେ ବହୁବାର ପ୍ରଦେଶ କଂଗ୍ରେସ ସଭାପତି ପରିବର୍ତ୍ତନ ହୋଇଛନ୍ତି ଏବଂ ନୂଆ ସଭାପତି ତାଙ୍କର କାର୍ଯ୍ୟକର୍ତ୍ତା ଚୟନ କରି ଦଳକୁ ପରିଚାଳିତ କରିଛନ୍ତି। ହେଲେ ଗତ ୧୫ ବର୍ଷ ମଧ୍ୟରେ ଦଳର ସ୍ଥିତିରେ କୌଣସି ସୁଧାର ଆସିପାରିନାହିଁ। ୨୦୧୪ ବିଧାନସଭା ନିର୍ବାଚନରେ ରାଜ୍ୟରେ କଂଗ୍ରେସ ଦଳର ବିପର୍ଯ୍ୟୟ ପରେ ଦଳୀୟ ହାଇକମାଣ୍ଡ ପ୍ରଦେଶ କଂଗ୍ରେସର ସଭାପତିଙ୍କୁ ପରିବର୍ତ୍ତନ କରିଥିଲେ। ପୂର୍ବରୁ ଥିବା ପିସିସି ସଭାପତି ଜୟଦେବ ଜେନାଙ୍କ ସ୍ଥାନରେ ଯୁବ ନେତା ତଥା ଉତ୍ତମ ଭାବମୂର୍ତ୍ତୀ ବହନ କରୁଥିବା ପ୍ରସାଦ ହରିଚନ୍ଦନଙ୍କୁ ଅବସ୍ଥାପିତ କରିଥିଲେ। ପ୍ରସାଦ ହରିଚନ୍ଦନ ଦାୟୀତ୍ୱ ଗ୍ରହଣ କରିବା ପରେ କହିଲେ, ”ମୁଁ ନୁହେଁ ଆମେ” ନୀତି ଆପଣେଇ କାର୍ଯ୍ୟ କରିବେ। ଅର୍ଥାତ ଗୋଷ୍ଠୀ ବିବାଦକୁ ଏଡେଇବା ପାଇଁ ସେ ସମସ୍ତଙ୍କୁ ନେଇ ଦଳୀୟ  କାର୍ଯ୍ୟକୁ ଆଗେଇ ନେବେ ବୋଲି ବେଶ ଆଶାବାଦୀ ଥିଲେ। ୨୦୧୪ ସମିହାର ଶେଷ ଭାଗରେ ପ୍ରସାଦ ହରିଚନ୍ଦନ ପିସିସି ସଭାପତି ଦାୟୀତ୍ୱ ଗ୍ରହଣ କରିଥିଲେ ହେଁ ଏଯାବତ୍ ପିସିସି କର୍ମକର୍ତ୍ତାଙ୍କ ତାଲିକା ଘୋଷଣା କରିବାରେ ସମର୍ଥ ହୋଇପାରି ନାହାନ୍ତି। ସେ ବହୁବାର ଗଣମାଧ୍ୟମ ସମ୍ମୁଖରେ ପିସିସି କର୍ମକର୍ତ୍ତା ଘୋଷଣା ଖୁବଶୀଘ୍ର କରାଯିବ ବୋଲି ପ୍ରକାଶ କରିଥିଲେ ହେଁ ତାହା ବାସ୍ତାବରେ ସମ୍ଭବ ହୋଇପାରି ନାହିଁ। ନିକଟରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର କଂଗ୍ରେସ ହାଇକମାଣ୍ଡଙ୍କୁ ସାକ୍ଷାତ କରି ଫେରିବା ପରେ ଆଶା କରାଯାଉଥିଲା ପ୍ରସାଦ ହୁଏତ ଖୁବ ଶୀଘ୍ର ତାଙ୍କ ଟିମ ଘୋଷଣା କରିବେ। ହେଲେ ପ୍ରସାଦ ଓ ନରସିଂହ ମିଶ୍ର ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ଦେଖା କରି ଫେରିବାର ମାତ୍ର କେତୋଟି ଦିନ ପରେ ଦଳର ୧୨ ଜଣ ବିଧାୟକ ଅଚାନକ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ଦେଖାକରିବା ପରେ ଦଳରେ ଯେ ଗୋଷ୍ଠୀ କନ୍ଦଳ ଥମି ନାହିଁ ତାହାର ସୂଚନା ମିଳିଛି। ୧୨ ଜଣ ଦଳୀୟ ବିଧାୟକ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ଦେଖା କରିବା ‍ବା ଆଲୋଚନା କରିବାରେ କୌଣସି ଅସୁବିଧା ନାହିଁ। ଦଳୀୟ ବିଧାୟକମାନେ ଦିଲ୍ଲୀ ଯିବା ପୂର୍ବରୁ ତାଙ୍କର ଗସ୍ତ ନେଇ ପିସିସି ସଭାପତି ବା ବିରୋଧୀ ଦଳ ନେତାଙ୍କ ସହ ଆଲୋଚନା କରିପାରି ଥାନ୍ତେ। ଯାହା ଦ୍ୱାରା ବର୍ତ୍ତମାନ ସୃଷ୍ଟି ହୋଇଥିବା ସନ୍ଦେହକୁ ଅନେକ ମାତ୍ରାରେ ଦୂର କରାଯାଇ ପାରିଥାନ୍ତା। ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଟି ହେଲା ୧୨ ଜଣ ଦଳୀୟ ବିଧାୟକଙ୍କ ଦିଲ୍ଲୀ ଗସ୍ତ ନେଇ ବରିଷ୍ଠ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ମନ୍ତବ୍ୟ। ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଗଣମାଧ୍ୟମକୁ କହିଲେ ଯେ ଦଳର ୧୨ ଜଣ ବିଧାୟକଙ୍କ ଦିଲ୍ଲୀ ଗସ୍ତ ମୂଳରେ ରହିଛି କଂଗ୍ରେସ ଦଳର ଚିଫ୍ ହ୍ୱିପ ତାରା ପ୍ରସାଦ ବାହୀନିପତିଙ୍କ ବିରୋଧରେ ଅସନ୍ତୋଷ। ସେମାନେ ଦଳର ହାଇକମାଣ୍ଡଙ୍କୁ ତାରା ପ୍ରସାଦ ବାହୀନପତିଙ୍କ ବିରୋଧରେ ସେମାନଙ୍କ ଅସନ୍ତୋଷ ବ୍ୟକ୍ତ କରିବାକୁ ଦିଲ୍ଲୀ ଯାଇଥିବା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର କହିବା ପରେ କଂଗ୍ରେସ ଦଳରେ ଏବେ ବି ଯେ ଗୋଷ୍ଠୀ ବିବାଦ ରହିଛି ତାହା ସ୍ପଷ୍ଟ। ଲୁଲୁ ମହାପାତ୍ରଙ୍କ ମନ୍ତବ୍ୟ ପରେ ଦଳର ବିଭିନ୍ନ ନେତା ଏବେ ଗଣମାଧ୍ୟମକୁ ସ୍ପଷ୍ଟୀକରଣ ଦେବାରେ ଲାଗିଛନ୍ତି। ବିଭିନ୍ନ ସମୟରେ ବିଭିନ୍ନ ନେତାଙ୍କ ସ୍ପଷ୍ଟୀକରଣ କେତେ ଗ୍ରହଣୀୟ ତାହା ବାସ୍ତବରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ପରିପ୍ରେକ୍ଷୀରେ ଦଳର ବିଧାୟକମାନଙ୍କ ସହ ପିସିସି ସଭାପତି, ବିରୋଧୀ ଦଳ ନେତା ଏବଂ ଓଡ଼ିଶା ଦାୟୀତ୍ୱରେ ଥିବା କେନ୍ଦ୍ରୀୟ ନେତାମାନେ ଆଲୋଚନା କରିବେ ବୋଲି ସ୍ଥିର ହୋଇଛି। ତେବେ ଗୋଟିଏ କଥା ସ୍ପଷ୍ଟ ଯେ, ନବକଳେବରରେ ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟର ବିରୋଧ କରି କଂଗ୍ରେସ ଦଳ ଓଡ଼ିଶା ବନ୍ଦ ଡକରା ଦେଇ ଯେଉଁ ଜନସମର୍ଥନ ହାସଲ କରିଥିଲା ଦଳ ସେହି ସଫଳତାକୁ ପାଥେୟ କରି ଆଗକୁ ବଢିବା ପରିବର୍ତ୍ତେ ଏବେ ରାଜ୍ୟ କଂଗ୍ରେସ ନେତୃବୃନ୍ଦ ନିଜ ଘର ସଜାଡିବାରେ ଅଧିକ ନିୟୋଜିତ ରହବେ। ଯଦିଓ ଦିଲ୍ଲୀ ଯାଇଥିବା ଅଧିକାଂଶ ବିଧାୟକ ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଦେଖା କରିବା କେବଳ ସୌଜନ୍ୟମୂଳକ ବୋଲି କହିଛନ୍ତି ତେବେ ଏହି ପ୍ରସଙ୍ଗ ଯେ ଦଳୀୟ ଗୋଷ୍ଠୀ କନ୍ଦଳକୁ ପୁଣି ଥରେ ଉଜ୍ଜୀବିତ କରିଛି ତାହା କହିବା ଅନାବଶ୍ୟକ। ପିସିସି କର୍ମକର୍ତ୍ତା ଘୋଷଣା ଅପେକ୍ଷା ଅସଜଡା ଘରକୁ ସଜାଡିବା କାମ ପ୍ରସାଦ ହରିଚନ୍ଦନଙ୍କ ପାଇଁ ସବୁଠାରୁ ବଡ ଆହ୍ୱାନ ଆଣି ଦେଇଛି। ପ୍ରସାଦ ପିସିସି ସଭାପତି  ହେବାର କିଛି ମାସ ପରେ ଦଳରେ ଉପୁଜିଥିବା ଏଭଳି ପରିସ୍ଥିତିପ ପ୍ରସାଦଙ୍କ ମୁଣ୍ଡବ୍ୟଥା ବଢ଼ାଇଛି ନିଶ୍ଛୟ। ତେବେ ଏହି ପରିସ୍ଥିତିକୁ ପ୍ରସାଦ କିଭଳି ସାମ୍ନା କରୁଛନ୍ତି ତାହା ଦେଖିବା କଥା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe