ସାମ୍ୱାଦିକଙ୍କ ପାଇଁ ସିପି ଖୋଲିବେ କୋଚିଂ ସେଣ୍ଟର !

କଟକ-ଭୁବନେଶ୍ୱର କମିଶନେରେଟ ପୁଲିସର କମିଶନର ଦାୟିତ୍ୱ ନେବା ପରଠାରୁ ପ୍ରାୟ ନିୟମିତ ବ୍ୟବଧାନରେ ଜଣେ ସଚ୍ଚା ଅଫିସର ଭାବେ ସମ୍ୱାଦ ଶିରୋନାମାରେ ରହିଆସୁଥିବା ଡ. ସୁଧାଂଶୁ ଷଡ଼ଙ୍ଗୀ ପୁଣିଥରେ ଚର୍ଚ୍ଚାରେ। ଦୁଇଦିନ ତଳେ ସୋଶାଲ ମିଡିଆରେ ଖୁବ୍ ଜୋର ଛାଇ ହୋଇଯାଇଥିଲେ ସିପି। ସୋଶାଲ ମିଡିଆରେ ଏକ ନିର୍ଦ୍ଦିଷ୍ଟ ପ୍ରସ୍ତାବ ଉପରେ ଚର୍ଚ୍ଚା ମଧ୍ୟ ହୋଇଥିଲା। ଏହି ପ୍ରସ୍ତାବରେ କୁହାଯାଇଥିଲା ସିପି ସୁଧାଂଶୁ ସାର ସାମ୍ୱାଦିକଙ୍କ ପାଇଁ ଗୋଟିଏ କୋଚିଂ ସେଣ୍ଟର ଖୋଲିବା ଦରକାର। କୋଚିଂ ସେଣ୍ଟରଟି […]

Tapas

Tapas Behera
  • Published: Sunday, 16 February 2020
  • , Updated: 17 February 2020, 06:17 PM IST

ଟକ-ଭୁବନେଶ୍ୱର କମିଶନେରେଟ ପୁଲିସର କମିଶନର ଦାୟିତ୍ୱ ନେବା ପରଠାରୁ ପ୍ରାୟ ନିୟମିତ ବ୍ୟବଧାନରେ ଜଣେ ସଚ୍ଚା ଅଫିସର ଭାବେ ସମ୍ୱାଦ ଶିରୋନାମାରେ ରହିଆସୁଥିବା ଡ. ସୁଧାଂଶୁ ଷଡ଼ଙ୍ଗୀ ପୁଣିଥରେ ଚର୍ଚ୍ଚାରେ। ଦୁଇଦିନ ତଳେ ସୋଶାଲ ମିଡିଆରେ ଖୁବ୍ ଜୋର ଛାଇ ହୋଇଯାଇଥିଲେ ସିପି। ସୋଶାଲ ମିଡିଆରେ ଏକ ନିର୍ଦ୍ଦିଷ୍ଟ ପ୍ରସ୍ତାବ ଉପରେ ଚର୍ଚ୍ଚା ମଧ୍ୟ ହୋଇଥିଲା। ଏହି ପ୍ରସ୍ତାବରେ କୁହାଯାଇଥିଲା ସିପି ସୁଧାଂଶୁ ସାର ସାମ୍ୱାଦିକଙ୍କ ପାଇଁ ଗୋଟିଏ କୋଚିଂ ସେଣ୍ଟର ଖୋଲିବା ଦରକାର। କୋଚିଂ ସେଣ୍ଟରଟି କେଉଁଠି ଖୋଲାଯିବ ସେ ନେଇ ବିଭିନ୍ନ ପ୍ରସ୍ତାବ ମଧ୍ୟ ଆସିଥିଲା।

କେହି ଜଣେ କହିଥିଲେ ଯେ ସେହି କମିଶନେରେଟ ବିଲଡିଂ ଉପରେ ଏହି କୋଚିଂ ସେଣ୍ଟରଟି ଖୋଲାଯାଉ। ଆଉ ସେହି ସେଣ୍ଟରରେ ସାମ୍ୱାଦିକଙ୍କୁ ଜ୍ଞାନର ପାଠ ପଢ଼ାଯିବ। ପ୍ରିନ୍ସପାଲ ଦାୟିତ୍ୱ ନିଜେ ସିପି ନେଲେ ସବୁଠୁ ଭଲ। କାରଣ ନିଜେ ସିପି ସାମ୍ୱାଦିକମାନେ ଜ୍ଞାନୀ ହୁଅନ୍ତୁ ବୋଲି କହିବା ପରେ ବିଶେଷ କରି ସାମ୍ୱାଦିକତା ସହ ସମ୍ପୃକ୍ତ ଥିବା ବ୍ୟକ୍ତିବିଶେଷ ଜ୍ଞାନୀ ହେବାକୁ ଅଧିକ ଉତ୍ସାହିତ ହୋଇପଡ଼ିଛନ୍ତି। ସବୁଥିରେ କିଛି ଏକଷ୍ଟ୍ରା କରି ଦେଖାଇବାର ଦକ୍ଷତା ରଖୁଥିବା ସିପି ନିକଟରେ ରୋଷେଇ ଉପରେ ଜ୍ଞାନ ବାଣ୍ଟିବା ପରେ  ଜଣେ ମୋଟିଭେସନାଲ ସ୍ପିକର ପାଲଟି ଯାଇଛନ୍ତି। ପୂର୍ବଅପେକ୍ଷା ତାଙ୍କ ଫ୍ୟାନ୍‌ ଫଲୋଅରଙ୍କ ସଂଖ୍ୟା ବଢ଼ିଯାଇଛି। ତେଣୁ ଅନ୍ୟାମନଙ୍କୁ ଜ୍ଞାନୀ ହେବା ପାଇଁ ନିଜେ ସିପି ପରାମର୍ଶ ଦେବା କିଛି ବିଚିତ୍ର ନୁହେଁ।

ସାମ୍ୱାଦିକମାନେ କାହିଁକି ଜ୍ଞାନୀ ହେବା ଜରୁରୀ ସେନେଇ କାରଣ ମଧ୍ୟ ଦର୍ଶାଇଛନ୍ତି ସିପି। ତାଙ୍କ ମତରେ ରାଜଧାନୀରେ ଆମ୍ୱୁଲାନ୍ସ ଟ୍ରାଫିକ୍‌ରେ ଫସି ଶିଶୁ ମୃତ୍ୟୁ ଘଟଣାରେ ଗଣମାଧ୍ୟମ ବିଭ୍ରାନ୍ତିକର ତଥ୍ୟ ପ୍ରକାଶ କରୁଛି। ତେଣୁ ଗଣମାଧ୍ୟମକୁ ଅଧିକ ଜ୍ଞାନୀ, ଜାଣିବା ଓ ଦାୟିତ୍ୱବାନ ହେବାକୁ ଆମେ ଉଦ୍ୟମ କରୁଛୁ। କାରଣ ସେମାନେ କିଛି ନ ବୁଝି କେତେବେଳେ କଣ କହୁଛନ୍ତି, ତାହା ଜଣାପଡ଼ୁନାହିଁ। ଏହାଦ୍ୱାରା ଜନମତ ବିଭ୍ରାନ୍ତ ହେଉଛି ବୋଲି ସେ କହିଛନ୍ତି। ସିପିଙ୍କ ଏହି କଥାରୁ ଲାଗୁଛି ଯେ ସତେ ଯେମିତି ସାମ୍ୱାଦିକମାନେ ଜ୍ଞାନୀ ହୋଇଥିଲେ ସେଦିନ ଟ୍ରାଫିକ୍ ଜାମ‌ରେ ପ୍ରାଣ ହରାଇଥିବା ପିଲାଟି ବଚିଂ ଯାଇଥାନ୍ତା ।

ହେଲେ ସିପି ସାରଙ୍କ ନିଜ ବିଭାଗର ଅପାରଗତା, କ୍ରାଇସିସି ମ୍ୟାନେଜ‌୍‍ମେଣ୍ଟ କଳାର ଅଭାବ କିମ୍ୱା ଟ୍ରାଫିକ୍ ପରିଚାଳନାରେ ଆଇ କ୍ୟୁର ଅଭାବ କିମ୍ୱା ସାଧାରଣ ଲୋକ ବୋଲି ହେୟଜ୍ଞାନ କରିବା କାରଣରୁ ପିଲାଟିର ସେଦିନ ଜୀବନ ଚାଲିଗଲା ସେ ବିଷୟରେ କିଛି କହିନାହାନ୍ତି। ଅନ୍ୟକୁ ଜ୍ଞାନୀ ହେବା ପାଇଁ ପରାମର୍ଶ ଦେଉଥିବା ସିପି କମିଶନେରେଟ ପୁଲିରର ଜ୍ଞାନ ଗାରିମାକୁ ମଧ୍ୟ ଟିକେ ପରଖିବା ଉଚିତ୍। ଯଦି ସେଦିନ ଆମ୍ୱୁଲାନ୍ସରେ ସେହି ଶିଶୁଟି ସ୍ଥାନରେ କୌଣସି ନେତା, ମନ୍ତ୍ରୀ କିମ୍ୱା ଭିଭିଆଇପି ଥା’ନ୍ତେ, ତେବେ ଏମିତି ଦାରୁଣ ପରିଣତି କେବେ ଘଟିନଥାନ୍ତା। କାରଣ ସେମାନେ କମନ୍‌ ମ୍ୟାନ୍‌ ନୁହନ୍ତି ଅନକମନ୍‌।

ଏହି ଦୁର୍ଘଟଣାର ଅନ୍ୟ ଏକ ଦିଗକୁ ଅନୁଧ୍ୟାନ କଲେ  ଆମ୍ୱୁଲାନ୍ସକୁ ବାଟ ନଛାଡ଼ିବା ମଧ୍ୟ ସାଧାରଣ ଲୋକମାନଙ୍କର ଅମାନବିକତାର ଚରିତ୍ରକୁ ପଦାରେ ପକାଉଛି। ସେହିପରି ଅନ୍ୟ ଏକ ପ୍ରସଙ୍ଗକୁ ଆସିବା ଶିଖ୍ ଯୁବକଙ୍କୁ ମାଡ଼ ଘଟଣା । ଏହି ଘଟଣାରେ ପୁଲିସ ନିଜ ଜ୍ଞାନ, ବୁଦ୍ଧି ବିବେକ ଖଟାଇ ଅଭିଯୁକ୍ତଙ୍କ ବିରୋଧରେ  ଯେଉଁ ଦୁର୍ବଳ ଦଫା ଲାଗାଇଲା ତାହା ରାଜ୍ୟ ନୁହେଁ ଜାତୀୟସ୍ତରର ମଧ୍ୟ ଚର୍ଚ୍ଚା ହେଲା । ଏଠି ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡାମାଡ଼ ହେଲେ ସିଧା ୩୦୭ ଦଫା ଲାଗୁଛି । ହେଲେ ସଙ୍ଗବଦ୍ଧରେ ଆକ୍ରମଣରେ  ଜଣକର ଶାରୀରିକ ଭୌଗଳିକ ନକ୍ସା ବଦଳିଗଲେ ମଧ୍ୟ ତାଙ୍କ ପାଇଁ ଭିନ୍ନ ଦଫା ଲାଗେ। ତେବେ ଶିଖ୍ ଯୁବକଙ୍କୁ ମାଡ଼ ଘଟଣାରେ କମିଶନରଣେଟେ ପୁଲିସ ପ୍ରଶଂସା ସାଉଁଟିଲା ନା ନିନ୍ଦା ଅପବାଦର ବୋଝ ମୁଣ୍ଡାଇଲା ତାହା ସମସ୍ତେ ଜାଣିଲେ ।  ସେମିତି ଆଉ ଏକ ପ୍ରସଙ୍ଗ ମଧ୍ୟ ଏଠି ଉତ୍‌ଥାନ କରାଯାଇ ପାରେ । ତାହା ହେଉଛି ଟ୍ରାଫିକ୍‌ ଆଇନ୍‌ ଉଲ୍ଲଙ୍ଘନ ଅଭିଯୋଗରେ ବାଇକ୍‌ ଚାଳକଙ୍କ ଠାରୁ ଚାବି ଛଡ଼ାଇବା ପ୍ରସଙ୍ଗ । କିଛିଦିନ ପୂର୍ବେ ଜଣେ ପୁଲିସ ରାସ୍ତାରେ ଗାଡ଼ି ଅଟକାଇ ଚାବି ଛଡ଼ାଉଥିବା ଖବର ଚର୍ଚ୍ଚାକୁ ଆସିଥିଲା। ଆଉ ଚାବି ଛଡ଼ାଇବାଆଇନତଃ କିଛି ଭୁଲ ନୁହେଁ ବୋଲି ଟ୍ରାଫିକ୍‌ ଡିସିପି ସ୍ପଷ୍ଟୀକରଣ ଦେଇଥିଲେ।

ହେଲେ ଆଇନ୍‌ରେ ସେମିତି କିଛି ପ୍ରାବଧାନ ନାହିଁ ବୋଲି ଜଣେ ପୂର୍ବତନ ଡିଜି କହିବା ପରେ ପୁଲିସର ଭୂମିକା ଏବଂ ଆଇନ ବିଷୟରେ ଦଖଲକୁ ନେଇ  ବିତର୍କ ଘେରକୁ ଆସିଥିଲା। ସେହିପରି ଯଦି ଦେଖାଯାଏ ଆମ ଟ୍ରାଫିକ୍‌ ପୁଲିସ ଗୋଟିଏ କ୍ଷେତ୍ରରେ ବେଶ ପାରଙ୍ଗମ ତାହା ହେଉଛି ହେଲମେଟ ଚେକିଂ । ହେଲମେଟ ପିନ୍ଧି ନଥିବା ଲୋକଙ୍କୁ ଧରିବା ପାଇଁ ଏମିତି ବଳକୌଶଳ ଦେଖାନ୍ତି ଯେ, ସତେ ଯେମିତି କେଉଁ ହାର୍ଡକୋର କ୍ରମିନାଲକୁ ଧରିନେଇଛନ୍ତି। ଠିକ‌ସେମିତି ଗଣମାଧ୍ୟମକୁ ଅଧିକ ଜ୍ଞାନୀ, ଜାଣିବା ଓ ଦାୟିତ୍ୱବାନ ହେବାକୁ ଆମେ ଉଦ୍ୟମ କରୁଛୁ ବୋଲି କହିବା  ଏକ ବସିଜିମ ମାନସିକତା କହିଲେ ଭୁଲ ହେବ ନାହିଁ।

ତେବେ ସିପିଙ୍କ ଏଭଳି ମନ୍ତବ୍ୟ ପଛରେ ଆଉ ଏକ ତତ୍ତ୍ୱକୁ ଏଡ଼ାଇ ଦିଆନଯାଇପାରେ। ଦେଖିବାକୁ ଗଲେ ସିଭିଲ‌୍‍ ସର୍ଭିସ କନସେପ୍ଟଟି ବ୍ରିଟିଶରଙ୍କ ମାନସ ସନ୍ତାନ । ସିଭିଲ ସର୍ଭିସ ଭାରତରେ ପ୍ରଚଳନ ହେବାଠାରୁ ଏହି ଅଫିସରମାନଙ୍କୁ ଏକ ଉଚ୍ଚଶ୍ରଣେୀର ଅଂଶ ବିଶେଷ ବୋଲି ବିବେଚନା କରାଯାଇ ଆସୁଛି । ସେମାନଙ୍କ ଚାଲିଚଳନ ଓ ଅଫିସ ନିର୍ମାଣ, ସବୁଥିରେ ରାଜକୀୟ ଛାଟଥାଏ।  ଯଦି କେବେ ଆପଣ କୌଣସି ବ୍ରିଟିଶ ସମୟର ଜିଲ୍ଲାପାଳ ଅଫିସିକୁ ଦେଖିବେ ତେବ ଏହାର ସତ୍ୟତା ଜାଣିପାରିବେ।

ପଦେ କଥା କହିଲେ ଆଇଏଏସ ଏବଂ ଆଇପିଏସମାନେ ସର୍ବଜ୍ଞାନୀ ବା ସବଜାନ‌୍‍ତା ବୋଲି ବ୍ରିଟିଶ‌୍‍ ସମୟରୁ ସୃଷ୍ଟି କରାଯାଇଥିବା ଏହି ଟ୍ରେଣ୍ଡ ଏବେ ବି କାଏମ ରହିଛି । ତେଣୁ ସିପି ନିଜକୁ ସର୍ବଜ୍ଞାନୀ ବୋଲି ଭାବିବା କିଛି ଅଲଗା କଥା ନୁହଁ। ହେଲେ ସିପି ମହାଶୟ ଜାଣିବା ଦରକାର ଏଇ ସାମ୍ୱାଦିକତା କ୍ଷେତ୍ରରୁ ଓଡ଼ିଶାର ନବ ନିର୍ମାଣ ପଛରେ ଅନେକ ସାମ୍ୱାଦିକଙ୍କ ଯଥେଷ୍ଟ ଅବଦାନ କରହିଛି। ଏଥିରେ ଗୋପବନ୍ଧୁ ଦାସ୍‌, ହରେକୃଷ୍ଣ ମହାତାବ, ରାଧାନାଥ ରଥ, ଜାନକୀ ବଲ୍ଲଭ ପଟ୍ଟନାୟକ, ନନ୍ଦିନୀ ଶତପଥୀ ଏମିତି ଅନେକ ନାଁ ରହିଛି। ଓଡ଼ିଶାବାସୀଙ୍କ ନଜରରେ ଏମାନେ ହେଉଛନ୍ତି ଜ୍ଞାନୀ ଗୁଣି ବ୍ୟକ୍ତିତ୍ୱ ହେଲେ ସିପିଙ୍କ ନଜରରେ...।

Related story