କରୋନା ସପ୍ତପଦୀ

ସୂର୍ଯ୍ୟମଣି ମିଶ୍ର ଗୋଟିଏ ଦିନ ଲକ୍ଷ୍ମଣ ଶ୍ରୀରାମଙ୍କୁ ପଚାରିଲେ, ପ୍ରଭୁ ମାୟା କ’ଣ ପ୍ରଭୁ ଶ୍ରୀରାମ କହିଲେ, ଆତ୍ମଗୌରବ, କୀର୍ତ୍ତି ସୌରଭ, ନୀତିଦର୍ଶନ, ଅଧିକାର ପୂଜନ ଏବଂ ଭୋକରେ ଆଉଟୁପାଉଟୁ । ଲକ୍ଷ୍ମଣ କହିଲେ, ପ୍ରଭୁ ମୁଁ ବୁଝିପାରୁନାହିଁ, ଶ୍ରୀରାମ ବୁଝାଇବାକୁ ଯାଇ କହିଲେ, ଯାହା ଦୃଷ୍ଟିଗୋଚର ତାହା ମାୟା । ମାୟା ଅସତ୍ୟ, ସମ୍ପୂର୍ଣ୍ଣ ସଂସାର ହେଉଛି ମାୟା । କରୋନା, ଭେକ୍‌ସିନ୍‌, ଡାକ୍ତର, ନର୍ସ, ହସ୍‌ପିଟାଲ ସବୁ ମାୟା । ଔଷଧ, ମଦ, ମାସ୍କ, […]

suryamani

suryamani

Subrat Kumar Nayak
  • Published: Monday, 04 May 2020
  • Updated: 04 May 2020, 09:47 PM IST

Sports

Latest News

ସୂର୍ଯ୍ୟମଣି ମିଶ୍ର
ଗୋଟିଏ ଦିନ ଲକ୍ଷ୍ମଣ ଶ୍ରୀରାମଙ୍କୁ ପଚାରିଲେ, ପ୍ରଭୁ ମାୟା କ’ଣ ପ୍ରଭୁ ଶ୍ରୀରାମ କହିଲେ, ଆତ୍ମଗୌରବ, କୀର୍ତ୍ତି ସୌରଭ, ନୀତିଦର୍ଶନ, ଅଧିକାର ପୂଜନ ଏବଂ ଭୋକରେ ଆଉଟୁପାଉଟୁ । ଲକ୍ଷ୍ମଣ କହିଲେ, ପ୍ରଭୁ ମୁଁ ବୁଝିପାରୁନାହିଁ, ଶ୍ରୀରାମ ବୁଝାଇବାକୁ ଯାଇ କହିଲେ, ଯାହା ଦୃଷ୍ଟିଗୋଚର ତାହା ମାୟା । ମାୟା ଅସତ୍ୟ, ସମ୍ପୂର୍ଣ୍ଣ ସଂସାର ହେଉଛି ମାୟା । କରୋନା, ଭେକ୍‌ସିନ୍‌, ଡାକ୍ତର, ନର୍ସ, ହସ୍‌ପିଟାଲ ସବୁ ମାୟା । ଔଷଧ, ମଦ, ମାସ୍କ, ସାନିଟାଇଜର୍‌, ଭେଣ୍ଟିଲେସନ୍‌, ପିପିପି କିଟ୍ ମଧ୍ୟ ସବୁ ମାୟା । ଆଉ ଯାହା ସତ୍ୟ ତାହା ହେଲା ମୋ ଭାଷଣ ଭଳି । ନିର୍ଗୁଣ, ନିରାକାର ଏବଂ ଶାଶ୍ୱତ। ମୋ ଭାଷଣ ଭଳି ଅଗମ, ଅଗୋଚର ଏବଂ ପରମ ସତ୍ୟ । ସମସ୍ତ ବିଷାଦର ଅନ୍ତପାଇଁ ନିଦାନ ବା ଔଷଧ ହେଉଛି ମୋ ଭାଷଣ । ଅଜ୍ଞାନୀ କହନ୍ତି ମୋ ଭାଷଣକୁ ମିଛ, ଯିଏ ନିରାକାର ସିଏ ନିର୍ଗୁଣ, ଏଥିରୁ ଅର୍ଥ, ଗୁଣ, ଦୁର୍ଗୁଣ ବାହାର କରିବା ହେଉଛି ସେହି ଦୋଷଗର୍ଶୀମାନଙ୍କର । ଭୋଗ ନିର୍ମଳ, ଏହା ହିଁ ହେଉଛି ମାୟା । ସମସ୍ତେ କୁହନ୍ତି ମୁଁ ମିଠକ, ରହସ୍ୟ, ଲୀଳା, କୌତୁକ, ଦେବତା, ଦେବୀ । ମୁଁ ଜେଣ୍ଡର କେନ୍ଦ୍ରିତ ନୁହେଁ । ମୁଁ ହେଉଛି ସତ୍ୟ, ଯାହା ଉଚିତ୍ ଅନୁଚିତ୍ ଓ ନୈତିକ ଅନୈତିକକୁ ମାପିପାରେ । ଦେଖ ଲକ୍ଷ୍ମଣ ଆଜି ବିଶ୍ୱରେ କରୋନା ଭାଇରସ୍‌କୁ ନେଇ ସମସ୍ତ ଜନତା ସାମାଜିକ ଦୂରତାକୁ ପାଳନ କରୁଛନ୍ତି । କିନ୍ତୁ ସାମାଜିକ ଶୃଙ୍ଖଳାକୁ ବଜାୟ ରଖିପାରୁନାହାନ୍ତି । ସବୁଠି ସାମାଜିକ ବିଶୃଙ୍ଖଳାର ଚିତ୍ର ଦେଖିବାକୁ ମିଳୁଛି । ଆଗକୁ ବିଶ୍ୱରେ ଯେଉଁ ଦୃଶ୍ୟ ଦେଖାଦେବ ତାହା ହେଉଛି ପାରିବାରିକ, ଶିକ୍ଷା ଓ ସାମାଜିକ ବ୍ୟବସ୍ଥା ବାଟ ଭାଙ୍ଗିବ । ବଞ୍ଚିତ, ଗରିବ ଏବଂ ଶୋଷିତବର୍ଗ ଅଧିକ ଭାବେ ଶୋଷଣ ଓ ଉତ୍ପୀଡ଼ନର ଶିକାର ହେବେ ।

ଭାଗ୍ୟବାଦ୍‌ର ଉତ୍ତୋଳନ ଘଟିବ । ପ୍ରେମ ହେବନି ଧର୍ମ । ବରଂ ଦେଶ ହେବ ଧର୍ମ । ସମଗ୍ର ବିଶ୍ୱ ବିପରିତ ଦିଶାରେ ଆଗକୁ ବଢିବ । ଐଶ୍ୱର୍ଯ୍ୟ ସୁଖ ପାଇ କିଛି ଲୋକ ଅଧିକ ଭାବେ ବ୍ୟାକୁଳ ହେବେ । ସ୍ତ୍ରୀ, ପୁତ୍ର ଏବଂ ଧନ ପାଇଁ ଜଣେ ଆଉ ଜଣକୁ ହତ୍ୟା କରିବା ପାଇଁ ପଛାଇବେ ନାହିଁ । ବସ୍ତ୍ର ପ୍ରଳୟର ଅଭିଷେକ ସାରା ଦୁନିଆରେ ଦେଖିବାକୁ ମିଳିବ । ଏସବୁ ହେଉଛି ମାୟା । ଏହି ମାୟା ଯୋଗୁଁ ତ ମୋ ଜନ୍ମ ମାଟି, ଧରାବତରଣରେ କରିଥିବା ଧରାଧାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି ସମସ୍ତେ ମାୟାରେ ବାୟା ହୋଇଛନ୍ତି । ଫଳତଃ ମୋ ଧରା ଧାମରେ କାର୍ଯ୍ୟକ୍ଷେତ୍ରରେ ଜଡ଼ିତ ୮୬ ପ୍ରତିଶତ ପୁରୁଷ ୯୪ ପ୍ରତିଶତ ମହିଳାଙ୍କ ମାସିକ ଆୟ ୧୦ ହଜାର ଟଙ୍କାରୁ କମ୍ । ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଉପରେ ଖର୍ଚ୍ଚ ମାତ୍ର ୧.୨୫ ପ୍ରତିଶତ ପାଖାପାଖି । ୪୦ ପ୍ରତିଶତରୁ ଅଧିକ ଲୋକ କ୍ଷେତ ଉପରେ ନିର୍ଭର କରିଥାନ୍ତି । କୁପୋଷଣ, ରୋଗ, ଅବସାଦ, ଗରିବୀ, ହିଂସା, ଉତ୍ପୀଡ଼ନ ଭଳି ଅପରାଧ ଯୋଗୁଁ ପ୍ରତିବର୍ଷ ଲକ୍ଷାଧିକ ଲୋକ ଗରିବ ହୁଅନ୍ତି।

ବିଶ୍ୱର ସବୁଠୁ ଗରିବ ୨୬ ସବ୍‌-ସାହାରନ୍ ଆଫ୍ରିକା ଦେଶ ଠାରୁ ଅଧିକ ଗରିବ ଆର୍ଯ୍ୟାବର୍ତ୍ତ ଭାରତ ଭୂମିର ଉତ୍ତରପୂର୍ବ ୮ ରାଜ୍ୟରେ ଅଛନ୍ତି । ଦେଶରେ ମାତ୍ର ୧ ପ୍ରତିଶତ ଲୋକ ମାସିକ ୫୦ ହଜାର ଟଙ୍କାରୁ ଅଧିକ ଦରମା ପାଇଥାନ୍ତି । ୧୦ ପ୍ରତିଶତ ଧନୀକଙ୍କ ସମ୍ପତ୍ତି ୭୭.୪ ପ୍ରତିଶତ ଦେଶର ସମ୍ପତ୍ତି ସହ ସମାନ । ୧ ପ୍ରତିଶତ ଲୋକଙ୍କ ପାଖରେ ଭାରତର ୫୧.୫୩ ପ୍ରତିଶତ ଜାତୀୟ ସଂପତ୍ତି ରହିଛି। ଦେଶର ୯ ଧନକୁବେରଙ୍କ ପାଖରେ ୫୦ ପ୍ରତିଶତ ତଳେ ରହିଥିବା ଜନସଂଖ୍ୟାଙ୍କ ସଂପତ୍ତି ସହ ସମାନ । ତଳେ ରହିଥିବା ୬୦ ପ୍ରତିଶତ ଲୋକଙ୍କ ପାଖରେ ଦେଶର ୪.୮ ପ୍ରତିଶତ ସଂପତ୍ତି ରହିଛି । ଭାରତର ସବୁଠୁ ଗରିବ ୧୦ପ୍ରତିଶତ ଜନସଂଖ୍ୟା ୨୦୦୪ ଠାରୁ ଲଗାତର ଋଣଗ୍ରସ୍ତ ହେଉଛନ୍ତି ।

ହେ ଲକ୍ଷ୍ମଣ ! ମତେ ଯାହା ଜଣାପଡ଼ୁଛି ଲକ୍‌ଡାଉନ୍ ପରେ ମୋ ଭୂମି ଆର୍ଯ୍ୟାବର୍ତ୍ତ ଭାରତ ୮.୭୬ ଲକ୍ଷ କୋଟି ଟଙ୍କାର କ୍ଷତି ସହିବ । ଦେଶର କାରିଗର, ଶ୍ରମିକ, ହୋଟେଲ ଶିଳ୍ପ, ବିମାନ ସେବା ସହ ଜଡ଼ିତ କର୍ମଚାରୀ ଅଧିକ କ୍ଷତିଗ୍ରସ୍ତ ହେବେ । ତେଣୁ ତୁମକୁ ବାର୍ତ୍ତା ଦେବାକୁ ହେବ ଆତ୍ମରକ୍ଷା ନୁହେଁ, ଅନ୍ୟକୁ ରକ୍ଷା କରିବା ହେଉଛି ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଧର୍ମ । ମୋ ପାଇଁ ମୋ ଭୂମି ଆର୍ଯ୍ୟାବର୍ତ୍ତ ଭାରତ କେବଳ ନୁହେଁ, ସମଗ୍ର ବିଶ୍ୱ କିପରି ସମାନତାର ସହ, ସହଯୋଗର ସହ ସୌହାର୍ଦ୍ଧ୍ୟତାକୁ ଆପଣେଇ ବଞ୍ଚିବେ ସେନେଇ ମୁଁ ଚିନ୍ତା କରୁଛି । ହେ ଲକ୍ଷ୍ମଣ! ମାୟା ସଂପର୍କରେ ଯାହା କହିଲି ତାହାକୁ ବୁଝ ଏବଂ କରୋନା ଭଳି ବିପଦ ସମୟରେ ଏକାକୀ ବନ୍ଦୀ ଜୀବନ ବିତାଉଥିବା ଜନଗଣଙ୍କୁ ବୁଝାଇଦିଅ କେବଳ ଆତ୍ମ ସୁଖ ନୁହେଁ, ସାମାଜିକ ହିତ ପାଇଁ କାର୍ଯ୍ୟକର । ସମ୍ପ୍ରଦାୟ ଜାତି ଆଧାରରେ ନୁହେଁ ବା କୌଣସି ଭେଦଭାବକୁ ନେଇ ନୁହେଁ, ବରଂ ସର୍ବେ ଭବନ୍ତୁ ସୁଖୀନମ୍‌ର ମୋ ଆଦର୍ଶକୁ ଆପଣେଇ କରୋନା କବଳରୁ ରକ୍ଷା ହୋଇପାରିବ ।

ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର
ଦୂରଭାଷ: ୯୪୩୮୦୦୬୨୧୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos