ଭୋକର ଭୋଟ୍‌ ବ୍ୟାଙ୍କ

ମନେ ପଡ଼େ ଇନ୍ଦିରା ଗାନ୍ଧୀଙ୍କ ଗରିବୀ ହଟାଓ ଦେଶ ବଚାଓ ସ୍ଲୋଗାନ। ଏହି ନାରା ଦେଇ ଦିନେ କ୍ଷମତାକୁ ଆସିଥିଲା କଂଗ୍ରେସ। କଂଗ୍ରେସର ଏହି ନାରା ସମଗ୍ର ଦେଶକୁ ଜଣାଇ ଦେଲା ଏମାନେ ହେଉଛନ୍ତି ଏକ ବଡ଼ ଭୋଟ ବ୍ୟାଙ୍କ। ଆଉ ଏହି ନାରା ସବୁ ରାଜନୈତିକ ଦଳ ପାଇଁ ଏକ ନୂଆ ଦିଗ ଦେଖାଇ ଦେଲା। ୧୯୭୧ରୁ ଆଜି ଯାଏଁ ଏହା ବଳରେ ଅନେକ ରାଜ୍ୟରେ ଅନେକ ଦଳ ବିଜୟୀ ହେଇଛନ୍ତି। ଭୋଟରଙ୍କୁ ବିଭିନ୍ନ ସ୍କିମ୍ […]

swadheen-rout

Ordigital Desk
  • Published: Sunday, 13 March 2022
  • , Updated: 13 March 2022, 05:12 PM IST

ନେ ପଡ଼େ ଇନ୍ଦିରା ଗାନ୍ଧୀଙ୍କ ଗରିବୀ ହଟାଓ ଦେଶ ବଚାଓ ସ୍ଲୋଗାନ। ଏହି ନାରା ଦେଇ ଦିନେ କ୍ଷମତାକୁ ଆସିଥିଲା କଂଗ୍ରେସ। କଂଗ୍ରେସର ଏହି ନାରା ସମଗ୍ର ଦେଶକୁ ଜଣାଇ ଦେଲା ଏମାନେ ହେଉଛନ୍ତି ଏକ ବଡ଼ ଭୋଟ ବ୍ୟାଙ୍କ। ଆଉ ଏହି ନାରା ସବୁ ରାଜନୈତିକ ଦଳ ପାଇଁ ଏକ ନୂଆ ଦିଗ ଦେଖାଇ ଦେଲା। ୧୯୭୧ରୁ ଆଜି ଯାଏଁ ଏହା ବଳରେ ଅନେକ ରାଜ୍ୟରେ ଅନେକ ଦଳ ବିଜୟୀ ହେଇଛନ୍ତି। ଭୋଟରଙ୍କୁ ବିଭିନ୍ନ ସ୍କିମ୍ ମାଧ୍ୟମରେ ପ୍ରଲୋଭିତ ଓ ସମ୍ମୋହିତ କରି ବିଜୟର ବାନା ଉଡ଼ାଇଛନ୍ତି।

ଆମର ଭୋଟର କିଏ, ଆମକୁ କିଏ ଦେଉଛି ଭୋଟ୍। ଆଉ ତାହା ପାଇଁ ଆମେ କ’ଣ କରିପାରିବା, ଆଉ ଏହାକୁ ନେଇ ସବୁ ରାଜନୈତିକ ଦଳଗୁଡ଼ିକର ରଣନୀତି। ଆଉ ଏହାର ସଫଳ ରୂପାୟନ ଦେଖିବାକୁ ମିଳିଛି ଆମ ରାଜ୍ୟ ଓଡ଼ିଶା ଏବଂ ଉତ୍ତର ପ୍ରଦେଶ ନିର୍ବାଚନରେ। ଆପଣ ଯଦି ମନୋଜ କୁମାରଙ୍କ ଫିଲ୍ମ ‘ରୋଟି, କପଡ଼ା ମକାନ‘ ଦେଖିଥିବେ ତେବେ ଜଣପାରିବେ ଆମ ଦେଶର ନିମ୍ନ ମଧ୍ୟବିତ ଏବଂ ଗରିବଙ୍କ କ’ଣ ରହିଛି ମୌଳିକ ଆବଶ୍ୟକତା। ଗୋଟିଏ ସାଧାରଣ ମଣିଷ ପାଇଁ ଏହି ୩ଟି ଜନିଷର ବେଶ ମହତ୍ତ୍ୱ ରଖିଥାଏ। ଆଉ ଏହାକୁ ଯିଏ ଦେଇପାରିଲା ସେ ନିଶ୍ଚିତ ରୂପେ ଲୋକଙ୍କ ମନ ଜିଣିପାରିବ। ଲୋକଙ୍କ ମୌଳିକ ଆବଶ୍ୟକତାକୁ ନେଇ କେନ୍ଦ୍ର ସରକାରଠୁ ଆରମ୍ଭ କରି ରାଜ୍ୟ ସରକାର ଯାଏଁ ମାଳମାଳ ଯୋଜନା ଲମ୍ବାଇ ଦେଇଛନ୍ତି। ଲୋକଙ୍କ ପାଇଁ ଛୁଆ ଜନ୍ମ ହେବାଠାରୁ ଆରମ୍ଭ କରି ମୃତ୍ୟୁ ଯାଏଁ ଆମର ଅନେକ ଯୋଜନା।

ବିଜେପିର ଉତ୍ତରପ୍ରଦେଶ ବିଜୟ ପରେ ଏବେ ସମସ୍ତଙ୍କ ମୁହଁରେ ଗୋଟିଏ କଥା ସାଇଲେଣ୍ଟ ଭୋଟର। ତେବେ କିଏ ଏହି ସାଇଲେଣ୍ଟ ଭୋଟର? ଆମେ କହୁ ମହିଳାମାନେ ହେଉଛନ୍ତି ଏହି ସାଇଲେଣ୍ଟ ଭୋଟର। ଏହି ମାନେ ହିଁ ଚୁପ୍‌ଚାପ୍‌ ଭୋଟ ଦେଇ ଅନେକ ସମୟରେ ଅନେକ ସରକାରଙ୍କୁ ବିଜୟୀ ବନାଉଛନ୍ତି। ଓଡ଼ିଶାରେ ନବୀନ ସରକାର ହୁଅନ୍ତୁ ବା ଉତ୍ତରପ୍ରଦେଶରେ ଯୋଗୀ ସରକାର, ଏବେ ସମସ୍ତଙ୍କ ନଜରରେ ଏହି ମହିଳା ଭୋଟର। ଗୋଟିଏ ଘରେ ଜଣେ ମହିଳାଙ୍କ ଉପରେ ପରିବାର ଚଳାଇବା ପାଇଁ ଅନେକ ଚ୍ୟାଲେଞ୍ଜ ଥାଏ। ଅନେକ ଚାପ ଥାଏ। ସେ ଓଡ଼ିଶା ହେଉ ବା ଉତ୍ତର ପ୍ରଦେଶ ଅବା ବିହାର। ସବୁଠି ଅବସ୍ଥା ଏକା ପ୍ରକାରର। ପରିବାରରେ ପିଲାଙ୍କୁ ଦିନକୁ ଦିମୁଠା ଖାଇବାକୁ ନ ମିଳିଲେ ଜଣେ ସ୍ତ୍ରୀ ଲୋକର ମନକୁ ବେଶ୍‌ ଆଘାତ ଲାଗିଥାଏ। ଆଖିରୁ ଲୁହ ଝରିଯାଏ। ହେଲେ ଏହି ମାଆ ଭଉଣୀଙ୍କ ଦୁଃଖ ଯେ ବୁଝେ ତାକୁ ସେମାନେ ପସନ୍ଦ କରନ୍ତି। ନେତା ଭାବେ ତାଙ୍କୁ ଭୋଟ ଦିଅନ୍ତି। ଏହି ମହିଳାମାନଙ୍କ ହାତକୁ କିଭଳି ଦି ପଇସା ଆସିବ ଏବଂ ସେମାନେ କିଭଳି ସ୍ୱାବଲମ୍ବୀ ହେବେ ଓ ସ୍ଥାୟୀ ରୋଜଗାର ପାଇବେ, ସେଥିପାଇଁ ଅନେକ ଯୋଜନା ହୁଏ। ମହିଳାମାନଙ୍କୁ ନେଇ ଗଠିତ ହୋଇଥିବା ସ୍ୱଂୟ ସହାୟକ ଗୋଷ୍ଠୀଗୁଡ଼ିକୁ ସରକାର କୋଟି କୋଟି ଟଙ୍କାର ଋଣ ଦିଅନ୍ତି। ନିର୍ବାଚନ ପୂର୍ବରୁ ଏମାନଙ୍କୁ ବିଭିନ୍ନ ସ୍କିମ ମାଧ୍ୟମରେ ପଇସା ବଣ୍ଟାଯାଏ। ଆଉ ଯାହାର ସୁଫଳ ମିଳେ ନିର୍ବାଚନରେ। ସେହପରି ଫ୍ରି ରାସନ ଏବଂ ଉଜ୍ଜ୍ୱଳା ଯୋଜନାରେ ଫ୍ରି ଗ୍ୟାସ। ଗୋଟିଏ ପରିବାରକୁ ଦିନକୁ ଦି ଓଳା ରନ୍ଧା ଖାଦ୍ୟ ଦେଉଛି ଏହି ଫ୍ରି ସ୍କିମ।

ସବୁ ସରକାରଙ୍କ ଫ୍ରି ସ୍କିମ ସଫଳ ରୂପାୟନର ଝଲକ ଦେଖିବାକୁ ମିଳିଛି ଓଡ଼ିଶାର ପଂଚାୟତ ଏବଂ ୟୁପିର ବିଧାନସଭା ନିର୍ବାଚନରେ। ଆମର ପରୁଷ ପ୍ରଧାନ ଦେଶରେ ଅନେକ ସମୟରେ ମହିଳାମାନେ ଅନେକ ଅତ୍ୟାଚାରର ଶିକାର ହୁଅନ୍ତି। ୟୁପିରେ ଯୋଗୀ ସରକାର ଆସିବା ପରେ ଜଙ୍ଗଲରାଜ ଖତମ ହେବା ସହ ମହିଳାମାନେ ନିର୍ଭୟରେ ରାତିରେ ବୁଲାବୁଲି କରିପାରୁଛନ୍ତି। ଯାହା ଫଳରେ ମହିଳାମାନେ ନିଜକୁ ସ୍ୱାଧୀନ ମନେକଲେ। ୟୁପିରେ ମାଫିଆ ଏବଂ ଜଙ୍ଗଲରାଜ ଖତମ କରିଥିବା ଯୋଗୁଁ ଯୋଗୀଙ୍କୁ ବୁଲଡୋଜର ବାବା କୁହାଗଲା। ଆଉ ଏ ସବୁ କେଉଁଠି ନା କେଉଁଠି ଏକ ପଜେଟିଭ୍ ଇମ୍ପାକ୍ଟ ପକାଇଲା ମହିଳାଙ୍କ ଉପରେ। ଶେଷରେ ଏହା ଭୋଟରେ ପରିଣତ ହେଲା। ସେହିପରି ଟ୍ରିପଲ୍‌ ତଲାକ୍ ଉଠାଇଦେବାର ସୁଫଳ ମିଳିଛି ବିଜେପିକୁ। ଅନେକ ସଂଖ୍ୟାରେ ମୁସଲିମ୍ ମହିଳାମାନେ ବିଜେପିକୁ ଭୋଟ ଦେଇଥିବା କୁହାଯାଉଛି।

ନିଜକୁ ଦଳିତ ଶ୍ରେଣୀର କହୁଥିବା ମାୟାବତୀ ଗରିବ ଘରୁ ଆସି ମୁଖ୍ୟମନ୍ତ୍ରୀ ହେବା ସହ ଢେର ପଇସା ରୋଜଗାର କରିପାରିଛନ୍ତି। ଏଭଳି ଅନେକ ଦଳିତ ଓ ଓବିସି ନେତା ଢେର ପଇସା କମେଇଛନ୍ତି। ହେଲେ ସେହି ଜାତିର ଲୋକଙ୍କ ଭାଗ୍ୟ ବଦଳିନି। ସେମାନେ ଯେଉଁ ଗରିବକୁ ସେହି ଗରିବ।

ୟୁପି ବିଜୟ ପରେ ଯଦି ଆପଣ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଦିଆଯାଇଥିବା ସମ୍ବୋଧନ ଶୁଣିଥିବେ, ତେବେ ଆପଣ ଜାଣିପାରିବେ ଯେ କେମିତି ବର୍ଷ ବର୍ଷ ଧରି ଉତ୍ତରପ୍ରଦେଶ ଜାତିବାଦର ଜାଲରେ ଛନ୍ଦି ହୋଇଥିଲା। ଆଉ ଏବେ ତାର ମୁକ୍ତି ହୋଇଛି। ଏହା ଏକ ପ୍ରକାର ଠିକ୍‌ କଥା। ସେ ଉତ୍ତର ପ୍ରଦେଶ ହେଉ ବା ବିହାର, ଏଠି ଜାତିର ଆଧାରରେ ଭୋଟ ପଡ଼ି ଆସୁଥିଲା। କେତେବେଳେ ମୟାବତୀ ତ ଆଉ କେତେବେଳେ ଅଖିଲେଶ ଯାଦବ ଓ ମୁଲାୟମ ସିଂହ ଯାଦବ। ଏମାନେ ନିଜ ଜାତିକୁ ନେଇ ରାଜନୀତି କରି ବିଜୟୀ ହେଉଥିଲେ। ତିଲକ ତରାଜୁ ଔର ତଲୱାର ଇନକୋ ମାରୋ ଜୁତା ଚାର- ଏହି ନାରା ଦେଇ ଦିନେ କ୍ଷମତାକୁ ଆସିଥିଲା ମାୟାବତୀଙ୍କ ପାର୍ଟି ବିଏସପି। କିନ୍ତୁ ପରେ ଏହି ନୀତି ବଦଳାଇ ବ୍ରାହ୍ମଣମାନଙ୍କ ସହ ଦୋସ୍ତି କରି ନାରା ଦେଲେ ହାତୀ ନେହିଁ ଗଣେଶ ହୈ ବ୍ରହ୍ମା ବିଷ୍ଣୁ ମହେଶ ହେ। ଆଉ ଏହି ନାରା ବଳରେ ୨୦୦୭ ମସିହାରେ ବେହେନଜୀ ୟୁପିର ସିଏମ ହେଲେ। ସେହିପରି ବ୍ରାହ୍ମଣ ଏବଂ ବଣିଆଙ୍କ ପାର୍ଟି କୁହାଯାଏ ବିଜେପିକୁ। ଆଉ ସମାଜବାଦୀ ପାର୍ଟିହେଲା ଯାଦବଙ୍କର। ୟୁପିରେ ଜାତି ଆଧାରରେ ଭୋଟ ପାଇବା ପାଇଁ ଅନେକ ସମୟର ଅନେକ ଦଳ ନିଜର ଆଭିମୁଖ୍ୟ ବଦଳାଇଥା’ନ୍ତି। ଯେଉଁ ଜିଲ୍ଲାରେ ଯେଉଁ ଜାତିର ଭୋଟ୍ ଶେଆର ଅଧିକ ସେହି ଜାତିର ନେତାକୁ ସେମାନେ ଟିକେଟ୍ ଦିଅନ୍ତି। ଏଭଳି ସୋସିଆଲ୍ ଇଞ୍ଜିନିୟରିଂ କରି ଅନେକ ସମୟରେ ଉତ୍ତର ପ୍ରଦେଶର ଶାସନ ଗାଦି ହାତେଇଛନ୍ତି ସମାଜବାଦୀ ଓ ବହୁଜନ ସମାଜବାଦୀ ପାର୍ଟି। ଗତ ୨୦୧୪ରେ ବିଜେପି ମଧ୍ୟ ଜାତି ସମୀକରଣ ମାଧ୍ୟମରେ ୟୁପି ସିଂହାସନ ହାସଲ କରିଥିଲା।

ହେଲେ ଏବେ ଭୋଟରଙ୍କ ମୁଡ୍ ବଦଳିଛି। କାରଣ ଭୋକିଲା ପେଟ ଏବେ ଆଉ ମାନୁନି ଜାତି। ବର୍ଷ ବର୍ଷ ଧରି ଜାତି ନାଁରେ କ୍ଷମତାକୁ ଆସିଥିବା ନେତାମାନେ ଅନେକ ଫାଇଦା ନେଇଛନ୍ତି। ନିଜକୁ ଦଳିତ ଶ୍ରେଣୀର କହୁଥିବା ମାୟାବତୀ ଗରିବ ଘରୁ ଆସି ମୁଖ୍ୟମନ୍ତ୍ରୀ ହେବା ସହ ଢେର ପଇସା ରୋଜଗାର କରିପାରିଛନ୍ତି। ଏଭଳି ଅନେକ ଦଳିତ ଓ ଓବିସି ନେତା ଢେର ପଇସା କମେଇଛନ୍ତି। ହେଲେ ସେହି ଜାତିର ଲୋକଙ୍କ ଭାଗ୍ୟ ବଦଳିନି। ସେମାନେ ଯେଉଁ ଗରିବକୁ ସେହି ଗରିବ। ଆଜି ଯଦି ଯେଉଁ ସରକାର ସେମାନଙ୍କ କଥା ଚିନ୍ତା କରୁଛି, ପେଟକୁ ଦାନା ଦେଉଛି, ହାତକୁ କାମ ଦେଉଛି, ସେମାନେ ତା’ର ପ୍ରଶଂସା କରୁଛନ୍ତି। ଆଉ ଚୁପ୍‌ଚାପ୍‌ ରହି ନିଜ ଜାତିର ନେତାଙ୍କ କଥା ଚିନ୍ତା ନ କରି ଯିଏ ସେମାନଙ୍କ ପେଟକଥା ବୁଝୁଛି ସେମାନେ ସେହି ଦଳକୁ ହିଁ ଭୋଟ୍ ଦେଉଛନ୍ତି। ଖାଲି ଏତିକି ନୁହେଁ, ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର ମାଧ୍ୟମରେ ଆଜି ହିତାଧିକାରୀଙ୍କ ଖାତାକୁ ସିଧାସଳଖ ପଇସା ଆସୁଛି। ବାଟମାରଣାର ଭୟ ମଧ୍ୟ ହ୍ରାସ ପାଇଛି। ସେ ଚାଷୀ ହୁଅନ୍ତୁ ବା ମହିଳା ସମସ୍ତେ ଲାଭ ପାଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଲୋକେ ଘର ପାଉଛନ୍ତି। ଏହା ସାଙ୍ଗକୁ ଫ୍ରି’ ରାସନ ଓ ଇନ୍ଧନ ପାଉଛନ୍ତି। କେଉଁଠି ନା କେଉଁଠି ବିଜେପିକୁ ୟୁପିରେ ଏହି ସବୁ ଯୋଜନାରୁ ସୁଫଳ ମିଳିଛି।

ଜାତିବାଦ, ପରିବାରବାଦ ଭଳି ଅନେକ ଭୋଟ୍ ବ୍ୟାଙ୍କକୁ ପଛରେ ପକାଇ ସୃଷ୍ଟି ହୋଇଥିବା ଏହି ଭୋକର ଭୋଟ୍ ବ୍ୟାଙ୍କ ଦଳଗୁଡ଼ିକ ପାଇଁ ଆହ୍ୱାନ ସୃଷ୍ଟି କରିଛି। ଚେତାଇ ଦେଉଛି, ଯିଏ ଆମ କଥା ଚିନ୍ତା କରିବ ଆମେ ତାକୁ ଜିତାଇବୁ।

Related story