ଫୋନିର ଫଁକୁ ପଛ କରି...

ଅଭୟ କୁମାର ବେହେରା ଯାହା କଳ୍ପନାରେ ନଥିଲା ତାହା ହେଲା ବାତ୍ୟା ଫେ।ନି ଅତି ଭୟଙ୍କର ତାଣ୍ଡବ ରଚିଲା। ଏହି ଭୟଙ୍କର ଫେ।ନିର ତିବ୍ରତା କେତେ ଥିଲା ତାହାତ ଜଣାନାହିଁ । କିନ୍ତୁ ରାଜଧାନୀ ବାସି ସେହି ଦିନ ଦେଖିଥିଲେ ଖଣ୍ଡ ପ୍ରଳୟ । ମୁଁ ବି ସେହି ବାତ୍ୟାକୁ ଅତି ନିକଟରୁ ଅନୁଭବ କରିଥିଲେ । ମାତ୍ର ୫ଘଣ୍ଟାର ଭୟଙ୍କର ବାତ୍ୟା ମହାବାତ୍ୟାଠୁ ବୁ କମ୍ ନଥିଲା । ସେଦିନ ମେ ୩ ତାରିଖ। ସକାଳ […]

ABHAYA (1)

Subhransu Sekhar
  • Published: Sunday, 03 May 2020
  • , Updated: 03 May 2020, 04:20 PM IST
  • ଅଭୟ କୁମାର ବେହେରା

ଯାହା କଳ୍ପନାରେ ନଥିଲା ତାହା ହେଲା ବାତ୍ୟା ଫେ।ନି ଅତି ଭୟଙ୍କର ତାଣ୍ଡବ ରଚିଲା। ଏହି ଭୟଙ୍କର ଫେ।ନିର ତିବ୍ରତା କେତେ ଥିଲା ତାହାତ ଜଣାନାହିଁ । କିନ୍ତୁ ରାଜଧାନୀ ବାସି ସେହି ଦିନ ଦେଖିଥିଲେ ଖଣ୍ଡ ପ୍ରଳୟ । ମୁଁ ବି ସେହି ବାତ୍ୟାକୁ ଅତି ନିକଟରୁ ଅନୁଭବ କରିଥିଲେ । ମାତ୍ର ୫ଘଣ୍ଟାର ଭୟଙ୍କର ବାତ୍ୟା ମହାବାତ୍ୟାଠୁ ବୁ କମ୍ ନଥିଲା ।

ସେଦିନ ମେ ୩ ତାରିଖ। ସକାଳ ୧୦ଟା ହେବେ। ସେତେବେଳକୁ ବାତ୍ୟା ଫେ।ନି ରାଜଧାନୀରେ  ଫୁ ଫୁ ଗର୍ଜନ ଆରମ୍ଭ କରିଦେଇଥାଏ । ୧୯୯୯ ମହାବାତ୍ୟା ପରେ ଭୁବନେଶ୍ୱରରେ ଏହି ବାତ୍ୟାର ପୂର୍ଣ୍ଣ ଅନୁଭବ କରିଥିଲି ମୁଁ ଓ ମୋ ପରିବାର । ଦିନ ୨ଟାରେ ମୋର ଅଫିସ ଥାଏ । ଅଫିସ ଯିବାକୁ ମୁଁ କିନ୍ତୁ ୧୨ଟା ବେଳକୁ ଖାଇ ଦେଇଥାଏ । ସେତେବେଳକୁ ଲାଇନ୍ କଟିଯାଇଥାଏ। ଆଉ ଏହି ସମୟରେ ରାଜଧାନୀରେ ପ୍ରଳୟ ରଚିଥିଲା ଫେ।ନିର ତାଣ୍ଡବ। ଦିନ ଅଢେଇଟାରେ ରେନିକୋଟ୍ ପିନ୍ଧି ମୁଁ ଅଫିସ ବାହାରିଲି। ଘରେ ମନା କରୁଥିଲେ କିନ୍ତୁ ମୁଁ କହିଲି ଅନ୍ୟ ଷ୍ଟାଫ୍ ସକାଳୁ ଥିବେ। ଆଉ କିଛି ଗତ ରାତିଠୁ କାମ କରୁଥିବେ। ତେଣୁ ଆମେ ସବୁ ଗଲେ ତ ସେମାନେ ଟିକେ ରିଲାକ୍ସ ହେବ ନା। ଆମେ ଗଲେ ସେମାନେ ଘରକୁ ଫେରିବେ ନାଁ।

ଏହା କହି ମୁଁ ବାଇକ୍ ନେଇ ବାହାରିଲି। ଆଉ ବାହାରେ ଯାହା ଦେଖିଲେ ଏ ଦୃଶ୍ୟ ଆପଣ ଜାଣିଥିବେ। ରାସ୍ତା ନାହିଁ ଯିବାକୁ ଗଳି କନ୍ଦି ବିଭିନ୍ନ ରାସ୍ତା ଦେଖିଲେ କେଉଁଠି ରାସ୍ତା ପାଇଲି ନାହିଁ। କେଉଁଠି ନଡ଼ିଆ ଗଛ ତ, କେଉଁଠି ପଣସ, ଜାମ୍ବୁ, ଆମ୍ୱ ଗଛ ମୂଳରୁ ଉପାଡ଼ି ପଡ଼ିଛି । ମୋ ମୋବାଇଲରେ ମୁଁ କିଛି କିଛି ଭଡ଼ିଓ ବି ରେକର୍ଡ କରୁଥାଏ । କେହି କେହି ମୋ ମୋବାଇଲରେ ସୁଟିଂ କରିଥିବା ଦେଖି ଲାଇଭ୍ ଟେଲିକାଷ୍ଟ କରନ୍ତୁ ବୋଲି କହୁଥାନ୍ତି । ମୁଁ କିନ୍ତୁ ସେ କଥାକୁ ଧ୍ୟାନ ନଦେଇ ରାସ୍ତା ଖୋଜୁଥାଏ। କେଉଁ ପଟେ ଅଫିସ୍ ଯିବି । କାରଣ ପ୍ରତ୍ୟେକ ରାସ୍ତାରେ ବଡ଼ ବଡ଼ ଗଛ ପଡ଼ି ରାସ୍ତା ବନ୍ଦ ହୋଇଯାଇଥାଏ। ମୋତେ ରାସ୍ତା ମିଳୁନଥାଏ ।

ଏହା ପରେ ନିଜେ ନିଜେ କିଛି ଗଛକୁ ଉଠାଇ ରାସ୍ତା ବାହାର କରି ଅଫିସ ଆଡ଼କୁ ଚାଲିଲି। ଆଉ ମୁଖ୍ୟ ରାସ୍ତା ମଧ୍ୟ ଅନେକ ସ୍ଥାନରେ ଗଛ ଭାଙ୍ଗି ପଡିଥାଏ । ଭୟଙ୍କର ଲାଗୁଥାଏ ଏସବୁ ଦୃଶ୍ୟ। ରାସ୍ତାରେ ଯିବା ବେଳେ ଭୟ ବି ଲାଗୁଥାଏ, କାରଣ ପବନର ସେହି ଗର୍ଜନ ଶବ୍ଦ ମନକୁ ବିଚଳିତ କରୁଥାଏ। ସ୍ଥାନେ ସ୍ଥାନେ ପବନର ବେଗ ଏତେ ମାତ୍ରରେ ଥାଏ ଯେ ଗାଡ଼ି ଚଲାଇ ହେଉନଥାଏ। କିଛି କିଛି ସ୍ଥାନରେ ଗାଡ଼ି ଅଟକାଇ ଦେଇ ଦମ୍ଭ ସହକାର ରହିଯାଉଥାଏ। ଏମିତି ବହୁ କଷ୍ଟରେ ଅଫିସରେ ପହଞ୍ଚେ।

ଆଉ ଅଫିସରେ ପହଞ୍ଚିବା ପରେ ସେଠାରେ ଯାହା ଦେଖେ ନିଜକୁ ସମ୍ଭାଳି ହେଉନଥାଏ । ସାଟେଲାଇଟ୍ ଛତା ବି ଗଛ ଉପୁଡିଲା ଭଳି ତଳକୁ ଲୋଟି ପଡ଼ିଥାଏ । ନ୍ୟୁଜ୍ ଡେସ୍କ ପୁରା ଅନ୍ଧାର, ସବୁ ଟିଭି, ଲାଇଟ୍ ବନ୍ଦ । ଲାଇଭ୍ ଟେଲିକାଷ୍ଟ ବି ସଂପୂର୍ଣ୍ଣ ବନ୍ଦ ହୋଇଯାଇଥାଏ। ଅନ୍ଧାର ଭିତରେ ଆମ ନ୍ୟୁଜ୍ ଏଡିଟର, ଇନ୍ ପୁଟ୍ ଓ ଆଉଟପୁଟ୍ ଏଡିଟରଙ୍କ ସହ ଡେସ୍କର କିଛି ସହଯୋଗୀ ହିଁ ବସିଥାନ୍ତି ।  ମତେ ଦେଖି ସମସ୍ତ ଆଶ୍ଚର୍ଯ୍ୟ ହେଉଥାନ୍ତି । ଏତେ ବଡ ଭୟଙ୍କର ବାତ୍ୟାରେ ତୁମେ କେମିତି ଆସିଲ ବୋଲି ପଚାଉଥାନ୍ତି। ମୁଁ କିନ୍ତୁ ସବୁ ଘଟଣା ନକହି, କେବେଳ ଏତିକି କହିଲି କି- ନା ବର୍ଷା ଟିକେ ଛାଡିଗଲା ତ ମୁଁ ପଳାଇ ଆସିଲି । କିନ୍ତୁ ଏସବୁ ଭିତରେ ମୋତେ ଜଣା ନଥିଲା କି ଅଫିସରେ ଲାଇନ୍ ନାହିଁ, ଲାଇଭ୍ ଟେଲିକାଷ୍ଟ ବନ୍ଦ ଅଛି । ଅଫିସରେ ପହଞ୍ଚିବା ପରେ ହିଁ ମୁଁ ସବୁ କଥା ଜାଣିଲି । ଅଫିସ୍ ତରଫରୁ ମୋତେ ସୂଚନା ଦେବାପାଇଁ ସେତେବେଳେକୁ ଥିବା ମାଧ୍ୟମ ଫେ।ନଟି ମଧ୍ୟ ବନ୍ଦ ହୋଇଯାଇଥିଲା।

ଏହାପରେ ଅଫିସର୍ ବିଭିନ୍ନ ରୁମ୍ ଯାଇ ଦେଖିଲେ କିଭଳି କ୍ଷୟକ୍ଷତି ହୋଇଛି ଜାଣିବା ପାଇଁ । ଆଉ ଯାହା ଦେଖିଲି ସେସବୁ ଦୃଶ୍ୟ ଥିଲା ହୃଦୟ ବିଦାରକ । ଯାହା ଏଠି ବର୍ଣ୍ଣନା କରିବା ସମ୍ଭବ ନୁହେଁ। ସବୁ କିଛି ଛିନଛତ୍ର ହୋଇଯାଇଥିଲା। ଆଉ ଧିରେ ଧିରେ ଏସବୁ ସମସ୍ୟାରୁ ମୁକୁଳିବାକୁ ସମୟ ଲାଗିଲା । ଆଉ ଦର୍ଶକଙ୍କୁ ଆଶୀର୍ବାଦରୁ ପୁଣି ସେହି ପୂର୍ବ ଅବସ୍ଥାକୁ ଫେରିଆସିଲା।

Related story