Advertisment

ଗଞ୍ଜେଇ ଖାଇଲେ କମିବ ମସ୍ତିଷ୍କ ବୟସ!

ସ୍ୱଳ୍ପ ମାତ୍ରାରେ ବହୁ ଦିନ ଧରି ଗଞ୍ଜେଇ ସେବନ କରିବା ଦ୍ୱାରା ବାର୍ଦ୍ଧକ୍ୟ ପ୍ରକ୍ରିୟା ଧିମେଇ ଯାଉଥିବା ନେଇ ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଦାବି କରାଯାଇଛି।

ଅଦ୍ୟତନ ହୋଇଛି
Cannabis

Cannabis

Advertisment

ଗଞ୍ଜେଇ। ଚିର ଯୌବନ ରଖିବାରେ ଏହା ସହାୟକ ହୁଏ। ଏହାକୁ ଖାଇବା ଦ୍ୱାରା ମସ୍ତିଷ୍କର ବୟସ କମିଥାଏ। ଏହା ମସ୍ତିସ୍କ ଉପରେ ଭଲ ପ୍ରଭାବ ପକାଇଥାଏ। ଏହା ଆମେ କହୁନୁ ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଏଭଳି କିଛି ଦାବି କରାଯାଇଛି।

Advertisment

ସ୍ୱଳ୍ପ ମାତ୍ରାରେ ବହୁ ଦିନ ଧରି ଗଞ୍ଜେଇ ସେବନ କରିବା ଦ୍ୱାରା ବାର୍ଦ୍ଧକ୍ୟ ପ୍ରକ୍ରିୟା ଧିମେଇ ଯାଏ। ଏହା ବୟସକୁ ବଢ଼ିବାକୁ ଦିଏ ନାହିଁ। ନିକଟରେ ୟୁନିଭର୍ସିଟି ଅଫ୍‌ ହସ୍ପିଟାଲ୍ ବନ୍ନ୍‌ (ୟୁକେବି) ଏବଂ ଜର୍ମାନୀର ବନ୍ନ୍‌ ବିଶ୍ୱବିଦ୍ୟାଳୟର ଗବେଷକମାନେ ଜେରୁଜେଲମର ହେବ୍ରିୟୁ ବିଶ୍ୱବିଦ୍ୟାଳୟ (ଇସ୍ରାଏଲ)ର ଏକ ଟିମ୍ ସହିତ ମୂଷାମାନଙ୍କ ଉପରେ କରିଥିବା ଅଧ୍ୟୟନରୁ ଏହା ଜାଣିବାକୁ ପାଇଛନ୍ତି।

ଅଧ୍ୟୟନରୁ ଜଣାପଡିଛି ଯେ ଗଞ୍ଜେଇରେ ଥିବା ସକ୍ରିୟ ଟେଟ୍ରାହାଇଡ୍ରୋକାନାବିନୋଲ (THC) ରାସାୟନିକ ପଦାର୍ଥ ମସ୍ତିଷ୍କରେ ବୃଦ୍ଧାବସ୍ଥାର ସାଧାରଣ ଲକ୍ଷଣକୁ ଭଲ କରିବା ପାଇଁ ପ୍ରଭାବଶାଳୀ ପ୍ରତିକାର ଭାବରେ କାର୍ଯ୍ୟ କରିପାରିବ। ମସ୍ତିଷ୍କର ଜ୍ଞାନକୌଶଳ ପ୍ରକ୍ରିୟାକୁ ରିଷ୍ଟୋର କରିବାରେ ସହାୟକ ହୁଏ। ନୂତନ ସିନୋପ୍‌ସିସ୍‌ ଗଠନ, ସ୍ନାୟୁ କୋଷଗୁଡିକୁ ମଧ୍ୟ ଏହା ପ୍ରଭାବିତ କରିଥାଏ।

Advertisment

ଗବେଷକଙ୍କ କହିବା ମୁତାବକ, ନିକଟରେ ଏକ ବୟସ୍କ ମୂଷାକୁ ନେଇ ପରୀକ୍ଷା କରାଯାଇଥିଲା। ସ୍ୱଳ୍ପ ମାତ୍ରାରେ ବହୁ ଦିନ ଧରି ତାକୁ ଗଞ୍ଜେଇ ଦେବା ଦ୍ୱାର ତା'ର ବୟସର ଗତି ଧିମେଇ ଯାଇଥିଲା। ଧୀରେ ଧୀରେ ତା'ର ମସ୍ତିଷ୍କ ସକ୍ରିୟ ଭାବେ କାମ କରିବାକୁ ଲାଗିଥିଲା। ଏଣ୍ଡୋକାନାବିନୋଏଡ ସିଷ୍ଟମ ଏବଂ କାନନାବିନଏଡ ରିସେପ୍ଟର ଟାଇପ -୧ (ସିବି ୧) ସିଗନାଲ ରୁଟ ମାଧ୍ୟମରେ THCର ଆଣ୍ଟି-ଏଜିଂ ଗୁଣ ତା' ଶରୀର ଉପରେ ପ୍ରଭାବ ପକାଇଥିଲା। ତା'ଶରୀରରେ ମେଟାବୋଲିଜମର ନିୟନ୍ତ୍ରଣ କରୁଥିବା mTOR ପ୍ରୋଟିନ୍ ମାତ୍ରା ଓ ଶକ୍ତି ମଧ୍ୟ ବଢ଼ିବାକୁ ଲାଗିଥିବା ଅଧ୍ୟୟନରୁ ଜଣାପଡିଥିଲା।

ଗବେଷକମାନେ ଶରୀରର ଅନ୍ୟ ଅଙ୍ଗରେ ଯେପରିକି ଆଡିପୋଜ୍ ଟିସୁ, mTOR କାର୍ଯ୍ୟକଳାପ ଏବଂ ମେଟାବୋଲିଜିମ୍ ହ୍ରାସ ହେଉଥିବା ମଧ୍ୟ ଦେଖିଥିଲେ ଯାହା କମ୍ କ୍ୟାଲୋରୀଯୁକ୍ତ ଖାଦ୍ୟ କିମ୍ବା ତୀବ୍ର ଶାରୀରିକ ବ୍ୟାୟାମର ପ୍ରଭାବ ସହିତ ସମାନ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe