Advertisment

ମହିଳାଙ୍କ ଶରୀରରେ ପ୍ରୋଟିନ୍ ଅଭାବରୁ ଦେଖାଦିଏ ଏହି ସବୁ ଲକ୍ଷଣ

ଅଫିସ୍, ଘର କାମ, ପିଲାମାନଙ୍କ ଖାଇବା-ପଢିବା ଆଦି କଥା ବୁଝୁ ବୁଝୁ ସେମାନେ ନିଜର ଯତ୍ନ ନେବାକୁ ସମୟ ପାଆନ୍ତିନି। ଏହି ସବୁ ଅବହେଳା ଧିରେ ଧିରେ ଶାରୀରିକ ସମସ୍ୟା ସୃଷ୍ଟିକରେ। ପ୍ରଥମେ ପ୍ରୋଟିନ୍ ଓ ଭିଟାମିନର ଅଭାବ ହୁଏ, ଆଉ ପରେ ରୋଗ ସମସ୍ୟା ଦେଖାଦିଏ।

ଅଦ୍ୟତନ ହୋଇଛି
An Woman Feeling Muscle Pain

An Woman Feeling Muscle Pain

Advertisment

ମହିଳାମାନେ ସାଧାରଣତଃ ନିଜ ଖାଦ୍ୟପେୟ ପ୍ରତି ଧ୍ୟାନ ଦେଇପାରନ୍ତି ନାହିଁ। ଅଫିସ୍, ଘର କାମ, ପିଲାମାନଙ୍କ ଖାଇବା-ପଢିବା ଆଦି କଥା ବୁଝୁ ବୁଝୁ ସେମାନେ ନିଜର ଯତ୍ନ ନେବାକୁ ସମୟ ପାଆନ୍ତିନି। ଏହି ସବୁ ଅବହେଳା ଧିରେ ଧିରେ ଶାରୀରିକ ସମସ୍ୟା ସୃଷ୍ଟିକରେ। ପ୍ରଥମେ ପ୍ରୋଟିନ୍ ଓ ଭିଟାମିନର ଅଭାବ ହୁଏ, ଆଉ ପରେ ରୋଗ ସମସ୍ୟା ଦେଖାଦିଏ। ତେବେ ପ୍ରୋଟିନ ଅଭାବ କାରଣରୁ ମହିଳାଙ୍କ କ୍ଷେତ୍ରରେ କି କି ଲକ୍ଷଣ ଦେଖାଦିଏ, ଜାଣନ୍ତୁ ଏହି ଆଲେଖ୍ୟରୁ...  

Advertisment

କ୍ଳାନ୍ତ
ଶରୀରରେ ପ୍ରୋଟିନ ଅଭାବ ହେଲେ, ପ୍ରଥମେ କ୍ଲାନ୍ତ ବା ଦୁର୍ବଳ ଲାଗେ। ମାଂସପେଶୀ ଏବଂ ଟିସୁ ପାଇଁ ପ୍ରୋଟିନ୍ ନିହାତି ଗୁରୁତ୍ୱପୂର୍ଣ୍ଣ। ପ୍ରୋଟିନର ଅଭାବ କାରଣରୁ ମାଂସପେଶୀ ଦୁର୍ବଳ ହୋଇଯାଏ, ଫଳରେ କ୍ଲାନ୍ତ ଲାଗିଥାଏ। ବେଳେବେଳେ ଏଥିପାଇଁ ମୁଣ୍ଡବିନ୍ଧା ସହ ମୁଣ୍ଡ ବୁଲାଇବା ଭଳି ଲକ୍ଷଣ ମଧ୍ୟ ଅନୁଭବ ହୁଏ।

ଓଜନ ହ୍ରାସ
ଓଜନ ହ୍ରାସ ଶରୀରରେ ସମ୍ଭାବ୍ୟ ପ୍ରୋଟିନ୍ ଅଭାବର ସଙ୍କେତ ହୋଇପାରେ। ମାଂସପେଶୀ ଏବଂ ଟିସୁ ଗଠନ ପାଇଁ ଆମ ଶରୀରରେ ପ୍ରୋଟିନ୍ ଆବଶ୍ୟକ। ତେଣୁ, ପ୍ରୋଟିନର ଅଭାବ ଫଳରେ ଶରୀରରେ ମାଂସପେଶୀ ନଷ୍ଟ ହୋଇଯାଏ, ଯଦ୍ୱାରା ଶୀଘ୍ର ଓଜନ ହ୍ରାସପାଏ। 

Advertisment

ଭୋକ ନଷ୍ଟ
ଯେତେବେଳେ ଆମ ଶରୀରରେ ପ୍ରୋଟିନର ପରିମାଣ କମିଯାଏ, ଆମର ହଜମ ପ୍ରକ୍ରିୟା ଠିକ୍ ଭାବରେ କାମ କରେ ନାହିଁ। ହଜମ ନହେଲେ ଖାଇବାକୁ ଇଚ୍ଛା ହୋଇନଥାଏ। ତେଣୁ ଭୋକ ନଷ୍ଟ ଅଧିକାଂଶ ସମୟରେ ପ୍ରୋଟିନ୍ ଅଭାବର ସଙ୍କେତ ହୋଇପାରେ। 

କେଶ ଏବଂ ନଖ ଭାଙ୍ଗିବା
ବାସ୍ତବରେ ପ୍ରୋଟିନ୍ ଆମ କେଶ, ଚର୍ମ ଏବଂ ନଖକୁ ମଜବୁତ କରେ। ଏହାର ଅଭାବ ହେଲେ ନଖ ଦୁର୍ବଳ ହୋଇଯାଏ ଏବଂ ଭାଙ୍ଗିବା ଆରମ୍ଭ କରେ। ଏଥିସହ ଅତ୍ୟଧିକ କେଶ ଝଡିବା ସହ ପତଳା ହୋଇଯାଏ। 

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

Health Tips Protein Deficiency Protein Deficiency Symptoms
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe