Advertisment

ଫ୍ୟାଟି ଲିଭର ଡିଜିଜ୍ ପାଇଁ ପ୍ରସ୍ତୁତ ପ୍ରଥମ ଔଷଧକୁ ମିଳିଲା ମଞ୍ଜୁରୀ

ଗୁରୁତର ଫ୍ୟାଟି ଲିଭରରେ ଆକ୍ରାନ୍ତ ବ୍ୟକ୍ତି ବି ଭଲ ହୋଇପାରିବେ।

ଅଦ୍ୟତନ ହୋଇଛି
Rezdiffra

Rezdiffra

Advertisment

ଫ୍ୟାଟି ଲିଭର ବା ଯକୃତ ଚର୍ବି ସମସ୍ୟାରେ ପୀଡିତ ରୋଗୀମାନଙ୍କ ପାଇଁ ଆସ୍ୱସ୍ଥିକର ଖବର। ଏଣିକି ଔଷଧ ମାଧ୍ୟମରେ ଭଲ ହୋଇପାରିବ ଫ୍ୟାଟି ଲିଭର ରୋଗ। ଏହି ରୋଗ ପ୍ରତିହତ ପାଇଁ ପ୍ରସ୍ତୁତ ପ୍ରଥମ ଔଷଧ ରେଜଡିଫ୍ରାକୁ ମିଳିଛି ଅନୁମୋଦନ। ଆମେରିକାର ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ (ଏଫଡିଏ) ଏହି ଔଷଧର ବ୍ୟବହାରକୁ ମଞ୍ଜୁରୀ ଦେଇଛି। 

Advertisment

ରିପୋର୍ଟ ଅନୁସାରେ, ଏହି ଔଷଧ ମାଧ୍ୟମରେ ମଦ୍ୟପାନ ନ କରି ମଧ୍ୟ ଯେଉଁମାନେ ଫ୍ୟାଟି ଲିଭର ରୋଗରେ ଆକ୍ରାନ୍ତ ହୋଇଥିବେ ସେମାନେ ଭଲ ହୋଇପାରିବେ। ପ୍ରଥମ କରି ନନ୍-ଆଲକୋହଲିକ୍ ଫ୍ୟାଟି ଲିଭର୍ ପାଇଁ ଓରାଲ୍ ମେଡିସିନ୍ (ଖାଇବା ଔଷଧ) ପ୍ରସ୍ତୁତ କରାଯାଇଛି। ଡ୍ରଗ୍ ଫାର୍ମାସ୍ୟୁଟିକାଲ୍ସ ଏହି ଔଷଧ ତିଆରି କରିଛି।

ରେଜଡିଫ୍ରା କ୍ଲିନିକାଲ୍ ପରୀକ୍ଷଣ ପାଇଁ ୯୬୬ ଜଣ ନନ୍-ଆଲକୋହଲିକ ଷ୍ଟେଟୋହେପାଟାଇଟିସରେ ଆକ୍ରାନ୍ତ ରୋଗୀଙ୍କୁ ନିଆଯାଇଥିଲା। ଔଷଧର ପ୍ରଭାବ ବାବଦରେ ଦୀର୍ଘ ୧୨ ମାସ ଧରି ଅନୁଧ୍ୟାନ କରାଯାଇଥିଲା। ପରିଶେଷରେ ରେଜଡିଫ୍ରା ନନ୍-ଆଲକୋହଲିକ୍ ଫ୍ୟାଟି ଲିଭର୍ ରୋଗ ଉପରେ ଭଲ ପ୍ରଭାବ ପକାଉଥିବା ଦେଖା ଯାଇଥିଲା।

Advertisment

କ୍ଲିନିକାଲ ପରୀକ୍ଷଣ ସଫଳ ହେବା ପରେ ଆମେରିକା ଖାଦ୍ୟ ଓ ଔଷଧ ଆଡମିନିଷ୍ଟେସନ ରେଜଡିଫ୍ରାକୁ ଅନୁମୋଦନ ଦେଇଛି। ଏହି ଅନୁଧ୍ୟାନର ଫଳାଫଳ ଗତ ମାସ ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍ ମେଡିସିନରେ ପ୍ରକାଶ ପାଇଥିଲା।

ସୂଚନାଯୋଗ୍ୟ ଯେ, ଆମେରିକାର ପ୍ରାୟ ୬-୮ ନିୟୁତ ଲୋକ ଏହି ରୋଗରେ ପୀଡିତ। ଧୀରେ ଧୀରେ ଏହି ରୋଗ ଅନେକ ସମୟରେ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା, ଯେପରିକି ଉଚ୍ଚ ରକ୍ତଚାପ, ଟାଇପ୍-୨ ମଧୁମେହ, ମୋଟାପଣ ସୃଷ୍ଟି କରେ। ଏହାର ଲକ୍ଷଣ ମଧ୍ୟରେ ଦୁର୍ବଳତା, ପ୍ରବଳ ଥକ୍କା, ଚର୍ମ କିମ୍ବା ଆଖିର ହଳଦିଆ ଇତ୍ୟାଦି ଅନ୍ତର୍ଭୁକ୍ତ। 

ନନ୍-ଆଲକୋହଲିକ ଷ୍ଟେଟୋହେପାଟାଇଟିସ୍ ଧିରେ ଧିରେ ସିରୋସିସ୍ ରୋଗ ମଧ୍ୟ ସୃଷ୍ଟି କରିପାରେ। ଏହି କାରଣରୁ ଲିଭର୍ ଫେଲ୍ ହେବାର ଆଶଙ୍କା ଥାଏ। ଏପରି କ୍ଷେତ୍ରରେ ରେଜଡିଫ୍ରା ରୋଗକୁ ପ୍ରତିହତ କରିବା କ୍ଷେତ୍ରରେ ସହାୟକ ହୋଇପାରିବ ବୋଲି ରିପୋର୍ଟରେ ଦର୍ଶାଯାଇଛି। 

Madrigal Pharmaceutical Rezdiffra USA Drug Fatty Liver
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe