Advertisment

Suicide Attack: ପୁଲିସ୍‌ ଟ୍ରେନିଂ ସେଣ୍ଟରରେ ଆତ୍ମଘାତୀ ହମଲା: ୭ ପୁଲିସ୍‌, ୬ ଆତଙ୍କୀ ନିହତ

ଶୁକ୍ରବାର ରାତି ସୁଦ୍ଧା ୩ ଜଣ ଆତଙ୍କୀ ନିପାତ ହୋଇଥିବା ବେଳେ ଆଜି ଆଉ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ବି ଆଉ କିଛି ଆତଙ୍କବାଦୀ ଟ୍ରେନିଂ ସ୍କୁଲ ପରିସରରେ ରହିଛନ୍ତି। ସେମାନଙ୍କୁ ନିପାତ କରିବା ପାଇଁ ଉଦ୍ୟମ ଜାରି ରହିଛି।

author-image
Hemant Lenka
attack

ଘଟଣାସ୍ଥଳର ଦୃଶ୍ୟ

ଅଶାନ୍ତ ହୋଇପଡ଼ିଛି ପାକିସ୍ତାନ(Pakistan)। ଲାହୋରରେ ବିକ୍ଷୋଭ ଚାଲିଥିବା ବେଳେ ଖାୟବର ପାଖତୁନଖ୍ୱାରେ ଆତଙ୍କବାଦୀ ହମଲା ହୋଇଛି। ଏଠାରେ ଥିବା ଗୋଟିଏ ପୁଲିସ୍‌ ଟ୍ରେନିଂ ସେଣ୍ଟର ସ୍କୁଲରେ ଆତ୍ମଘାତୀ ହମଲା ପରେ ୫ ଘଣ୍ଟା ଧରି ହୋଇଛି ଗୁଳି ବିନିମୟ। ଆତ୍ମଘାତୀ ହମଲା(Fidayeen Terrorist) ଓ ଗୁଳି ବିନିମୟ ଯୋଗୁ ବର୍ତ୍ତମାନ ସୁଦ୍ଧା ୭ ଜଣ ପୁଲିସ୍‌ କର୍ମଚାରୀ ଓ ୬ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି।

Advertisment

ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଡେରା ଇସ୍ମାଇଲ ଖାନ ଜିଲ୍ଲାରେ ଥିବା ରାଟ୍ଟା କୁଲାଚି ପୁଲିସ୍‌ ଟ୍ରେନିଂ ସ୍କୁଲରେ ପ୍ରଥମେ ଆତ୍ମଘାତୀ ହମଲା ହୋଇଥିଲା। ଶୁକ୍ରବାର ରାତିରେ ଆତଙ୍କବାଦୀମାନେ ବିସ୍ଫୋରକ ଖଚିତ ଟ୍ରକ ଦ୍ୱାରା ପୁଲିସ୍‌ ଟ୍ରେନିଂ ସ୍କୁଲର ମୁଖ୍ୟ ଫାଟକରେ ବିସ୍ଫୋରକ କରିଥିଲେ। ଏହାପରେ ସେମାନେ ଟ୍ରେନିଂ ସ୍କୁଲ ଭିତରେ ପ୍ରବେଶ କରି ଯାଇଥିଲା। ଏହି ସମୟରେ ଆତଙ୍କବାଦୀ ଓ ପୁଲିସ୍‌ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଆତଙ୍କବାଦୀମାନେ ଗ୍ରେନେଡ ମାଡ଼ ମଧ୍ୟ କରିଥିଲେ। 

ଶୁକ୍ରବାର ରାତି ସୁଦ୍ଧା ୩ ଜଣ ଆତଙ୍କୀ ନିପାତ ହୋଇଥିବା ବେଳେ ଆଜି ଆଉ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ବି ଆଉ କିଛି ଆତଙ୍କବାଦୀ ଟ୍ରେନିଂ ସ୍କୁଲ ପରିସରରେ ରହିଛନ୍ତି। ସେମାନଙ୍କୁ ନିପାତ କରିବା ପାଇଁ ଉଦ୍ୟମ ଜାରି ରହିଛି। ସେହିପରି ଆତଙ୍କବାଦୀଙ୍କ ମୁକାବିଲା ବେଳେ ୭ ଜଣ ପୁଲିସ୍‌ କର୍ମଚାରୀଙ୍କ ଜୀବନ ଯାଇଛି।

Advertisment

ପ୍ରଥମେ ଜଣେ ପୁଲିସ୍‌ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ଆଉ ୬ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଅନ୍ୟ ୧୩ ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। 

ଆକ୍ରମଣ ଯୋଗୁ ସେଣ୍ଟରରେ ଥିବା ସମସ୍ତ ଟ୍ରେନି ଓ କର୍ମଚାରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଅପରେସନରେ ଏସଏସଜି କମାଣ୍ଡୋ, ଅଲ ବୁର୍ଖା ଫୋର୍ସ, ଏଲିଟି ଫୋର୍ସ ଓ ପୁଲିସ୍‌ କର୍ମଚାରୀମାନେ ସାମିଲ ହୋଇଛନ୍ତି।

ଡେରା ଇସ୍ମାଇଲ  ଖାନର ଡିପିଓ ସାହିବଜାଦା ସାଜଦ ଅହମଦ ଓ ଆରପିଓ ସୟିଦ ଅସଫାକ ବ୍ୟକ୍ତିଗତ ଭାବେ ପୂରା ଅପରେସନକୁ ପରିଚାଳନା କରୁଛନ୍ତି। ୫ ଘଣ୍ଟା ଧରି ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ହୋଇଛି। ଏହି ସମୟରେ ୬ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ନିକଟରୁ ଆତ୍ମଘାତୀ ହମଲା ପାଇଁ ବ୍ୟବହୃତ ବେଲ୍ଟ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ମିଳିଛି। 

ଆକ୍ରମଣ ସମୟରେ ଟ୍ରେନିଂ ସ୍କୁଲରେ ୨୦୦ ଜଣ ଟ୍ରେନି, ପରାମର୍ଶଦାତା ଓ କର୍ମଚାରୀ ଉପସ୍ଥିତ ରହିଥିଲେ। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। 

Pakistan Terrorist Fidayeen Terrorist