Advertisment

ପେଟ୍ରୋଲ ଲିଟର ପ୍ରତି ୩୫ ଟଙ୍କା ବୃଦ୍ଧି କଲେ ପାକିସ୍ତାନ ସରକାର

୧୯୭୧ ପରେ ପ୍ରଥମ ଥର ପାଇଁ ପାକିସ୍ତାନ ଏଭଳି ଦୁର୍ଦ୍ଦିନ ଦେଇ ଗତି କରୁଛି।

petrol

petrol

Advertisment

ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଜଟିଳ ପରିସ୍ଥିତିରୁ ମୁକୁଳିବା ପାଇଁ ବାଟ ଖୋଜୁଛି। ରାଜକୋଷ ବୃଦ୍ଧି ପାଇଁ ପାକିସ୍ତାନ ସରକାର ଜନତାଙ୍କ ପରେ ଆର୍ଥିକ ମାଡ଼ କରିଛନ୍ତି। ଏହିପରିପ୍ରେକ୍ଷୀରେ ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୩୫ ଟଙ୍କା ବୃଦ୍ଧି କରିଛନ୍ତି। ସେହିପରି ଡଲାର ତୁଳନାରେ ପାକିସ୍ତାନୀ ଟଙ୍କା ଦୁର୍ବଳ ହେବାରେ ଲାଗିଛି। ତେଣୁ ଖାଲି ହୋଇ ଯାଉଥିବା ରାଜକୋଷ ବୃଦ୍ଧି ପାଇଁ ପାକିସ୍ତାନ ତୈଳ ଦର ବୃଦ୍ଧି କରିଛି । ବିଗତ କିଛି ମାସ ହେଲାଣି ପାକିସ୍ତାନ ଅର୍ଥନୀତି ଘୋର ସଙ୍କଟ ଦେଇ ଗତି କରୁଛି। ସେଠାରେ ଘନ ଘନ ବିଦ୍ୟୁତ କାଟ ହେଉଥିବାରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ୧୯୭୧ ପରେ ପ୍ରଥମ ଥର ପାଇଁ ପାକିସ୍ତାନ ଏଭଳି ଦୁର୍ଦ୍ଦିନ ଦେଇ ଗତି କରୁଛି। ଖାଦ୍ୟ ସାମଗ୍ରୀ, ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ବହୁତ ବଢ଼ିଯାଇଥିବାରୁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧା ସାମ୍ନା କରୁଛନ୍ତି।

Advertisment

ପାକିସ୍ତାନ ଡେମୋକ୍ରେଟିକ୍‌ ମୁଭମେଣ୍ଟ୍‌ (ପିଡିଏମ୍‌)ର ପ୍ରବକ୍ତା ହାଫିଜ୍ ହମଦୁଲ୍ଲା କହିଛନ୍ତି ଯେ ଯଦି ଏଭଳି ସ୍ଥିତି ଲାଗି ରହିବ ତେବେ ଆଗାମୀ ନିର୍ବାଚନକୁ ବାତିଲ କରିବାକୁ ପଡ଼ିପାରେ। କାରଣ ନିର୍ବାଚନ କରିବାକୁ ଆବଶ୍ୟକ ଅର୍ଥ ନାହିଁ। ପାକିସ୍ତାନର ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାରରେ ମାତ୍ର ୪୫୬ କୋଟି ଡଲାର ରହିଛି ଯାହା ଗତ ୯ ବର୍ଷରେ ସର୍ବନିମ୍ନ। ବହୁ ସାମଗ୍ରୀ ପାଇଁ ଆମଦାନି ଉପରେ ନିର୍ଭରଶୀଳ ଥିବା ଏହି ଦେଶ ଲାଗି ବିଦେଶୀ ମୁଦ୍ରା ନିହାତି ଜରୁରୀ। ୟୁଏଇର ଦୁଇଟି ବ୍ୟାଙ୍କରୁ ଅଣାଯାଇଥିବା ୧୦୦ କୋଟି ଡଲାର ଋଣ ପରିଶୋଧ କରିବା ପରେ ବିଦେଶୀ ମୁଦ୍ରା ଭଣ୍ଡାର ଆହୁରି ତଳକୁ ଖସିଛି। ପାକିସ୍ତାନର ବିତ୍ତୀୟ ନିଅଣ୍ଟ ଜିଡିପିର ୪୩% ଭଳି ଉଚ୍ଚ ସ୍ତରରେ ପହଞ୍ଚିଛି। ପାକିସ୍ତାନ ଅଧିକାଂଶ ଖାଦ୍ୟ ସାମଗ୍ରୀ ରୁଷ୍‌ ଓ ୟୁକ୍ରେନ୍‌ରୁ ମଗାଉଥିଲା।

ଏହି ଦେଶ ପରସ୍ପର ସହ ଯୁଦ୍ଧ କରୁଥିବାରୁ ପାକିସ୍ତାନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ସେଠାରେ ଗହମ ଓ ଅଟାର ଘୋର ଅଭାବ ଦେଖାଦେଇଛି। ଗତବର୍ଷ ଭୟଙ୍କର ବନ୍ୟାକୁ ସାମ୍ନା କରିଥିବା ପାକିସ୍ତାନରେ ଫସଲ ମଧ୍ୟ ନଷ୍ଟ ହୋଇଛି। ଲୋକମାନେ ଅଟା ପାଇବା ଲାଗି ବଜାରକୁ ଆସୁଥିବା ଟ୍ରକ୍ ପଛରେ ଗୋଡ଼ାଉଛନ୍ତି। ଭିଡ଼ାଟଣା କରି ବସ୍ତା ବୋହି ନେଉଛନ୍ତି। ପାକିସ୍ତାନର ବିନିମୟ ମୁଦ୍ରା ପାକିସ୍ତାନୀ ଟଙ୍କା ଆମେରିକୀୟ ଡଲାର ତୁଳନାରେ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି। ଗୋଟିଏ ଡଲାର କିଣିବା ଲାଗି ପାକିସ୍ତାନ ମୁଦ୍ରାରେ ୨୨୯ ଟଙ୍କା ଗଣିବାକୁ ପଡ଼ୁଛି। ରପ୍ତାନି ତୁଳନାରେ ଆମଦାନି ଅଧିକ ରହୁଥିବାରୁ ଚଳନ୍ତୀ ଖାତା ନିଅଣ୍ଟ ୬୦% ଭଳି ଉଚ୍ଚ ସ୍ତରରେ ପହଞ୍ଚିଛି। ଆଗାମୀ ଦିନରେ ସେଠାରେ ଗ୍ୟାସ୍‌ର ଅଭାବ ଦେଖାଦେଇପାରେ। କାରଣ ‌ଇଟାଲିର ଯେଉଁ ସଂସ୍ଥା ଏଲ୍‌ଏନ୍‌ଜି ପଠାଉଥିଲା ତାହା ପରବର୍ତୀ ଜାହାଜ ପଠାଇବ ନାହିଁ ବୋଲି ଜଣାଇ ଦେଇଛି।

Advertisment
Pakistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe