Advertisment

Donald Trump : ନୋବେଲ ଝଟକା ପରେ ବାଣିଜ୍ୟ ଯୁଦ୍ଧ ତୀବ୍ର କଲେ ଟ୍ରମ୍ପ: ଚାଇନା ଉପରେ ଲଗାଇଲେ ୧୦୦% ଟାରିଫ୍‌

ବିଶ୍ୱର ଅନ୍ୟତମ ବଡ଼ ଅର୍ଥନୀତିକ ରାଷ୍ଟ୍ର ହେଉଛି ଚାଇନା। ତେଣୁ ଚାଇନା ଉପରେ ଏପରି ଟାରିଫ ଦୁଇ ଦେଶ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧକୁ ଆହୁରି ତୀବ୍ର କରିବ।  ଚାଇନା ବାଣିଜ୍ୟକୁ ନେଇ ଅତ୍ୟନ୍ତ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି ଓ ଆମେରିକା ଏହାର ଉପଯୁକ୍ତ ଜବାବ ଦେବ ବୋଲି ଟ୍ରମ୍ପ କହିଛନ୍ତି।

author-image
Hemant Lenka
Trump

ଟ୍ରମ୍ପ ଓ ଜିନପିଙ୍ଗ


ନୋବେଲ ଶାନ୍ତି ପୁରସ୍କାର ପାଇଁ ଗୋଡ଼ ଟେକି ବସି ନିରାଶ ହେବା ପରେ ବାଣିଜ୍ୟ ଯୁଦ୍ଧକୁ ତୀବ୍ର କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପ୍ରଥମ ପଦକ୍ଷେପ ସ୍ୱରୂପ ସେ ଚାଇନାଇରୁ ଆମଦାନୀ ହେଉଥିବା ସମସ୍ତ ଜିନିଷ ଉପରେ ୧୦୦% ଟାରିଫ ଲାଗୁ କରିଛନ୍ତି। ଏହି ନୂଆ ଟାରିଫ ନୀତି ନଭେମ୍ବର ୧ରୁ ଲାଗୁ ହେବ।

Advertisment

ବିଶ୍ୱର ଅନ୍ୟତମ ବଡ଼ ଅର୍ଥନୀତିକ ରାଷ୍ଟ୍ର ହେଉଛି ଚାଇନା। ତେଣୁ ଚାଇନା ଉପରେ ଏପରି ଟାରିଫ ଦୁଇ ଦେଶ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧକୁ ଆହୁରି ତୀବ୍ର କରିବ। 

ଚାଇନା(China) ବାଣିଜ୍ୟକୁ ନେଇ ଅତ୍ୟନ୍ତ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି ଓ ଆମେରିକା ଏହାର ଉପଯୁକ୍ତ ଜବାବ ଦେବ ବୋଲି ନିଜର ଟ୍ରୁଥ ସୋଶାଲରେ ଟ୍ରମ୍ପ(Donald Trump) ଉଲ୍ଲେଖ କରିଛନ୍ତି। 

Advertisment

ସେ କହିଛନ୍ତି, “ନଭେମ୍ବର ୧ କିମ୍ବା ଏହା ପୂର୍ବରୁ ଆମେରିକା(USA) ପକ୍ଷରୁ ଚାଇନା ଉପରେ ୧୦୦% ଟାରିଫ ଲଗାଯିବ। ଏହା ଚାଇନାର ପରବର୍ତ୍ତୀ ପଦକ୍ଷେପ କିମ୍ବା ଚାଇନାର ଯେକୌଣସି ପରିବର୍ତ୍ତନ ଉପରେ ନିର୍ଭର କରେ। ସେମାନେ ବର୍ତ୍ତମାନ ସେମାନେ ଦେଉଥିବା ଟାରିଫ ଠାରୁ ଅଧିକ ଚାର୍ଜ ଲାଗୁ କରାଯିବ।”

ଟ୍ରମ୍ପଙ୍କ କହିବା କଥା ଯେ ଏହି ନିଷ୍ପତ୍ତି ଏମିତି ଏକ ରିପୋର୍ଟ ଆଧାରରେ ନିଆଯାଇଛି, ଯେଉଁଥିରେ କୁହାଯାଇଛି ଯେ ଚାଇନା ନିଜର ପ୍ରାୟ ସମସ୍ତ ଜିନିଷ ଉପରେ ରପ୍ତାନୀ କଟକଣା ଲଗାଇବାକୁ ଯୋଜନା କରୁଛି। ଏହାକୁ ଟ୍ରମ୍ପ ଜୋରଦାର ବିରୋଧ କରିବା ସହ ଅନ୍ୟ ସମସ୍ତ ଦେଶ ପ୍ରତି ଅନ୍ୟାୟ ବୋଲି କହିଛନ୍ତି। 

ସେ କହିଛନ୍ତି, “ବାଣିଜ୍ୟ ବ୍ୟବସ୍ଥାରେ ଚାଇନା ‌ଅତ୍ୟନ୍ତ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଥିବା ଜଣାପଡ଼ିଛି। ଏହା ସମସ୍ତ ରାଷ୍ଟ୍ରକୁ ପ୍ରଭାବିତ କରିବ। ବର୍ଷ ବର୍ଷ ଧରି ଚାଇନା ଏପରି ଯୋଜନା କରି ଚାଲିଥିଲା। ଆମେ କଟକଣା ଲଗାଇବା ସହ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଟାରିଫ ନଭେମ୍ବର ୧ରୁ ଲାଗୁ କରିବୁ।”

ବିଶେଷଜ୍ଞଙ୍କ କହିବା କଥା ଯେ ଟ୍ରମ୍ପ ନିଜ ଜିଦରେ ଅଟଳ ରହିଲେ ସାଧାରଣ ବୈଦ୍ୟୁତିକ ସାମଗ୍ରୀ ଠାରୁ ବୈଦ୍ୟୁତି ଗାଡ଼ି ଯାଏ ଏହାର ପ୍ରଭାବ ଅନୁଭବ ହେବ। ବର୍ତ୍ତମାନ ଲାଗୁ ହେଉଥିବା ଟାରିଫ ଯୋଗୁ ଏହି କ୍ଷେତ୍ର ପ୍ରଭାବିତ ହୋଇଛି। ଆଗକୁ ଟାରିଫ ପରିମାଣ ବଢ଼ିଲେ ସ୍ଥିତି ଆହୁରି ସାଂଘାତିକ ହେବ। 

USA China Donald Trump