୧୦ ଅଗଷ୍ଟ, ଗୁରୁବାର: ଆଜି ଦିନ କେମିତି କଟିବ

ମେଷ: କୌଣସି ସୂତ୍ରରୁ ଅର୍ଥ ମିଳିପାରେ। ଚାକିରିରେ ପଦୋନ୍ନତି ହୋଇପାରେ। ନୂଆ ବ୍ୟବସାୟ ଆରମ୍ଭ କରିବା ଦିଗରେ ଥିବା ବାଧା ଆଜି ହଟି ଯିବ। ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି। ବୃଷ: ବ୍ୟବସାୟରେ ଫାଇଦା ମିଳିବ। ପରିବାରରେ ଶାନ୍ତି ବଜାୟ ରହିବ। ଜୀବନସାଥୀଙ୍କ ସହଯୋଗ ମିଳିବ। କୌଣସି କ୍ଷେତ୍ରରେ ବଡ଼ ଆକାରର ନିବେଶ କରନ୍ତୁ ନାହିଁ। ନ ହେଲେ କ୍ଷତିରେ ପଡ଼ି ପାରନ୍ତି। ମିଥୁନ: ଅଚାନକ କୌଣସି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। କର୍ମକ୍ଷେତ୍ରରେ […]

zodaic

Rakesh Mallick
  • Published: Thursday, 10 August 2017
  • , Updated: 13 September 2017, 11:41 AM IST

ମେଷ: କୌଣସି ସୂତ୍ରରୁ ଅର୍ଥ ମିଳିପାରେ। ଚାକିରିରେ ପଦୋନ୍ନତି ହୋଇପାରେ। ନୂଆ ବ୍ୟବସାୟ ଆରମ୍ଭ କରିବା ଦିଗରେ ଥିବା ବାଧା ଆଜି ହଟି ଯିବ। ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି।

ବୃଷ: ବ୍ୟବସାୟରେ ଫାଇଦା ମିଳିବ। ପରିବାରରେ ଶାନ୍ତି ବଜାୟ ରହିବ। ଜୀବନସାଥୀଙ୍କ ସହଯୋଗ ମିଳିବ। କୌଣସି କ୍ଷେତ୍ରରେ ବଡ଼ ଆକାରର ନିବେଶ କରନ୍ତୁ ନାହିଁ। ନ ହେଲେ କ୍ଷତିରେ ପଡ଼ି ପାରନ୍ତି।

ମିଥୁନ: ଅଚାନକ କୌଣସି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। କର୍ମକ୍ଷେତ୍ରରେ ଆଜି ଦିନଟି ଆପଣଙ୍କ ପାଇଁ ଏତେ ଭଲ ରହିବ ନାହିଁ। ପ୍ରେମ ସଂପର୍କରେ ସୁଧାର ଆସିପାରେ।

କର୍କଟ: ସ୍ୱାସ୍ଥ୍ୟ ଭଲ ରହିବ। ଧନ ଲାଭ ହେବ। ତେବେ ସତର୍କ ରହିବା ଆବଶ୍ୟକ। କାରଣ ଆସିଥିବା ଧନ ହାନି ହେବାର ବି ଆଶଙ୍କା ରହିଛି। ଚାକିରିର ନୂଆ ସୁଯୋଗ ମିଳିପାରେ।

ସିଂହ: ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ନୂଆ ବ୍ୟବସାୟ ଆରମ୍ଭ ନ କଲେ ଭଲ। ଶନିଦେବଙ୍କ ପୂଜା କରନ୍ତୁ। ଆଜି କେହି ଆପଣଙ୍କୁ ଧୋକା ଦେଇପାରନ୍ତି।

କନ୍ୟା: ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି। ଅଫିସ୍‌ରେ ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ। ଆଜି ଆର୍ଥିକ ମାମଲାରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ନ ହେଲେ କ୍ଷତିରେ ପଡ଼ିପାରନ୍ତି।

ତୁଳା: କୌଣସି ଅଜଣା ବ୍ୟକ୍ତିଙ୍କୁ ନିଜର ବ୍ୟକ୍ତିଗତ ସୂଚନା ଓ ଫୋନ୍ ନମ୍ବର ଦେବା ପୂର୍ବରୁ ଟିକେ ଚିନ୍ତା କରନ୍ତୁ। ଅଫିସ୍ ଅବା ବ୍ୟବସାୟ କାମରେ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। କ୍ୟାରିୟରର ଭଲ ଦିଗରେ ଯାଉଛି। ଆଜି କିଛି ନୂଆ ସୁଯୋଗ ମିଳିବାର ସମ୍ଭାବନା ରହିଛି।

ବିଛା: ଆପଣଙ୍କର କିଛି ପୁରୁଣା ସମସ୍ୟା ସମାଧାନ ପାଇଁ ଆଜି ଉଦ୍ୟମ ଆରମ୍ଭ କରିବେ। ଆପଣଙ୍କ ସଫଳତାରେ ଆପଣଙ୍କ ଆଖପାଖରେ ଥିବା ଲୋକେ ଈର୍ଷାନ୍ୱିତ ହେବେ। ଜୀବନସାଥୀଙ୍କ ଠାରୁ ସହଯୋଗ ମିଳିବ।

ଧନୁ: ପରିବାରରେ କୌଣସି କଥାକୁ ନେଇ ବିବାଦ ଦେଖାଯାଇପାରେ। ନୂଆ ବନ୍ଧୁ ବନାଇ ପାରନ୍ତି। ଉପରିସ୍ଥ ଅଧିକାରୀଙ୍କ ଯୋଗୁଁ ଅଫିସରେ ସମସ୍ୟାରେ ପଡ଼ିପାରନ୍ତି। ଯେକୌଣସି ପ୍ରସଙ୍ଗରେ ଆଜି ବୁଝିବିଚାରି ନିଷ୍ପତ୍ତି ନିଅନ୍ତୁ।

ମକର: ବିଦେଶ ଯାତ୍ରା ଯୋଗ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ। ଅନ୍ୟକୁ ସାହାଯ୍ୟ କରିପାରନ୍ତି।

କୁମ୍ଭ: ଆଜି ଆପଣ ଏମିତି କିଛି କାର୍ଯ୍ୟ କରିବେ ଯାହା ଆପଣଙ୍କ ଆଖପାଖ ଲୋକଙ୍କୁ ପ୍ରଭାବିତ କରିବ। ଅଫିସ୍‌ରେ ଆପଣଙ୍କ ବସ୍‌ ବି ଆପଣଙ୍କ କଥାରେ ପ୍ରଭାବିତ ହେବେ। ମାନସମ୍ମାନ ମିଳିବ।

ମୀନ: ବଡ଼ ସ୍ୱପ୍ନ ଦେଖିବେ। ବଡ଼ ଧରଣର ଆର୍ଥିକ ଲାଭର ସୁଯୋଗ ରହିଛି। ପରିବାରରେ ସୁଖଶାନ୍ତି ବଜାୟ ରହିବ।

Related story