୧୦ ସେପ୍ଟେମ୍ବର, ରବିବାର: କେମିତି କଟିବ ଆଜିର ଦିନ

ମେଷ: ପରିବାର ସହିତ କୌଣସି ଦୂର ସ୍ଥାନକୁ ବୁଲି ଯିବାକୁ ଯୋଜନା କରିପାରନ୍ତି। ମନ ଶାନ୍ତ ରହିବ। ପ୍ରସନ୍ନ ରହିବେ। ପାରିବାରିକ ଜୀବନ ସୁଖମୟ ହେବ। ବୃଷ: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପଢ଼ାପଢ଼ିରେ ରୁଚି ବଢ଼ିବ। ଚାକିରିରେ ପଦୋନ୍ନତି ନେଇ ସୂଚନା ପାଇ ପାରନ୍ତି। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ମିଥୁନ: ନୂଆ କର୍ମ ସଂସ୍ଥାନ ପାଇ ପାରନ୍ତି। କୌଣସି ଦୂର ସ୍ଥାନକୁ ଯାଇପାରନ୍ତି। ଅଟକି ଥିବା କାମ ସଂପନ୍ନ ହେବ। ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ। […]

Zodiac

Rakesh Mallick
  • Published: Sunday, 10 September 2017
  • , Updated: 13 September 2017, 11:37 AM IST

ମେଷ: ପରିବାର ସହିତ କୌଣସି ଦୂର ସ୍ଥାନକୁ ବୁଲି ଯିବାକୁ ଯୋଜନା କରିପାରନ୍ତି। ମନ ଶାନ୍ତ ରହିବ। ପ୍ରସନ୍ନ ରହିବେ। ପାରିବାରିକ ଜୀବନ ସୁଖମୟ ହେବ।

ବୃଷ: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପଢ଼ାପଢ଼ିରେ ରୁଚି ବଢ଼ିବ। ଚାକିରିରେ ପଦୋନ୍ନତି ନେଇ ସୂଚନା ପାଇ ପାରନ୍ତି। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମିଥୁନ: ନୂଆ କର୍ମ ସଂସ୍ଥାନ ପାଇ ପାରନ୍ତି। କୌଣସି ଦୂର ସ୍ଥାନକୁ ଯାଇପାରନ୍ତି। ଅଟକି ଥିବା କାମ ସଂପନ୍ନ ହେବ। ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ।

କର୍କଟ: କାହା ସହିତ ଯୁକ୍ତି କରନ୍ତୁ ନାହିଁ। ଯେକୌଣସି ବ୍ୟକ୍ତିଙ୍କ ସହ କଥା ହେଲା ବେଳେ ରାଗକୁ ନିୟନ୍ତ୍ରଣରେ ରଖନ୍ତୁ। ଯଦି ଆପଣ ଆଇଟି କ୍ଷେତ୍ରରେ ଅଛନ୍ତି,ତା’ହେଲେ ବିଦେଶ ଯାତ୍ରାର ସୁଯୋଗ ସୃଷ୍ଟି ହୋଇପାରେ। ହଜି ଯାଇଥିବା କିଛି ବସ୍ତୁ ମିଳିପାରେ।

ସିଂହ: ଶୁଭ ସମାଚାର ମିଳିପାରେ। ଜୀବନସାଥୀଙ୍କ ସହିତ ସଂପର୍କ ମଧୁର ରହିବ। ଆର୍ଥିକ ଲାଭ ମିଳିବ। କଳା ଓ ସଂସ୍କୃତି ପ୍ରତି ଆଗ୍ରହ ବଢ଼ିବ। ସ୍ୱାଦିଷ୍ଟ ଭୋଜନ ଖାଇବେ।

କନ୍ୟା: ମନ ଅଶାନ୍ତ ରହିବ। ମନରେ ଅସନ୍ତୋଷ ଭାବ ଜାଗ୍ରତ ହେବ। ତେଣୁ ଧାର୍ମିକ ସ୍ଥଳକୁ ଯାତ୍ରା କରନ୍ତୁ, ତା’ହେଲେ ମନରେ ସକାରାତ୍ମକ ଭାବନା ଜାଗ୍ରତ ହେବ। ଏହି ରାଶିର କିଛି ଲୋକ ଆଜି କର୍ମକ୍ଷେତ୍ରରେ ଆଗକୁ ବଢ଼ିବାର ସୁଯୋଗ ପାଇବେ।

ତୁଳା: ଆୟ ବଢ଼ିବ। ମାନସିକ ସ୍ତରରେ ଶାନ୍ତି ଅନୁଭବ କରିବେ। ସ୍ୱାସ୍ଥ୍ୟରେ ସୁଧାର ଆସିବ। ଭାବିଚିନ୍ତି ଯେକୌଣସି ନିଷ୍ପତ୍ତି ନିଅନ୍ତୁ। ବହୁଦିନର ସ୍ୱପ୍ନ ପୂରଣ ହେବ।

ବିଛା: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାରରେ ସମସ୍ୟା ବଢ଼ିପାରେ। ବାପମା’ଙ୍କ ସହଯୋଗ ମିଳିବ। ବ୍ୟବସାୟିକ ସଂପର୍କକୁ ସୁମଧୁର ରଖିବା ପାଇଁ ପ୍ରୟାସ କରନ୍ତୁ। କୌଣସି ସୂତ୍ରରୁ ଧନ ଆସିପାରେ।

ଧନୁ: ଅଚାନକ ଧନ ମିଳିପାରେ। ଚାକିରି ପ୍ରସ୍ତାବ ଆସିପାରେ। ଏହା ଆପଣଙ୍କ ଆର୍ଥିକ ଅବସ୍ଥାକୁ ସୁଧାରିବାରେ ସହାୟକ ହେବ। ଦିନଟି ଆପଣଙ୍କ ପାଇଁ ପୂରା ଭଲ ଅଛି।

ମକର: ମା’ଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ନୂଆ ବାଇକ୍ ଅବା କାର୍ କିଣିବାକୁ ଯୋଜନା ବନାଇ ପାରନ୍ତି। ଚିଡ଼ିଚିଡ଼ା ହୋଇପାରନ୍ତି। ଦାମ୍ପତ୍ୟସୁଖ ବଢ଼ିବ।

କୁମ୍ଭ: ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ। ପରିବାରର ସମସ୍ୟା ମନକୁ ଅଶାନ୍ତ ରଖିବ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ ଅଛି। ଆଜି ଭଲ ଲାଭ ହେବ।

ମୀନ:  ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ଆତ୍ମବିଶ୍ୱାସ ବଢ଼ିବ। ବନ୍ଧୁଙ୍କ ସହଯୋଗ ମିଳିବ। ମିଠା କଥା କୁହନ୍ତୁ। ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ହେବେ।

Related story