୧୨ ସେପ୍ଟେମ୍ବର, ମଙ୍ଗଳବାର: କେମିତି କଟିବ ଆଜି ଦିନ

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର। ଧନପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ନିଜ ବ୍ୟବହାର ଉପରେ ନିୟନ୍ତ୍ରଣ ରଖନ୍ତୁ। ବୃଷ: ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟରେ ଲାଭ ହେବ। ଯୋଗ୍ୟ ଯୁବକଯୁବତୀଙ୍କ ବିବାହ ଯୋଗ ରହିଛି। କୌଣସି କାମ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ମିଥୁନ: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଚାକିରି କ୍ଷେତ୍ରରେ ଅବହେଳା କରନ୍ତୁ ନାହିଁ। ମାନସମ୍ମାନ ବୃଦ୍ଧି ପାଇବ। ନିଜ କଥା […]

ZodiacSigns

Rakesh Mallick
  • Published: Tuesday, 12 September 2017
  • , Updated: 13 September 2017, 11:36 AM IST

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର। ଧନପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ନିଜ ବ୍ୟବହାର ଉପରେ ନିୟନ୍ତ୍ରଣ ରଖନ୍ତୁ।

ବୃଷ: ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟରେ ଲାଭ ହେବ। ଯୋଗ୍ୟ ଯୁବକଯୁବତୀଙ୍କ ବିବାହ ଯୋଗ ରହିଛି। କୌଣସି କାମ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ମିଥୁନ: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଚାକିରି କ୍ଷେତ୍ରରେ ଅବହେଳା କରନ୍ତୁ ନାହିଁ। ମାନସମ୍ମାନ ବୃଦ୍ଧି ପାଇବ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

କର୍କଟ: ଆଜିର ଦିନଟି ଆପଣଙ୍କ ପାଇଁ ଭଲ। ଜୀବନସାଥୀଙ୍କ ସହଯୋଗ ପାଇବେ। ଧନପ୍ରାପ୍ତିର ଯୋଗ ରହିଛି। ଯାନବାହାନରେ ଗଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ସିଂହ: ସ୍ୱାସ୍ଥ୍ୟ ଭଲ ରହିବ। ଚାକିରି ପରିବର୍ତ୍ତନ କରିପାରନ୍ତି। ସନ୍ତାନସନ୍ତତିଙ୍କ ସୁଖ ମିଳିବ। ବ୍ୟବସାୟରେ ଲାଭ ପାଇବେ।

କନ୍ୟା: ଅଟକି ଥିବା କାମ ଆଜି ପୂରଣ ହୋଇପାରେ। ପିତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଜିର ଦିନରେ କାହାକୁ ଉଧାର ଦିଅନ୍ତୁ ନାହିଁ, ଫେରସ୍ତ ପାଇବାରେ ସମସ୍ୟା ହେବ।

ତୁଳା: ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ପ୍ରେମ ସଂପର୍କରେ ସଫଳତା ମିଳିବ। ସମ୍ପତ୍ତି କିଣି ପାରନ୍ତି। ଧନଲାଭର ଯୋଗ ରହିଛି।

ବିଛା: ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଆଜିର ଦିନରେ ବୁଦ୍ଧି ବିଚାରି କାମ କରନ୍ତୁ।

ଧନୁ: ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଚାକିରି କ୍ଷେତ୍ରରେ ସଫଳତା ମିଳିବ। ବ୍ୟବସାୟରେ ଲାଭ ହେବ।

ମକର: ସନ୍ତାନପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମାନସମ୍ମାନ ବୃଦ୍ଧି ସହ ଉପହାର ପ୍ରାପ୍ତିର ଯୋଗ ରହିଛି। ସାହିତ୍ୟ କ୍ଷେତ୍ରରେ ରୁଚି ଥିବା ବ୍ୟକ୍ତିଙ୍କୁ ସଫଳତା ମିଳିବ।

କୁମ୍ଭ: ବିଦେଶ ଯାତ୍ରାର ଯୋଗ ରହିଛି। ଲାଗି ରହିଥିବା ଆଇନକାନୁନ ମାମଲାରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେବ।

ମୀନ: ଆଜିର ଦିନଟି ଆପଣଙ୍କୁ ମିଶ୍ରିତ ଫଳ ଦେବ। ବୈବାହିକ ଜୀବନରେ ବାଧା ଉପୁଜିପାରେ। ଶିକ୍ଷାକ୍ଷେତ୍ରରେ ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ। ଅଟକି ରହିଥିବ ଧନ ମିଳିପାରେ।

 

Related story