୧୩ ସେପ୍ଟେମ୍ବର, ବୁଧବାର: କେମିତି କଟିବ ଆଜିର ଦିନ

ମେଷ: ଦିନର ଆରମ୍ଭ ଭଲରେ ହେବ। ଅଫିସ୍‌ରେ ବସ୍‌ଙ୍କ ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ଚାକିରି କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଦେଖାଯିବ। ବୃଷ: ଯାନବାହନ କିଣିପାରନ୍ତି। ବ୍ୟବସାୟରେ କାମର ଚାପ ରହିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ବିଚାରବିମର୍ଶ କରନ୍ତୁ, ଆଦୌ ତରବର ହୁଅନ୍ତୁ ନାହିଁ। ମିଥୁନ: ସ୍ୱାସ୍ଥ୍ୟ ଭଲ ରହିବ। ଋଣମୁକ୍ତ ହେବେ। ପୁରୁଣା ବନ୍ଧୁମାନଙ୍କଠାରୁ ସହଯୋଗ ମିଳିବ। ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଲାଭ ମିଳିବ। କର୍କଟ: ପ୍ରିୟଜନଙ୍କ […]

ZodiacSigns

Rakesh Mallick
  • Published: Wednesday, 13 September 2017
  • , Updated: 13 September 2017, 11:36 AM IST

ମେଷ: ଦିନର ଆରମ୍ଭ ଭଲରେ ହେବ। ଅଫିସ୍‌ରେ ବସ୍‌ଙ୍କ ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ଚାକିରି କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଦେଖାଯିବ।

ବୃଷ: ଯାନବାହନ କିଣିପାରନ୍ତି। ବ୍ୟବସାୟରେ କାମର ଚାପ ରହିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ବିଚାରବିମର୍ଶ କରନ୍ତୁ, ଆଦୌ ତରବର ହୁଅନ୍ତୁ ନାହିଁ।

ମିଥୁନ: ସ୍ୱାସ୍ଥ୍ୟ ଭଲ ରହିବ। ଋଣମୁକ୍ତ ହେବେ। ପୁରୁଣା ବନ୍ଧୁମାନଙ୍କଠାରୁ ସହଯୋଗ ମିଳିବ। ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଲାଭ ମିଳିବ।

କର୍କଟ: ପ୍ରିୟଜନଙ୍କ ସହ ସାକ୍ଷାତ ହେବ। ମାନସମ୍ମାନ ମିଳିବ। ଅଟକି ଥିବା କାର୍ଯ୍ୟ ଆଗେଇବ। ଧନପ୍ରାପ୍ତି ଯୋଗ ରହିଛି।

ସିଂହ: ଚାକିରିରେ ପଦୋନ୍ନତି ହୋଇପାରେ। ବୈବାହିକ ଜୀବନରେ ସମସ୍ୟା ଦେଖାଯାଇପାରେ। ଧୈର୍ଯ୍ୟର ସହ କାମ କରନ୍ତୁ।

କନ୍ୟା: ମାଲିମକଦମାରେ ବିଜୟୀ ହେବେ। ପରିବାରରେ ସୁଖଶାନ୍ତି ଦେଖାଯିବ। ବ୍ୟବସାୟରେ ଲାଭ ହେବ।

ତୁଳା: ବିବାହ ସ୍ଥିର ହୋଇପାରେ। ପରିବାର ଲୋକଙ୍କ ସହ ସମୟ ବିତାଇବେ। ଅଫିସ୍‌ରେ ସହକର୍ମୀଙ୍କଠାରୁ ସହଯୋଗ ପାଇବେ। ଆପଣଙ୍କ ବ୍ୟକ୍ତିତ୍ୱ ଅନ୍ୟମାନଙ୍କୁ ଆକର୍ଷିତ କରିବ।

ବିଛା: ସନ୍ତାନଙ୍କ ପକ୍ଷରୁ ସୁଖ ମିଳିବ। ଶିକ୍ଷା ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ ସଫଳତା ମିଳିବ। ଆକସ୍ମିକ କିଛି ଘଟଣା ଘଟିପାରେ। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ଧନୁ: ଆର୍ଥିକ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହେବ। ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି। ସ୍ୱାସ୍ଥ୍ୟରେ ସୁଧାର ଆସିବ।

ମକର: ଫୂର୍ତ୍ତି ଅନୁଭବ କରିବେ ନାହିଁ। କାମ ପ୍ରତି ଉତ୍ସାହ କମ୍ ରହିବ। ପରିବାରର କୌଣସି ସଦସ୍ୟଙ୍କ ସହ ଯୁକ୍ତିତର୍କ କରିପାରନ୍ତି। ଠିକ୍ ସମୟରେ ଖାଦ୍ୟ ଗ୍ରହଣ କରିପାରିବେ ନାହିଁ। ଶାନ୍ତିରେ ଶୋଇପାରିବେ ନାହିଁ।

କୁମ୍ଭ: ଚିନ୍ତାମୁକ୍ତ ରହିବେ। ମନ ପ୍ରଫୁଲ ରହିବ। ଯେକୌଣସି କାର୍ଯ୍ୟ ଉତ୍ସାହର ସହ କରିବେ। ପରିବାରର ବରିଷ୍ଠ ସଦସ୍ୟମାନଙ୍କଠାରୁ ଲାଭବାନ ହେବେ। ସାଙ୍ଗସାଥୀଙ୍କ ସହ ସମୟ ଅତିବାହିତ କରିବେ।

ମୀନ: ଆର୍ଥିକ ଦିଗଟି ଭଲ ରହିବ। ଯେକୌଣସି କ୍ଷେତ୍ରରେ ନିବେଶ ପାଇଁ ଆଜି ଦିନଟି ଶୁଭ। ଯୋଜନା ମୁତାବକ କାର୍ଯ୍ୟ ସଂପନ୍ନ ହେବ। ପରିବାରରେ ସୁଖଶାନ୍ତିର ବାତାବରଣ ରହିବ।

Related story