୧୫ ଅଗଷ୍ଟ, ମଙ୍ଗଳବାର: କେମିତି କଟିବ ଆଜିର ଦିନ

ମେଷ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ଶୁଭଙ୍କର। ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଗଛ ଲଗାନ୍ତୁ, ଦିନ ଭଲରେ କଟିବ। ବୃଷ: ସମ୍ପତ୍ତି ପ୍ରାପ୍ତିର ଯୋଗ ରହିଛି। ପରିବାର ଲୋକଙ୍କ ସହଯୋଗ ମିଳିବ। ଡାକ୍ତରଖାନାରେ ରୋଗୀଙ୍କୁ ଔଷଧ ବଣ୍ଟନ କରନ୍ତୁ। ମିଥୁନ: ସ୍ୱାସ୍ଥ୍ୟ ଭଲ ରହିବ। ବିଦେଶରେ ରହୁଥିବା ବନ୍ଧୁ ଓ ପରିଜନଙ୍କ ପାଖରୁ ଶୁଭ ସମାଚାର ମିଳିପାରେ। ଦିନଟି କାର୍ଯ୍ୟ ବ୍ୟସ୍ତତାରେ କଟିବ। କର୍କଟ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ […]

zodaic

Rakesh Mallick
  • Published: Tuesday, 15 August 2017
  • , Updated: 13 September 2017, 11:40 AM IST

ମେଷ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ଶୁଭଙ୍କର। ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଗଛ ଲଗାନ୍ତୁ, ଦିନ ଭଲରେ କଟିବ।

ବୃଷ: ସମ୍ପତ୍ତି ପ୍ରାପ୍ତିର ଯୋଗ ରହିଛି। ପରିବାର ଲୋକଙ୍କ ସହଯୋଗ ମିଳିବ। ଡାକ୍ତରଖାନାରେ ରୋଗୀଙ୍କୁ ଔଷଧ ବଣ୍ଟନ କରନ୍ତୁ।

ମିଥୁନ: ସ୍ୱାସ୍ଥ୍ୟ ଭଲ ରହିବ। ବିଦେଶରେ ରହୁଥିବା ବନ୍ଧୁ ଓ ପରିଜନଙ୍କ ପାଖରୁ ଶୁଭ ସମାଚାର ମିଳିପାରେ। ଦିନଟି କାର୍ଯ୍ୟ ବ୍ୟସ୍ତତାରେ କଟିବ।

କର୍କଟ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ବ୍ୟବସାୟରେ ଲାଭ ପାଇବେ। ପଶୁଙ୍କୁ ଘାସ ଖୁଆନ୍ତୁ ଶୁଭ ଫଳ ପାଇବେ।

ସିଂହ: ଆଜି ଦିନଟି ଆପଣଙ୍କ ପାଇଁ ଅଶୁଭ। ଯାନବାହାନରେ ଯାତାୟତ କରନ୍ତୁ ନାହିଁ। ଜୀବନସାଥୀ ସହ ଝଗଡ଼ା ହୋଇପାରେ। ଗରିବ ଲୋକଙ୍କୁ ଦାନ କରନ୍ତୁ, ବିପଦ ଟଳିବ।

କନ୍ୟା: ପରିବାରରେ ଆଶନ୍ତି ଦେଖା ଦେଇପାରେ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ମନ୍ଦିର ଯାଆନ୍ତୁ।

ତୁଳା: ଚାକିରି କ୍ଷେତ୍ରରେ ପଦୋନ୍ନତି ହୋଇପାରେ। ଜୀବନସାଥୀଙ୍କ ସହ ସମ୍ପର୍କ ନିବିଡ ହେବ। ଗଛ ଲଗାନ୍ତୁ।

ବିଛା: ଲାଗି ରହିଥିବା ଆଇନକାନୁନ ବିବାଦ ସମାଧନ ହେବ। ପାରିବାରିକ ସମସ୍ୟା ଥିଲେ ଦୂର ହେବ। ଗରିବଙ୍କୁ ଦାନ କରନ୍ତୁ।

ଧନୁ: ଗାଡି କିଣିବାର ଯୋଗ ରହିଛି। ବୟସ୍କଙ୍କ ସେବା କରନ୍ତୁ। ପୁରୁଣା ବନ୍ଧୁଙ୍କ ଠାରୁ ସାହାଯ୍ୟ ମିଳିବ।

ମକର: ଜୀବନସାଥୀଙ୍କ ସହଯୋଗ ମିଳିବ। ପିତାମାତାଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

କୁମ୍ଭ: ଜୀବନସାଥୀର ସହଯୋଗ ମିଳିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ବନ୍ଧୁ ପରିଜନଙ୍କଠାରୁ ଉପହାର ମିଳିବ। ଲୋକଙ୍କୁ ଜଳଦାନ କରନ୍ତୁ, ଶୁଭଫଳ ମିଳିବ।

ମୀନ: ମାନସମ୍ମାନ ବଢ଼ିବ। ବନ୍ଧୁ ପରିଜନଙ୍କଠାରୁ ଉପହାର ମିଳିବ। ଶିକ୍ଷକତା କରୁଥିବା ବ୍ୟକ୍ତି ସଫଳତା ପାଇବେ।

Related story