୧୮ ଅଗଷ୍ଟ, ଶୁକ୍ରବାର: କେମିତି କଟିବ ଆଜିର ଦିନ

ମେଷ: ଆଜି ଆପଣଙ୍କୁ ମିଶ୍ରିତ ଫଳ ମିଳିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କୌଣସି ପ୍ରକାର ଭ୍ରାନ୍ତ ଧାରଣାରେ ପଡନ୍ତୁ ନାହିଁ। ଆର୍ଥିକ ସମସ୍ୟାର ସମାଧାନ ହେବ। ବୃଷ: ନିଜ ଦାୟିତ୍ୱ ଠିକ୍‌ରେ ପାଳନ କରନ୍ତୁ। ଅନାବଶ୍ୟକ ଚିନ୍ତା କରନ୍ତୁ ନାହିଁ। ନିଜ ବିଚାରରେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ। ମିଥୁନ: ଆଜି ଆପଣଙ୍କ ଭାଗ୍ୟରେ କିଛି ପରିବର୍ତ୍ତନ ଘଟିବ। ରାଗ ପରେ ନିୟନ୍ତ୍ରଣ ରଖନ୍ତୁ। ମହତ୍ୱପୂର୍ଣ୍ଣ କାମରେ କିଛି ବି ନିର୍ଣ୍ଣୟ ନିଅନ୍ତୁ ନାହିଁ। କର୍କଟ: […]

zodaic

Rakesh Mallick
  • Published: Friday, 18 August 2017
  • , Updated: 13 September 2017, 11:40 AM IST

ମେଷ: ଆଜି ଆପଣଙ୍କୁ ମିଶ୍ରିତ ଫଳ ମିଳିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କୌଣସି ପ୍ରକାର ଭ୍ରାନ୍ତ ଧାରଣାରେ ପଡନ୍ତୁ ନାହିଁ। ଆର୍ଥିକ ସମସ୍ୟାର ସମାଧାନ ହେବ।

ବୃଷ: ନିଜ ଦାୟିତ୍ୱ ଠିକ୍‌ରେ ପାଳନ କରନ୍ତୁ। ଅନାବଶ୍ୟକ ଚିନ୍ତା କରନ୍ତୁ ନାହିଁ। ନିଜ ବିଚାରରେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ।

ମିଥୁନ: ଆଜି ଆପଣଙ୍କ ଭାଗ୍ୟରେ କିଛି ପରିବର୍ତ୍ତନ ଘଟିବ। ରାଗ ପରେ ନିୟନ୍ତ୍ରଣ ରଖନ୍ତୁ। ମହତ୍ୱପୂର୍ଣ୍ଣ କାମରେ କିଛି ବି ନିର୍ଣ୍ଣୟ ନିଅନ୍ତୁ ନାହିଁ।

କର୍କଟ: ଆଜି ଦିନଟି ଆପଣଙ୍କ ପାଇଁ ଏତେଟା ଲାଭ ଦାୟକ ନୁହେଁ। ଧନହାନୀର ସମ୍ଭାବନା ରହିଛି, ବୁଦ୍ଧିବିଚାରୀ କାମ କରନ୍ତୁ। ପରିଜନଙ୍କ ସହ ସମ୍ପର୍କ ଭଲ କରିବାକୁ ଚେଷ୍ଟା କରନ୍ତୁ। ବାହାରକୁ ଗଲେ ଗୁଡ ଖାଇ ବାହାରନ୍ତୁ, ଶୁଭ ଖବର ପାଇବେ।

ସିଂହ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ। ଚାକିରିଆ ବ୍ୟକ୍ତି ଓ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ହେବ। କିଛି ବଡ ସମସ୍ୟା ଥିଲେ ଆଜି ତା’ର ସମାଧାନ ହେବାର ଯୋଗ ରହିଛି। ଜୀବନସାଥୀଙ୍କଠାରୁ ଲାଭ ମିଳିବ।

କନ୍ୟା: ଦେହର ଯତ୍ନ ନିଅନ୍ତୁ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଚାକିରି କ୍ଷେତ୍ରରେ ଆଗକୁ ବଢିବାକୁ ସୁଯୋଗ ମିଳିବ।

ତୁଳା: ସମ୍ପର୍କକୁ ନେଇ ଥିବା ସମସ୍ୟାରୁ ଦୂରେଇ ରୁହନ୍ତୁ। ବିବାହ ଯୋଗ୍ୟ ରହିଛି, ହେଲେ ବିଳମ୍ବ ଘଟିପାରେ। ଚାକିରି କ୍ଷେତ୍ରରେ ପରିବର୍ତ୍ତନର ସମ୍ଭାବନା ରହିଛି।

ବିଚ୍ଛା: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପିଲାମାନଙ୍କୁ ନେଇ ଚିନ୍ତା କରନ୍ତୁ ନାହିଁ। ମିଠା କିମ୍ବା ଚିନି ଦାନ କରନ୍ତୁ, ଶୁଭ ଖବର ପାଇବେ।

ଧନୁ: ଚାକିରି କ୍ଷେତ୍ରରେ ପରିବର୍ତ୍ତନର ସମ୍ଭାବନା ରହିଛି। କିଛି ବି କାମ କରିବା ପୂର୍ବରୁ ଚିନ୍ତା କରନ୍ତୁ। ଅର୍ଥଦାନ କରନ୍ତୁ, ଶୁଭ ଖବର ପାଇବେ।

ମକର: କୌଣସି କାମ କରିବାକୁ ତରବର ହୁଅନ୍ତୁ ନାହିଁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ।

କୁମ୍ଭ: ଖାବା ପିଇବା ଓ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଅନାବଶ୍ୟକ କଥାବାର୍ତ୍ତା କରନ୍ତୁ ନାହିଁ। ଏପରି କଥାବାର୍ତ୍ତାରୁ ଦୂରେଇ ରୁହନ୍ତ, ନ ହେଲେ ସମସ୍ୟାରେ ପଡି ପାରନ୍ତି।

ମୀନ: ଚାକିରି କରୁଥିଲେ, ବରିଷ୍ଠ ଅଧିକାରୀଙ୍କ ସହ ବିବାଦ ସୃଷ୍ଟି କରନ୍ତୁ ନାହିଁ। କଥାବାର୍ତ୍ତ ଉପରେ ନିୟନ୍ତ୍ରଣ ରଖନ୍ତୁ। କୌଣସି ଧାର୍ମିକ ସ୍ଥାନକୁ ଯାଇ ପୂଜାର୍ଚ୍ଚନା କରନ୍ତୁ, ସମସ୍ୟା ଦୂର ହେବ।

Related story