୧ ସେପ୍ଟେମ୍ବର, ଶୁକ୍ରବାର, କେମିତି କଟିବ ଆଜିର ଦିନ

ମେଷ: ସ୍ୱାସ୍ଥ୍ୟ ଭଲ ରହିବ। ମାନ-ସମ୍ମାନ ମିଳିବ। ସଂପତ୍ତି ସୁଖ ମିଳିବ। ଯଦି ନିଜର କିଛି କମ୍ପାନୀ ରହିଛି ତା’ହେଲେ କର୍ମଚାରୀଙ୍କୁ ନେଇ ଚିନ୍ତିତ ହୋଇପାରନ୍ତି। ସେମାନଙ୍କ ସହ ଝଗଡ଼ା ହୋଇପାରେ। ରଚନାତ୍ମକ କାର୍ଯ୍ୟ କରୁଥିବା ଲୋକଙ୍କୁ ଶୁଭଫଳ ମିଳିବ। ଆର୍କିଟେକ୍ ଓ ଇଣ୍ଟେରିୟର ଡିଜାଇନିଂ କୋର୍ସ କରିଥିବା ଯୁବକଯୁବତୀଙ୍କୁ ଚାକିରି ମିଳିବାର ସମ୍ଭାବନା ରହିଛି। ଯେଉଁମାନେ ଏହି କାର୍ଯ୍ୟରେ ପୂର୍ବରୁ ଅଛନ୍ତି ସେମାନଙ୍କୁ ପ୍ରୋତ୍ସାହନ ମିଳିବ। ଅଧିକରୁ ଅଧିକ ପ୍ରୋଜେକ୍ଟ ହାତକୁ ଆସିବ। ବୃଷ: ଗୁରୁତ୍ୱପୂର୍ଣ୍ଣ […]

zodaic1

Rakesh Mallick
  • Published: Friday, 01 September 2017
  • , Updated: 13 September 2017, 11:38 AM IST

ମେଷ: ସ୍ୱାସ୍ଥ୍ୟ ଭଲ ରହିବ। ମାନ-ସମ୍ମାନ ମିଳିବ। ସଂପତ୍ତି ସୁଖ ମିଳିବ। ଯଦି ନିଜର କିଛି କମ୍ପାନୀ ରହିଛି ତା’ହେଲେ କର୍ମଚାରୀଙ୍କୁ ନେଇ ଚିନ୍ତିତ ହୋଇପାରନ୍ତି। ସେମାନଙ୍କ ସହ ଝଗଡ଼ା ହୋଇପାରେ। ରଚନାତ୍ମକ କାର୍ଯ୍ୟ କରୁଥିବା ଲୋକଙ୍କୁ ଶୁଭଫଳ ମିଳିବ। ଆର୍କିଟେକ୍ ଓ ଇଣ୍ଟେରିୟର ଡିଜାଇନିଂ କୋର୍ସ କରିଥିବା ଯୁବକଯୁବତୀଙ୍କୁ ଚାକିରି ମିଳିବାର ସମ୍ଭାବନା ରହିଛି। ଯେଉଁମାନେ ଏହି କାର୍ଯ୍ୟରେ ପୂର୍ବରୁ ଅଛନ୍ତି ସେମାନଙ୍କୁ ପ୍ରୋତ୍ସାହନ ମିଳିବ। ଅଧିକରୁ ଅଧିକ ପ୍ରୋଜେକ୍ଟ ହାତକୁ ଆସିବ।
ବୃଷ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସତର୍କତା ସହ ଦିନ କାଟନ୍ତୁ। କର୍ମ ସଂସ୍ଥାନ ପରିବର୍ତ୍ତନ କରିବାକୁ ଚାହିଁଛନ୍ତି, କିନ୍ତୁ କୌଣସି ସୁଯୋଗ ଆସୁନାହିଁ। ସେଥିପାଇଁ ଚିନ୍ତିତ ରହିବେ। କୌଣସି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ବ୍ୟବସାୟ ଅବା ଅଫିସ୍‌ କାମରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ବ୍ୟବସାୟୀଙ୍କ ପାଇଁ ଦିନଟି ଅଧିକ ଭଲ ରହିବ ନାହିଁ କି ପୂରା ଖରାପ ବି ରହିବ ନାହିଁ।

ମିଥୁନ: କୌଣସି ପ୍ରିୟଜନଙ୍କ ସହ ସଂପର୍କ ଖଟା ହୋଇପାରେ। ଏହା ନିଜର ନକାରାତ୍ମକ ଚିନ୍ତାଧାରାକୁ ଛାଡ଼ିବାର ସମୟ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଯେଉଁମାନେ ରୋଜଗାର ସନ୍ଧାନରେ ଅଛନ୍ତି ସେମାନେ ଆଜି ଶୁଭ ସମାଚାର ଶୁଣିପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ।
କର୍କଟ: ଯଦି କୌଣସି ବ୍ୟକ୍ତି ଚାକିରି ପାଇଁ ଆବେଦନ କରିଥାଆନ୍ତି, ତା’ହେଲେ ଆଜି ସାକ୍ଷାତକାର ପାଇଁ ଡକାଯାଇପାରେ। ଆଖପାଖ ଲୋକଙ୍କ ସହ ସଂପର୍କକୁ ଦୃଢ଼ କରିବାକୁ ପ୍ରୟାସ କରନ୍ତୁ, ଭବିଷ୍ୟତରେ ସହାୟକ ହେବ। କାର୍ ଅବା ବାଇକ୍ ଆଦି ବଡ଼ ଧରଣର କିଣାକିଣି ପାଇଁ ଆଜି ଦିନଟି ବେଶ୍ ଭଲ ଅଛି। ଆର୍ଥିକ ସ୍ଥିତି ଅନୁକୂଳ ରହିବ।
ସିଂହ: ଆଖପାଖ ଲୋକଙ୍କ ଯୋଗୁଁ ଆଜି ଅସନ୍ତୁଷ୍ଟ ରହିବେ। ବୋଧହୁଏ ଆପଣ ସେମାନଙ୍କ ଉପରେ ଅଧିକ ଭରସା ରଖିଥିବେ, କିନ୍ତୁ ସେମାନେ ଆପଣଙ୍କୁ ନିରାଶ କରିଥିବେ। ଆର୍ଥିକ କ୍ଷେତ୍ର ସହିତ ଜଡ଼ିତ ଖବର ଭଲ ହେବ। ତେବେ ଆର୍ଥିକ ସ୍ଥିତିକୁ ମଜଭୁତ କରିବାକୁ ନୂଆ ଯୋଜନା ବନାଇବେ ଓ ଏଥିପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନେଇପାରନ୍ତି।
କନ୍ୟା: ଆଧ୍ୟାତ୍ମିକ ଦିଗ ପ୍ରତି ପ୍ରଭାବିତ ହେବେ। ଚାକିରିରେ ପରିବର୍ତ୍ତନ ଯୋଗ ରହିଛି। ଆତ୍ମବିଶ୍ୱାସ ବଢ଼ିବ। ନୂଆ ବନ୍ଧୁ ବନାଇ ପାରନ୍ତି। ନୂଆ ଘର କିଣିବା ପାଇଁ ବିଚାର କରିବେ। ରାସ୍ତାରେ ଯିବାଆସିବା ବେଳେ ସତର୍କ ରୁହନ୍ତୁ, ଦୁର୍ଘଟଣା ଯୋଗ ରହିଛି।
ତୁଳା: କାର୍ଯ୍ୟସ୍ଥଳରେ ସମସ୍ୟା ଉପୁଜିବ। କାମର ଚାପ ଅଧିକ ରହିବ। ତେଣୁ ଚିନ୍ତିତ ରହିବେ। ଆପଣ ଅନୁଭବ କରିବେ ଯେ ଏମିତି ବହୁତ ଗୁଡ଼ିଏ ପ୍ରସଙ୍ଗ ରହିଛି ଯାହା ଆପଣଙ୍କ ନିୟନ୍ତ୍ରଣରେ ନାହିଁ। ଏଥିପାଇଁ ଆପଣଙ୍କ କାମ ପ୍ରଭାବିତ ହେବ। ଆପଣଙ୍କୁ ଆପଣଙ୍କ କାର୍ଯ୍ୟ ଦକ୍ଷତା ଅନୁସାରେ ପରଖା ଯିବ। କୌଣସି ନୂଆ ଚୁକ୍ତି ଉପରେ ସ୍ୱାକ୍ଷର କରିବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ ଅବା କାହାରି ପରାମର୍ଶ ନିଅନ୍ତୁ।
ବିଛା: ଗୁପ୍ତ କଥା କାହାରି ନିକଟରେ ପ୍ରକାଶ କରନ୍ତୁ ନାହିଁ। ଶତ୍ରୁମାନେ କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରିବେ। ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଖର୍ଚ୍ଚାନ୍ତ ହୋଇପାରନ୍ତି।
ଧନୁ: ଉଭୟ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ରହିବେ। ଆପଣଙ୍କ ବ୍ୟକ୍ତିତ୍ୱ ଉଭୟ ଘରେ ଓ ଅଫିସ୍‌ରେ ସମସ୍ତଙ୍କୁ ପ୍ରଭାବିତ କରିବ। ଯଦି ଆପଣ କଳାକାର ଅବା ହସ୍ତଶିଳ୍ପୀ ତା’ହେଲେ ଦିନଟି ଆପଣଙ୍କ ପାଇଁ ଖୁବ୍ ଭଲ ରହିଛି। ନୂଆ ସଂପର୍କ ସ୍ଥାପନ ହୋଇପାରେ।
ମକର: ଉଚ୍ଚ ଅଧିକାରୀଙ୍କ ସହ ମନୋମାଳିନ୍ୟ ହୋଇପାରେ। ତେବେ କୂଟନୀତି ପ୍ରୟୋଗ କରି ସ୍ଥିତିକୁ ନିଜ ସପକ୍ଷରେ ରଖିବାକୁ ଚେଷ୍ଟା କରିବେ। ବଦଳି ଯୋଗ ବି ରହିଛି। ଯଦି ବ୍ୟବସାୟ କ୍ଷେତ୍ରରେ ଅଛନ୍ତି,ତା’ହେଲେ ଦିନଟି ଭଲ ରହିବ। ବିକ୍ରିବଟା ଭଲ ହେବ।
କୁମ୍ଭ: ଆଜି ଆପଣଙ୍କ ପାଇଁ ପରୀକ୍ଷାର ଦିନ। କିନ୍ତୁ ଚିନ୍ତା କରନ୍ତୁ ନାହିଁ। ଆପଣ ସବୁ ପରୀକ୍ଷାରେ ବିଜୟୀ ହେବେ। ଆଜି ଯାହା ବି ସମସ୍ୟା ଆସିବ ସହଜରେ ତାର ସମାଧାନ କରିପାରିବେ। ଆର୍ଥିକ ସ୍ଥିତିକୁ ସୁଧାରିବାକୁ ଚେଷ୍ଟା କରିବେ। ପରିବାର ଲୋକଙ୍କ ସହିତ ସମୟ କାଟିବାକୁ ପସନ୍ଦ କରିବେ।
ମୀନ: ଆଜି କେହି ବରିଷ୍ଠ ବ୍ୟକ୍ତି ଆପଣଙ୍କୁ ଭଲ ପରାମର୍ଶ ଦେଇପାରନ୍ତି ଯାହା ଭବିଷ୍ୟତରେ ଆପଣଙ୍କର କାମରେ ଆସିବ। କେହି ପ୍ରିୟଜନ ଧୋକା ଦେଇ ପାରନ୍ତି। ଭୁଲ୍ ସୂଚନା ଦେଇ ଆପଣଙ୍କୁ ଅନ୍ଧାରରେ ରଖିବାକୁ ଚେଷ୍ଟା କରିପାରନ୍ତି। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

Related story