୨୦ ଅଗଷ୍ଟ, ରବିବାର: କେମିତି କଟିବ ଆଜିର ଦିନ

ମେଷ- ସ୍ୱାସ୍ଥ୍ୟ ଭଲ ରହିବ। ଆଖପାଖ ଲୋକଙ୍କୁ ପ୍ରଭାବିତ କରିପାରିବେ। ଆପଣଙ୍କ ନେତୃତ୍ୱ କଳାକୁ ସମସ୍ତେ ପ୍ରଶଂସା କରିବେ। ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ। ଅଟକି ରହିଥିବା ଧନ ମିଳିବ। ବୃଷ- ଆର୍ଥିକ ସ୍ଥିତି ଭଲ ରହିବ। ମାନସିକ ଶାନ୍ତି ବଜାୟ ରହିବ। କିଛି ଲୋକ ଆପଣଙ୍କୁ ରଗାଇବାକୁ ଚେଷ୍ଟା କରିପାରନ୍ତି। ପ୍ରେମ ସଂପର୍କରେ ଥିବା ବାଧା ହଟି ଯିବ। କ୍ୟାରିୟର କ୍ଷେତ୍ରରେ ନୂଆ ସୁଯୋଗ ଆସିବ। ମିଥୁନ- ନିଜ ସୀମା ମଧ୍ୟରେ ରହି କାର୍ଯ୍ୟ କରନ୍ତୁ। […]

zodaic

Rakesh Mallick
  • Published: Sunday, 20 August 2017
  • , Updated: 13 September 2017, 11:40 AM IST

ମେଷ- ସ୍ୱାସ୍ଥ୍ୟ ଭଲ ରହିବ। ଆଖପାଖ ଲୋକଙ୍କୁ ପ୍ରଭାବିତ କରିପାରିବେ। ଆପଣଙ୍କ ନେତୃତ୍ୱ କଳାକୁ ସମସ୍ତେ ପ୍ରଶଂସା କରିବେ। ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ। ଅଟକି ରହିଥିବା ଧନ ମିଳିବ।

ବୃଷ- ଆର୍ଥିକ ସ୍ଥିତି ଭଲ ରହିବ। ମାନସିକ ଶାନ୍ତି ବଜାୟ ରହିବ। କିଛି ଲୋକ ଆପଣଙ୍କୁ ରଗାଇବାକୁ ଚେଷ୍ଟା କରିପାରନ୍ତି। ପ୍ରେମ ସଂପର୍କରେ ଥିବା ବାଧା ହଟି ଯିବ। କ୍ୟାରିୟର କ୍ଷେତ୍ରରେ ନୂଆ ସୁଯୋଗ ଆସିବ।

ମିଥୁନ- ନିଜ ସୀମା ମଧ୍ୟରେ ରହି କାର୍ଯ୍ୟ କରନ୍ତୁ। ନିଜର ଆର୍ଥିକ ସ୍ଥିତିକୁ ନେଇ ଚିନ୍ତିତ ରହିବେ। ପରିବାରର କୌଣସି ସଦସ୍ୟ ଆପଣଙ୍କୁ ବଡ଼ ଅଙ୍କର ଅର୍ଥ ମାଗିପାରନ୍ତି। କିଛି ନୂଆ କରିବାକୁ ଯୋଜନା କରିପାରନ୍ତି।

କର୍କଟ- ପରିସ୍ଥିତି ଯାହା ହେଉ ପଛେ ଧୈର୍ଯ୍ୟ ହରାନ୍ତୁ ନାହିଁ। ଛୋଟମୋଟ ଝଗଡ଼ା ହୋଇପାରେ। ତେଣୁ ଅନ୍ୟମାନଙ୍କ ସହିତ କଥା ହେଲେ ବେଳେ ବ୍ୟବହାର ଭଲ ରଖନ୍ତୁ।

ସିଂହ- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ନ ହେଲେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବେ।

କନ୍ୟା- କୌଣସି ବନ୍ଧୁଙ୍କ ସହିତ ଝଗଡ଼ା ହୋଇପାରେ। ଏଭଳି ସ୍ଥିତିରେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପ୍ରେମିକାଙ୍କ ନିକଟରେ ନିଜର ଭାବନାକୁ ସ୍ପଷ୍ଟ କରନ୍ତୁ। ଯଦି ନିଜ ଦରମାକୁ ନେଇ ଅସନ୍ତୁଷ୍ଟ ଅଛନ୍ତି, ତା’ହେଲେ ଆଜି ନିଜ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରନ୍ତୁ। ଏଥିପାଇଁ ଆଜି ଦିନଟି ବହୁତ ଭଲ ଅଛି।

ତୁଳା- ଉପହାର ଓ ମାନ-ସମ୍ମାନ ମିଳିବ। ଅଟକି ରହିଥିବା କାମ ସଂପନ୍ନ ହେବ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ବ୍ୟବସାୟ କ୍ଷେତ୍ରରେ ଥିଲେ ଏହାକୁ ବଢ଼ାଇବା ପାଇଁ ଆଜି କିଛି ନୂଆ ଯୋଜନା ବନାଇବେ।

ବିଛା- କାମର ବୋଝ ଅଧିକ ରହିବ। ତେଣୁ ଚାପଗ୍ରସ୍ତ ଅନୁଭବ କରିବେ। ଧନହାନି ହୋଇପାରେ।

ଧନୁ- ନୂଆ ସଂପର୍କ ଗଢ଼ି ପାରନ୍ତି। ଏହି ନୂଆ ବନ୍ଧୁ ଭବିଷ୍ୟତରେ ଅସୁବିଧା ସମୟରେ ସାହାଯ୍ୟ କରିବେ। ଯଦି ଆପଣ କଳାକାର ଅବା ହସ୍ତଶିଳ୍ପୀ, ତା’ହେଲେ ଦିନଟି ଆପଣଙ୍କ ପାଇଁ ବେଶ୍ ଭଲ ଅଛି। ନିଜର ପ୍ରିୟଜନଙ୍କ ଯତ୍ନ ନିଅନ୍ତୁ।

ମକର- ଆତ୍ମବିଶ୍ୱାସ ବଢ଼ିବ। ତେଣୁ ଏହାର ପୂରା ଫାଇଦା ଉଠାନ୍ତୁ। ସକାରାତ୍ମକ ଚିନ୍ତାଧାରା ଯୋଗୁଁ ଆଖପାଖ ଲୋକଙ୍କୁ ପ୍ରଭାବିତ କରିବେ। ସବୁ ଅସୁବିଧାକୁ ଭୁଲି ଆଜି ସାଙ୍ଗମାନଙ୍କ ସହ ମସ୍ତୀ କରିବେ। ତେବେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ହେବ।

କୁମ୍ଭ- ଦୀର୍ଘ ଦିନ ଧରି ଯେଉଁ କାମ ହୋଇପାରୁ ନ ଥିଲା ତାହା ଆଜି ହୋଇପାରେ। କୌଣସି କାମକୁ ନୂଆ ଢଙ୍ଗରେ କରିବା ପାଇଁ ସାହସ ଜୁଟାଇ ପାରିଲେ ସଫଳତା ପାଇବେ। ଆଜି ଧନାଗମର ସୂଚନା ମିଳୁଛି। କୌଣସି କ୍ଷେତ୍ରରେ ନିବେଶ କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନିଶ୍ଚିତ ନିଅନ୍ତୁ।

ମୀନ- ପିଲାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କାହା ସହିତ ଝଗଡ଼ା କରନ୍ତୁ ନାହିଁ। ପରିବାର ଲୋକଙ୍କ ସହିତ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି।

Related story