୨୨ ଅଗଷ୍ଟ, ମଙ୍ଗଳବାର: କେମିତି କଟିବ ଆଜିର ଦିନ

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ମିଶ୍ରିତ ଫଳ ଆଣିବ। ବାଦବିବାଦରୁ ଦୂରେଇ ରୁହନ୍ତୁ। ବ୍ୟବସାୟରେ ଲାଭ ପାଇବେ। ସବୁ କ୍ଷେତ୍ରରେ ଜୀବନସାଥୀଙ୍କ ସହଯୋଗ ମିଳିବ। ବୃଷ: ଆଜିର ଦିନଟି ଆପରଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର। ଚାକିରି ମିଳିବାର ଯୋଗ ରହିଛି। ମାନସମ୍ମାନ ବୃଦ୍ଧି ପାଇବ। ବାକି ପଡିଥିବା ଧନ ପ୍ରାପ୍ତି ହେବ। ମିଥୁନ: ସମୟର ସଦ୍‌ବ୍ୟବହାର କରନ୍ତୁ। ଅଟକି ରହିଥିବା କାମ ହୋଇଯିବ। ଚାକିରି କ୍ଷେତ୍ରରେ ପରିବର୍ତ୍ତନ କରନ୍ତୁ ନାହିଁ। କର୍କଟ: ପରିବାରରେ ସୁଖଶାନ୍ତି ବିରାଜିତ […]

zodaic

Rakesh Mallick
  • Published: Tuesday, 22 August 2017
  • , Updated: 13 September 2017, 11:39 AM IST

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ମିଶ୍ରିତ ଫଳ ଆଣିବ। ବାଦବିବାଦରୁ ଦୂରେଇ ରୁହନ୍ତୁ। ବ୍ୟବସାୟରେ ଲାଭ ପାଇବେ। ସବୁ କ୍ଷେତ୍ରରେ ଜୀବନସାଥୀଙ୍କ ସହଯୋଗ ମିଳିବ।

ବୃଷ: ଆଜିର ଦିନଟି ଆପରଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର। ଚାକିରି ମିଳିବାର ଯୋଗ ରହିଛି। ମାନସମ୍ମାନ ବୃଦ୍ଧି ପାଇବ। ବାକି ପଡିଥିବା ଧନ ପ୍ରାପ୍ତି ହେବ।

ମିଥୁନ: ସମୟର ସଦ୍‌ବ୍ୟବହାର କରନ୍ତୁ। ଅଟକି ରହିଥିବା କାମ ହୋଇଯିବ। ଚାକିରି କ୍ଷେତ୍ରରେ ପରିବର୍ତ୍ତନ କରନ୍ତୁ ନାହିଁ।

କର୍କଟ: ପରିବାରରେ ସୁଖଶାନ୍ତି ବିରାଜିତ ହେବ। ପିଲାମାନଙ୍କ ଠାରୁ ଖୁସି ଖବର ପାଇବେ। ଜମି କିଣିବାର ଯୋଗ ରହିଛି।

ସିଂହ: ଧନସମ୍ପତ୍ତି ପ୍ରାପ୍ତିର ଯୋଗ ରହିଛି। ବ୍ୟବସାୟରେ ଲାଭ ପାଇବେ। ନୂଆ ଜମି କିଣିପାରନ୍ତି।

କନ୍ୟା: ନିଜ ବଚନ ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୂର ଯାତ୍ରାର ଯୋଗ ରହିଛି। ଆଇନକାନୁର ସମସ୍ୟାରେ ସଫଳତା ପାଇବେ।

ତୁଳା: ଆଜିର ଦିନଟି ଆପଣଙ୍କ ପାଇଁ ଏତେଟା ଭଲରେ ଯିବନି। ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହୁଅନ୍ତୁ। କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ। ଗାଡିମୋଟର ଚଳାଚଳରେ ସାବଧାନତା ଅବଲମ୍ବନ କରନ୍ତୁ, ଦୁର୍ଘଟଣା ଘଟିପାରେ।

ବିଚ୍ଛା: ବନ୍ଧୁ ପରିଜନ ଆସିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। ମାନସମ୍ମାନ ବୃଦ୍ଧି ପାଇବ।

ଧନୁ: ଦୁର୍ଘଟଣାର ଯୋଗ ରହିଛି। ଦେଖିଚାହିଁ ବାହାରକୁ ଯାଆନ୍ତୁ। ବ୍ୟବସାୟରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଦୂର ଯାତ୍ରା କରିପାରନ୍ତି।

ମକର: ନୂଆ ଚାକିରିରର ଯୋଗ ରହିଛି। ଛାତ୍ରଛାତ୍ରୀରଙ୍କ ଶିକ୍ଷାରେ ସୁଧାର ଆସିବ। ଜୀବନସାଥୀଙ୍କ ସହଯୋଗ ମିଳିବ।

କୁମ୍ଭ: ପାରିବାରିକ ବିବାଦରୁ ଦୂରେଇ ରୁହନ୍ତୁ। ଅଫିସରେ ସମସ୍ୟା ଲାଗି ରହିବ। ଦିନଟି ଜଞ୍ଜାଳମୟ ରହିବ। ଏହାସତ୍ତ୍ୱେ ଜୀବନସାଥୀଙ୍କ ସହଯୋଗ ପାଇବେ।

ମୀନ: ସ୍ୱାସ୍ଥ୍ୟ ଠିକ୍‌ ରହିବ। ଆମୋଦପ୍ରମୋଦ ପାଇଁ ଯାତ୍ରା କରିପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ସଫଳତା ମିଳିବ।

Related story