୨୪ ଅଗଷ୍ଟ, ଗୁରୁବାର: କେମିତି କଟିବ ଆଜିର ଦିନ

ମେଷ– ମାଆଙ୍କ ସହ ଝଗଡ଼ା ହୋଇପାରେ। ଯାତ୍ରା ଯୋଗ ରହିଛି। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କର ବହୁ ଦିନର ଆଶା ପୂରଣ ହେବ। ସକାରାତ୍ମକ ହୁଅନ୍ତୁ।  ଆଘାତ ଯୋଗ ରହିଛି। ତେଣୁ ରାସ୍ତାରେ ଯିବା ଆସିବା ବେଳେ ଅବା କୌଣସି କାମ କରିବା ବେଳେ ସତର୍କ ରୁହନ୍ତୁ। ବୃଷ– ବୃତ୍ତିରେ ପରିବର୍ତ୍ତନର କରିପାରନ୍ତି। ମାନସିକ ସ୍ତରରେ ଶକ୍ତ ହୋଇପାରନ୍ତି। ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ବୁଝିବିଚାରି […]

zodaic

Rakesh Mallick
  • Published: Thursday, 24 August 2017
  • , Updated: 13 September 2017, 11:39 AM IST

ମେଷ- ମାଆଙ୍କ ସହ ଝଗଡ଼ା ହୋଇପାରେ। ଯାତ୍ରା ଯୋଗ ରହିଛି। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କର ବହୁ ଦିନର ଆଶା ପୂରଣ ହେବ। ସକାରାତ୍ମକ ହୁଅନ୍ତୁ।  ଆଘାତ ଯୋଗ ରହିଛି। ତେଣୁ ରାସ୍ତାରେ ଯିବା ଆସିବା ବେଳେ ଅବା କୌଣସି କାମ କରିବା ବେଳେ ସତର୍କ ରୁହନ୍ତୁ।

ବୃଷ- ବୃତ୍ତିରେ ପରିବର୍ତ୍ତନର କରିପାରନ୍ତି। ମାନସିକ ସ୍ତରରେ ଶକ୍ତ ହୋଇପାରନ୍ତି। ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ବୁଝିବିଚାରି ସବୁ କାମ କରନ୍ତୁ। ହଠାତ୍ ନିଷ୍ପତ୍ତି ନିଅନ୍ତୁ ନାହିଁ। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମିଥୁନ-ଧନହାନି ହୋଇପାରେ। ଯାନବାହାନ ହଇରାଣ କରିପାରେ। ପାନମହୁରି ଖାଇ ଘରୁ ବାହାରନ୍ତୁ। ଆପଣମାନଙ୍କ ମଧ୍ୟରୁ କେହି କେହି ଆଜି ନୂଆ ଘର କିଣିବା ସଂପର୍କରେ ଯୋଜନା ବନାଇ ପାରନ୍ତି।

କର୍କଟ-ବିବାହକୁ ନେଇ ଲାଗି ରହିଥିବା ସମସ୍ୟା ଦୂର ହେବ। ପାରିବାରିକ ଜୀବନ ଭଲ ରହିବ। ବୃତ୍ତିଗତ ଜୀବନରେ ପରିର୍ତ୍ତନ ହୋଇପାରେ। ଆତ୍ମନିର୍ଭରଶୀଳ ହେବେ ଓ ନିଜର ସମସ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଂପନ୍ନ କରିବେ।

ସିଂହ- ଦାୟିତ୍ୱ ବଢ଼ିବ। ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। ଜୀବନରେ କିଛି ପରିବର୍ତ୍ତନ ଚାହିଁବେ। ଜୀବନସାଥୀଙ୍କୁ ସମୟ ଦେବେ। ଆର୍ଥିକ ସ୍ଥିତି ଭଲ ରହିବ। ବିଦ୍ୟାର୍ଥୀମାନଙ୍କ ପାଇଁ ଆଜି ଦିନଟି ବେଶ୍ ଭଲ ଅଛି।

କନ୍ୟା- ଅର୍ଥପ୍ରାପ୍ତିର ଯୋଗ ରହିଛି। ଲାଗି ରହିଥିବା ବିବାଦ ସମାଧାନ ହେବ। ବହୁ ଦିନ ହେଲା ଅଟକି ଯାଇଥିବା କାମ ସଂପନ୍ନ ହେବ। ଅଫିସ୍‌ରେ ସହକର୍ମୀ ଓ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଯାନବାହାନ କିମ୍ୱା ଅଧିକ ଦାମୀ ସାମଗ୍ରୀ କିଣି ପାରନ୍ତି।

ତୁଳା- ଦିନ ସାରା ବ୍ୟସ୍ତ ରହିବେ। କାମର ଚାପ ବଢ଼ିବ। କାହା ସହିତ ଝଗଡ଼ା ହୋଇପାରେ। ତେଣୁ ନିଜକୁ ନିୟନ୍ତ୍ରଣ କରି ରଖନ୍ତୁ। ନୂଆ ଚାକିରି ପାଇଁ ଆବେଦନ କରିଥିଲେ ସାକ୍ଷାତକାର ପାଇଁ ଡାକରା ଆସିପାରେ।

ବିଛା- ବନ୍ଧୁଙ୍କ ବ୍ୟବହାର କଷ୍ଟ ଦେଇପାରେ। ନିଜ ମାନ-ସମ୍ମାନ ଉପରେ ଧ୍ୟାନ ରଖନ୍ତୁ। ବ୍ୟବସାୟରେ ଭଲ ଲାଭ ଯୋଗ ରହିଛି। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ଧନୁ- ଘରେ ଅବା ଅଫିସରେ ଭୁଲ ବୁଝାମଣାର ଶିକାର ହୋଇପାରନ୍ତି। ତେଣୁ ସାବଧାନ ରୁହନ୍ତୁ। ସବୁ କଥାକୁ ବୁଝିବିଚାରି ମତାମତ ଦିଅନ୍ତୁ। ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ। କର୍ମକ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ହୋଇପାରେ। ଦାୟିତ୍ୱ ବଢ଼ିପାରେ।

ମକର- କୌଣସି ଉଚ୍ଚ ଅଧିକାରୀଙ୍କ ସହ ମନୋମାଳିନ୍ୟ ଦେଖାଯାଇପାରେ। ପୁରୁଣା ସମସ୍ୟାରୁ ମୁକ୍ତି ପାଇବେ। ସ୍ୱାସ୍ଥ୍ୟ ଭଲ ରହିବ। ଚାକିରିରେ ପରିବର୍ତ୍ତନ ଯୋଗ ରହିଛି। କୌଣସି ପୁରୁଣା ନିବେଶରୁ ଭଲ ଲାଭ ମିଳିପାରେ।

କୁମ୍ଭ- ବିବାଦରୁ ଦୂରେଇ ରୁହନ୍ତୁ। ବ୍ୟସ୍ତତା ଭିତରେ ସମୟ କଟିବ। ସବୁ କାର୍ଯ୍ୟ ଆପଣ ଯେମିତି ଆଶା କରୁଥିଲେ ସେମିତି ହେବ। କୌଣସି କ୍ଷେତ୍ରରେ ନିବେଶ କରିପାରନ୍ତି। ନିବେଶ ପାଇଁ ଆଜିର ଦିନଟି ଆପଣଙ୍କ ପାଇଁ ବେଶ୍ ଭଲ ରହିଛି। ଶରୀର ଦୁର୍ବଳ ହୋଇପାରେ।

ମୀନ- ବିରୋଧୀମାନେ ଆପଣଙ୍କ ଛବି ବିଗାଡ଼ିବା ପାଇଁ ପ୍ରୟାସ କରିବେ। ତେଣୁ ନିଜର ବ୍ୟବହାର ପ୍ରତି ଅଧିକ ସଚେତନ ରୁହନ୍ତୁ। ପିଲାମାନଙ୍କୁ ନେଇ ଚିନ୍ତିତ ହୋଇପାରନ୍ତି। ଜୀବନସାଥୀଙ୍କ ସହଯୋଗ ମିଳିବ। ଖାଦ୍ୟପାନୀୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

Related story