୨୮ ଅଗଷ୍ଟ, ସୋମବାର: କେମିତି କଟିବ ଆଜିର ଦିନ

ମେଷ: ନୂଆ ପରିଚୟ ମିଳିବ। ସ୍ପଷ୍ଟବାଦୀ ହେବେ। କେହି ଆପଣଙ୍କୁ ଉପହାର ପ୍ରଦାନ କରିପାରନ୍ତି। ଆଜି ଦିନରେ ଆପଣ ଯେକୌଣସି କାର୍ଯ୍ୟ ଆରମ୍ଭ କରିପାରିବେ। ବ୍ୟବସାୟରେ ଛୋଟମୋଟ ସମସ୍ୟା ଦେଖାଦେବ। ତେବେ ଏଥିରେ ବିଚଳିତ ହେବାର କିଛି ନାହିଁ। ବୃଷ: ବ୍ୟବସାୟ କ୍ଷେତ୍ରରେ ଥିଲେ ଭଲ ଲାଭ ମିଳିବ। କାର୍ଯ୍ୟସ୍ଥଳରେ ବେଶ୍ ଉତ୍ସାହିତ ରହିବେ। ନୂଆ ଦାୟିତ୍ୱ ମିଳିପାରେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଏମିତିକି ଦରମା ବଢ଼ିବାର ସଙ୍କେତ ବି ଅଛି। ମିଥୁନ: ବିରୋଧୀଙ୍କ ଆଡ଼ୁ ବିପଦ ଅଛି। ତେଣୁ […]

Rakesh Mallick
  • Published: Monday, 28 August 2017
  • , Updated: 13 September 2017, 11:39 AM IST

ମେଷ: ନୂଆ ପରିଚୟ ମିଳିବ। ସ୍ପଷ୍ଟବାଦୀ ହେବେ। କେହି ଆପଣଙ୍କୁ ଉପହାର ପ୍ରଦାନ କରିପାରନ୍ତି। ଆଜି ଦିନରେ ଆପଣ ଯେକୌଣସି କାର୍ଯ୍ୟ ଆରମ୍ଭ କରିପାରିବେ। ବ୍ୟବସାୟରେ ଛୋଟମୋଟ ସମସ୍ୟା ଦେଖାଦେବ। ତେବେ ଏଥିରେ ବିଚଳିତ ହେବାର କିଛି ନାହିଁ।

ବୃଷ: ବ୍ୟବସାୟ କ୍ଷେତ୍ରରେ ଥିଲେ ଭଲ ଲାଭ ମିଳିବ। କାର୍ଯ୍ୟସ୍ଥଳରେ ବେଶ୍ ଉତ୍ସାହିତ ରହିବେ। ନୂଆ ଦାୟିତ୍ୱ ମିଳିପାରେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଏମିତିକି ଦରମା ବଢ଼ିବାର ସଙ୍କେତ ବି ଅଛି।

ମିଥୁନ: ବିରୋଧୀଙ୍କ ଆଡ଼ୁ ବିପଦ ଅଛି। ତେଣୁ ସଜାଗ ରୁହନ୍ତୁ। କେହି ମିଠା ମିଠା କଥା କହି ଆପଣଙ୍କ ଠାରୁ କଥା ଆଦାୟ କରିବାକୁ ପ୍ରୟାସ କରିପାରନ୍ତି। ଆର୍ଥିକ ଦିଗ ଠିକ୍‌ଠାକ୍ ରହିବ।

କର୍କଟ: ସ୍ୱପ୍ନକୁ ସାକାର କରିବା ଦିଗରେ କାର୍ଯ୍ୟ କରିବେ। କାହାକୁ ଆର୍ଥିକ ସହାୟତା କରିପାରନ୍ତି। ଖାଇବାପିଇବା ଉପରେ ଧ୍ୟାନ ଦିଅନ୍ତୁ।

ସିଂହ: ନକାରାତ୍ମକ କଥା କହୁଥିବା ଲୋକଙ୍କ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। ସେମାନେ ଆପଣଙ୍କ କୌଣସି ନିଷ୍ପତ୍ତିକୁ ପ୍ରଭାବିତ କରିପାରନ୍ତି। ପୁରୁଣା ପୈତୃକ ସଂପତ୍ତି ପାଇବେ। ଏହା ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବାରେ ସାହାଯ୍ୟ କରିବ।

କନ୍ୟା: ଜୀବନଯାପନ ଶୈଳୀକୁ ଉନ୍ନତ କରିବା ପାଇଁ ନୂଆ ଯୋଜନା ବନାଇବେ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ରଚନାତ୍ମକ କାମରେ ମନ ଦେବେ। ସାହିତ୍ୟ ଆଦି ପ୍ରତି ରୁଚି ବଢ଼ିବ। ଅଯଥାରେ କେହି ଆପଣଙ୍କ ମାନସିକ ସ୍ଥିତିକୁ ବିଗାଡ଼ିବାକୁ ଉଦ୍ୟମ କରିପାରନ୍ତି। ତେଣୁ ବିଚଳିତ ହୁଅନ୍ତୁ ନାହିଁ, ଶାନ୍ତ ରୁହନ୍ତୁ।

ତୁଳା: ଅନ୍ୟମାନଙ୍କଠାରୁ ପ୍ରେରଣା ପାଇବେ। ଦାୟିତ୍ୱ ନେଇ କାର୍ଯ୍ୟ ନିର୍ବାହ କରିବେ। କ୍ୟାରିୟର ଦୃଷ୍ଟିକୋଣରୁ ଉପସ୍ଥିତ ସମସ୍ତ ପ୍ରସ୍ତାବ ଉପରେ ବିଚାର କରନ୍ତୁ। କାହା ସହିତ ନୂଆ ବନ୍ଧୁତା ହୋଇପାରେ। ନୂଆ ଘର ଅବା ଗାଡ଼ି କିଣିବା ପାଇଁ ମନ ବଳାଇ ପାରନ୍ତି। ପୂର୍ବରୁ ଋଣ ପାଇଁ ଆବେଦନ କରିଥିଲେ ଆଜି ଶୁଭ ସମାଚାର ମିଳିପାରେ।

ବିଛା: ନିଜ କାମ ସଂପନ୍ନ କରିବା ଦିଗରେ ଅଧିକ ଧ୍ୟାନ ଦିଅନ୍ତୁ। ଏଥିରେ ଆପଣଙ୍କୁ ଆତ୍ମସନ୍ତୋଷ ମିଳିବ। ଅଧିକ ଅର୍ଥ ଉପାର୍ଜନ କରିବା ପାଇଁ ଆଜି ଦିନଟି ଭଲ ଅଛି। ଏଥିପାଇଁ ଆପଣଙ୍କୁ ନୂଆ ମଉକା ମିଳିପାରେ।

ଧନୁ: ଘରେ ଅବା କାର୍ଯ୍ୟାଳୟରେ କିଛି ସମସ୍ୟା ଦେଖାଦେଇପାରେ। ତେବେ ଚତୁରତାର ସହ ଉକ୍ତ ସମସ୍ୟାଗୁଡ଼ିକର ସମାଧାନ କରିବାକୁ ଉଦ୍ୟମ କରିବେ। ଧ୍ୟାନ ଦିଅନ୍ତୁ କାହା ସହିତ ଯୁକ୍ତି କରନ୍ତୁ ନାହିଁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ନହେଲେ ସ୍ଥିତି ଆପଣଙ୍କ ହାତକୁ ଖସିଯିବ। ଯଦି ବ୍ୟବସାୟକୁ ବଢ଼ାଇବା ପାଇଁ ଚାହୁଁଛନ୍ତି, ତା’ହେଲେ ଆଜି ଦିନଟି ବେଶ୍ ଭଲ ଅଛି।

ମକର: ପ୍ରେମ ସଂପର୍କ ଭଲ ରହିବ। ଘରେ ଶାନ୍ତି ବଜାୟ ରହିବ। କାମର ଚାପ ବଢ଼ିବ। ତେଣୁ ବୁଝିବିଚାରି କାମ କରିବା ଉପରେ ଧ୍ୟାନ ଦେଲେ ଭଲ। ଭାବିଚିନ୍ତି କାହାକୁ ଅର୍ଥ ଦିଅନ୍ତୁ।

କୁମ୍ଭ: ପରିବାରର କୌଣସି ସଦସ୍ୟ ଆଜି ଆପଣଙ୍କୁ ଖୁସିଖବର ଦେଇପାରନ୍ତି। ଆଖପାଖର ପରିବେଶ ସକାରାତ୍ମକ ରହିବ। ଯଦି କୌଣସି କ୍ଷେତ୍ରରେ ଅର୍ଥ ନିବେଶ କରିବା ପାଇଁ ଚାହୁଁଛନ୍ତି, ତା’ହେଲେ ଦିନଟି ଭଲ ଅଛି।

ମୀନ: ଅଟକି ଯାଇଥିବା କାମ ପୂରା ହେବ। ସକାରାତ୍ମକ ରହିବେ। ଜୀବନର କିଛି କ୍ଷେତ୍ରରେ ଉତ୍ତର ପରିବର୍ତ୍ତନର ଯୋଗ ରହିଛି। ଏହାକୁ ସ୍ୱାଗତ କରନ୍ତୁ। କେହି ଆପଣଙ୍କୁ ଋଣ ଅର୍ଥ ଫେରସ୍ତ କରିପାରନ୍ତି।

Related story