୩ ସେପ୍ଟେମ୍ୱର, ରବିବାର: କେମିତି କଟିବ ଆଜିର ଦିନ

ମେଷ: ଖୁସି ରହିବେ। ବନ୍ଧୁମାନଙ୍କ ସହିତ ସମୟ ଅତିବାହିତ କରିବେ। ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ। ମାନ-ସମ୍ମାନ ମିଳିବ। ନିଆଁ, ପାଣି ଓ ଯାନବାହନ ଦୁର୍ଘଟଣାରୁ ଦୂରେଇ ରୁହନ୍ତୁ। ହାଲିଆ ଅନୁଭବ କରି ପାରନ୍ତି। ବୃଷ: ବ୍ୟବସାୟ ପାଇଁ ଦିନଟି ଅତ୍ୟନ୍ତ ଶୁଭ। କିଛି ନୂଆ ଯୋଜନା କରିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। ବିଦେଶରେ ରହୁଥିବା ବନ୍ଧୁଙ୍କଠାରୁ କିଛି ଖବର ପାଇ ଭାବବିହ୍ୱଳ ହୋଇ ଯିବେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ତୀର୍ଥଯାତ୍ରାରେ ଯିବା ପାଇଁ ଯୋଜନା […]

zodaic1

Rakesh Mallick
  • Published: Sunday, 03 September 2017
  • , Updated: 13 September 2017, 11:38 AM IST

ମେଷ: ଖୁସି ରହିବେ। ବନ୍ଧୁମାନଙ୍କ ସହିତ ସମୟ ଅତିବାହିତ କରିବେ। ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ। ମାନ-ସମ୍ମାନ ମିଳିବ। ନିଆଁ, ପାଣି ଓ ଯାନବାହନ ଦୁର୍ଘଟଣାରୁ ଦୂରେଇ ରୁହନ୍ତୁ। ହାଲିଆ ଅନୁଭବ କରି ପାରନ୍ତି।

ବୃଷ: ବ୍ୟବସାୟ ପାଇଁ ଦିନଟି ଅତ୍ୟନ୍ତ ଶୁଭ। କିଛି ନୂଆ ଯୋଜନା କରିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। ବିଦେଶରେ ରହୁଥିବା ବନ୍ଧୁଙ୍କଠାରୁ କିଛି ଖବର ପାଇ ଭାବବିହ୍ୱଳ ହୋଇ ଯିବେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ତୀର୍ଥଯାତ୍ରାରେ ଯିବା ପାଇଁ ଯୋଜନା କରି ପାରନ୍ତି। ଅତ୍ୟଧିକ କାମ କରି ହାଲିଆ ହୋଇପାରନ୍ତି।

ମିଥୁନ: କୌଣସି ପ୍ରକାର ଅନିଷ୍ଠରୁ ବର୍ତ୍ତିବା ପାଇଁ କ୍ରୋଧ ଉପରେ ନିୟନ୍ତ୍ରଣରେ ରଖନ୍ତୁ। ଅପରେସନ୍ ପାଇଁ ଦିନଟି ଶୁଭ ରହିଛି। ଖର୍ଚ୍ଚ ବଢ଼ିବା ଯୋଗୁଁ ଚିନ୍ତିତ ହୋଇପାରନ୍ତି। ପ୍ରିୟଜନ କିମ୍ୱା ବନ୍ଧୁମାନଙ୍କ ସହିତ ଭୁଲ ବୁଝାମଣା ହୋଇପାରେ। ଫଳରେ ମନ ଅଶାନ୍ତ ରହିବ। ଅସୁସ୍ଥ ଅନୁଭବ କରିବେ। ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ, ମନକୁ ଶାନ୍ତି ମିଳିବ।

କର୍କଟ: ଆମୋଦ-ପ୍ରମୋଦରେ ଦିନଟି କଟିବ। ପରିବାର ଓ ବନ୍ଧୁଙ୍କ ସହିତ କୌଣସି ସ୍ଥାନକୁ ବୁଲାବୁଲି କରିବାକୁ ଯାଇପାରନ୍ତି। ସ୍ୱାଦିଷ୍ଟ ଭୋଜନ ଖାଇବେ ଓ ନୂଆ ପୋଷାକ କିଣାକିଣି କରିବେ। ଯାନବାହନ ସୁଖ ମିଳିବ। ବ୍ୟବସାୟରେ ଲାଭ ମିଳିବ। ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ହେବେ।

ସିଂହ: ପରିବାରରେ ହସଖୁସିର ବାତାବରଣ ରହିବ। ପରିବାର ସଦସ୍ୟଙ୍କ ସହ ସମୟ କାଟିବେ। ଶରୀର ସୁସ୍ଥ ରହିବ। ଦୀର୍ଘ ଦିନ ଧରି ରୋଗରେ ପଡ଼ିଥିବା ବ୍ୟକ୍ତି ସୁସ୍ଥ ଅନୁଭବ କରିବେ।

କନ୍ୟା: ପିଲାମାନଙ୍କୁ ନେଇ ଚିନ୍ତାରେ ପଡ଼ିପାରନ୍ତି। ପେଟରେ ଯନ୍ତ୍ରଣା ହୋଇପାରେ। ପ୍ରେମ ସମ୍ପର୍କରେ ସଫଳତା ମିଳିବ। ପ୍ରିୟବ୍ୟକ୍ତିଙ୍କ ସହ ସାକ୍ଷାତ ହେବ।

ତୁଳା: ଅସୁସ୍ଥ ଅନଭୁବ କରିବେ। ଛାତିରେ ଯନ୍ତ୍ରଣା ହୋଇପାରେ। ମାଆ ଓ ପତ୍ନୀଙ୍କ ପାଇଁ ଚିନ୍ତିତ ରହିବେ। ଯାତ୍ରା ପାଇଁ ଦିନଟି ଅନୁକୂଳ ନାହିଁ। ଜମିବାଡ଼ି ମାମଲାରେ ସାବଧାନ ରୁହନ୍ତୁ। ପାଠପଢ଼ାରେ ଛାତ୍ରଛାତ୍ରୀଙ୍କ ମନ ଲାଗିବ ନାହିଁ।

ବିଛା: ଦିନଟି ଭଲରେ କଟିବ। ନୂଆ କାମ ଆରମ୍ଭ କରିବେ। ଘରେ ଭାଇ-ଭଉଣୀଙ୍କ ସହ ମନୋମାଳିନ୍ୟ ଦେଖା ଦେଇପାରେ।  କୌଣସି ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ଭାଗ୍ୟରେ ଲାଭଦାୟକ ପରିବର୍ତ୍ତନ ହୋଇପାରେ। ଶତ୍ରୁ ନିଜର କୁଚକ୍ରାନ୍ତରେ ଅସଫଳ ହେବେ। ଆପଣଙ୍କ ଲୋକପ୍ରିୟତା ବୃଦ୍ଧି ପାଇବ।

ଧନୁ: ଦିନଟି ଏତେଟା ଭଲରେ କଟିବ ନାହିଁ। ପରିବାର ଲୋକଙ୍କ ସହିତ ଭୁଲ ବୁଝାମଣା ହୋଇପାରେ। ମନ ଅଶାନ୍ତ ରହିବ। ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଖର୍ଚ୍ଚ ବଢ଼ିବ। କାର୍ଯ୍ୟଭାର ଅଧିକ ରହିବା ଯୋଗୁଁ କ୍ଳାନ୍ତ ଅନୁଭବ କରିବେ।

ମକର: ନିର୍ଦ୍ଧାରିତ କାର୍ଯ୍ୟ ସଫଳତାର ସହ ଶେଷ ହେବ। ଅଫିସ୍ ଅବା ବ୍ୟବସାୟ କାମରେ ବ୍ୟସ୍ତ ରହିବେ। ପରିବାରରେ ହସଖୁସିର ବାତାବରଣ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ବନ୍ଧୁଙ୍କ ସହ ସାକ୍ଷାତ କରି ଭାରି ଖୁସି ହେବେ। ବୈବାହିକ ଜୀବନରେ ଆନନ୍ଦ ଅନୁଭବ କରିବେ।

କୁମ୍ଭ: ଅର୍ଥ ନେଣ-ଦେଣ କରନ୍ତୁ ନାହିଁ। ଖର୍ଚ୍ଚ ବଢ଼ିବ। ବନ୍ଧୁଙ୍କ ସହ ମନୋମାଳିନ୍ୟ ହୋଇପାରେ। ଅନ୍ୟକୁ ସାହାଯ୍ୟ କରି ନିଜେ ଚିନ୍ତାରେ ପଡ଼ିପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ମାନହାନି ହେବାର ସମ୍ଭାବନା ରହିଛି।

ମୀନ:  ସାମାଜିକ କାର୍ଯ୍ୟରେ ଭାଗ ନେବାକୁ ସୁଯୋଗ ମିଳିବ। ବନ୍ଧୁଙ୍କ ସହ ସାକ୍ଷାତ କରି ଖୁସି ଅନୁଭବ କରିବେ। ଏକ ସୁନ୍ଦର ପର୍ଯ୍ୟଟନ ସ୍ଥାନକୁ ଯିବାକୁ ଯୋଜନା କରିପାରନ୍ତି। ଶୁଭ ସମାଚାର ମିଳିବ। ହଠାତ୍ ଧନ ପ୍ରାପ୍ତିର ସମ୍ଭାବନା ରହିଛି। କିଣାକିଣି ପାଇଁ ଦିନଟି ଭଲ ଅଛି।

Related story