ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖରା ଦିନେ ଅତ୍ୟଧିକ ଝାଳ ଓ ତାତିରେ ତ୍ୱଚା ଖରାପ ହୋଇଯାଇଥାଏ। ଖରାର ପ୍ରକୋପରେ ତ୍ୱଚାର ଉପର ସେଲ୍ସ ନଷ୍ଟ ହୋଇଯାଇଥାଏ। ଏବଂ ଆପଣଙ୍କ ରଙ୍ଗ ମଳିନ ପଡ଼ିଯାଇଥାଏ । ଏହାକୁ ହିଁ କୁହନ୍ତି ଡେଡ ସ୍କିନ୍ ସେଲ୍ସ। ଡେଡ ସ୍କିନ୍ ସେଲ୍ସ ବାହାର କରିବାକୁ ସାଧାରଣତଃ ସମସ୍ତେ ସ୍କ୍ରବ୍ ବ୍ୟବହାର କରିଥାନ୍ତି। କିନ୍ତୁ ପୁରା ଶରୀରରୁ କିପରି ଏହାକୁ ଦୂର କରିବେ ଜାଣିଛନ୍ତି କି ? ଯଦି ଆପଣ ଗ୍ଲୋଇଂ ଚେହେରା ଚାହୁଁଛନ୍ତି, ତା ହେଲେ ଗାଧୋଇବା ପାଣିରେ ଏପରି କିଛି ଜିନିଷ ମିଶାନ୍ତୁ ଯାହାଦ୍ୱାରା ଆପଣ ଚମକଦାର ତ୍ୱଚା ପାଇପାରିବେ, ସେଥିରେ ସନ୍ଦେହ ନାହିଁ।
ଆପଲ ସାଇଡ଼ର ଭିନେଗାର
ଗାଧୋଇବା ପାଣିରେ ଅଧା କପ ଆପଲ ସାଇଡ଼ର ଭିନେଗାର ପକାଇ ଗାଧାନ୍ତୁ। ଏହା ତ୍ୱଚା ଓ ଶରୀରରୁ ଡେଡ ସ୍କିନ୍ ସେଲ୍ସକୁ ହଟାଇ ତ୍ୱଚାକୁ ପୁରା ଗଭୀରରୁ ସଫା କରିଥାଏ। ଏହି ସମୟରେ ହାଲକା ଭାବେ ଶରୀର ରଗଡ଼ିବା ଦ୍ୱାରା ଡେଡ ସ୍କିନ୍ ସେଲ୍ସ ବାହାରି ଯାଇଥାଏ। ଗରମ ହୋଗୁ ଶରୀରରୁ ବାହାରୁଥିବା ଦୁର୍ଗନ୍ଧ ମଧ୍ୟ ଦୂର ହୋଇଥାଏ।
ଲେମ୍ୱୁ ରସ
ଗାଧୋଇବା ପାଣିରେ ୩ ଚାମଚ ଲେମ୍ୱୁ ରସ ପକାଇ ଦିଅନ୍ତୁ। ଲେମ୍ୱୁରେ ପ୍ରାକୃତିକ ରୂପରେ ବ୍ଲିଚିଂ ଗୁଣ ଭରି ରହିଥାଏ। ଏଥିଲାଗି ଏହା ତ୍ୱଚାରେ ମହଜୁଦ ଥିବା ଡେଡ ସେଲ୍ସ ବାହାର କରିଦେଇଥାଏ। ଏହାଦ୍ୱାରା ଆପଣଙ୍କୁ ଫ୍ରେଶ ଲାଗିଥାଏ।
ସନ୍ଧବ ଲବଣ
ଏହାକୁ ଆମେ ଖାଇବା ଲାଗି ବ୍ୟବହାର କରିଥାଉ। ହେଲେ ଥରେ ଏହାକୁ ଗାଧୋଇବା ପାଣିରେ ପକାଇ ଦେଖନ୍ତୁ। ଏହାଦ୍ୱାରା ଶରୀରର ପୀଡା କମିବା ସହ ତ୍ୱଚାର ଡେଡ ସ୍କିନ ବାହାରି ଯାଇଥାଏ। ଏକ ବାଲଟି ପାଣିରେ ଅଧା କପ ସନ୍ଧବ ଲବଣ ମିଶାଇ ଗାଧାନ୍ତୁ ଆଉ ଫରକ ଅନୁଭବ କରନ୍ତୁ।
ତ୍ୱଚାରେ ଲଗାନ୍ତୁ ବେସନ
ତ୍ୱଚାରୁ ଡେଡ ସ୍କିନ୍ ବାହାର କରିବା ଲାଗି ଆଉ ଏକ ସହଜ ଉପାୟ ହେଲା ସାବୁନର ବ୍ୟବହାର କରନ୍ତୁ ନାହିଁ। ଏହି ସମୟରେ ମୁହଁରେ ବେସନର ଲେପ ଦିଅନ୍ତୁ। କିଛି ସମୟ ପରେ ଏହା ଶୁଖିବା ପରେ ଏହାକୁ ମୁହଁରେ ରଗଡ଼ି ଦିଅନ୍ତୁ। ଏହାପରେ ମୁହଁ ଧୋଇ ଦିଅନ୍ତୁ। ଏହା ଡେଡ ସେଲ୍ସ ବାହାର କରିବା ସହ ମୁହଁରେ ଚମକ ବଜାୟ ରଖିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।