୭ ଅଗଷ୍ଟ, ସୋମବାର: ଆଜିର ଦିନ କେମିତି କଟିବ

ମେଷ: କ୍ୟାରିୟରରେ ଉନ୍ନତି ହୋଇପାରେ। ଧନଲାଭ ହେବ। ଦିନଯାକ ବ୍ୟସ୍ତ ରହିବେ। ବୃଷ: ସ୍ୱାସ୍ଥ୍ୟ ଭଲ ରହିବ। ଅଟକି ଯାଇଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଆର୍ଥିକ ଲାଭ ପାଇବେ। ମିଥୁନ: ଆଜି ଆପଣ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହିବେ। ଅଫିସରେ ଉଚ୍ଚ ଅଧିକାରୀମାନେ ଆପଣଙ୍କୁ ତାରିଫ କରିବେ। ଯଦି ଆପଣ ବ୍ୟବସାୟ କ୍ଷେତ୍ରରେ ଅଛନ୍ତି, ତା’ହେଲେ ଭଲ ଲାଭ ମିଳିବ। ବ୍ୟବସାୟରେ ଉନ୍ନତି ହେବ। କର୍କଟ- ଯେଉଁମାନଙ୍କ ଘରେ କିଛି ଦିନ ହେଲା ସମସ୍ୟା ଦେଖାଯାଉଛି ତାର […]

zodaic

Rakesh Mallick
  • Published: Monday, 07 August 2017
  • , Updated: 13 September 2017, 11:42 AM IST

ମେଷ: କ୍ୟାରିୟରରେ ଉନ୍ନତି ହୋଇପାରେ। ଧନଲାଭ ହେବ। ଦିନଯାକ ବ୍ୟସ୍ତ ରହିବେ।

ବୃଷ: ସ୍ୱାସ୍ଥ୍ୟ ଭଲ ରହିବ। ଅଟକି ଯାଇଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଆର୍ଥିକ ଲାଭ ପାଇବେ।

ମିଥୁନ: ଆଜି ଆପଣ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହିବେ। ଅଫିସରେ ଉଚ୍ଚ ଅଧିକାରୀମାନେ ଆପଣଙ୍କୁ ତାରିଫ କରିବେ। ଯଦି ଆପଣ ବ୍ୟବସାୟ କ୍ଷେତ୍ରରେ ଅଛନ୍ତି, ତା’ହେଲେ ଭଲ ଲାଭ ମିଳିବ। ବ୍ୟବସାୟରେ ଉନ୍ନତି ହେବ।

କର୍କଟ- ଯେଉଁମାନଙ୍କ ଘରେ କିଛି ଦିନ ହେଲା ସମସ୍ୟା ଦେଖାଯାଉଛି ତାର ଆଜି ଅନ୍ତ ଘଟିବ। ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। କ୍ୟାରିୟରକୁ ଆଗେଇ ନେବାକୁ ଆଜି ଟିକେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଆଜି ଆପଣ ନିଜ ପାଇଁ କିଛି କିଣିପାରନ୍ତି।

ସିଂହ- ବନ୍ଧୁମାନଙ୍କ ସହିତ ବୁଲିବାକୁ ଯାଇପାରନ୍ତି। ଆଖପାଖର ଲୋକେ ଆପଣଙ୍କ ଉପରେ ସନ୍ତୋଷ ପ୍ରକଟ କରିବେ। ଯେଉଁମାନେ ନୂଆ କ୍ୟାରିୟର ଆରମ୍ଭ କରିବାକୁ ଚାହୁଁଛନ୍ତି ସେମାନେ ଭଲ ଜ୍ୟୋତିଷଙ୍କ ସହ ପରାମର୍ଶ କରିପାରନ୍ତି।

କନ୍ୟା- ଆଜି କିଛି କିଣାକିଣି କରନ୍ତୁ ନାହିଁ। ଆପଣଙ୍କ ପାଇଁ ସମୟ ଏବେ ଠିକ୍ ନାହିଁ। କୌଣସି ସୂତ୍ରରୁ ଉପହାର ମିଳିପାରେ।

ତୁଳା- ସଂପର୍କରେ ଫାଟ ଦେଖା ଦେଇପାରେ। ତେଣୁ ସତର୍କ ରୁହନ୍ତୁ। ଧନସଂପତ୍ତି ନେଇ ବିବାଦ ଦେଖାଯାଇପାରେ।

ବିଛା- ସମ୍ମାନିତ ହୋଇପାରନ୍ତି। ଆଜି ଆପଣ ଯେକୌଣସି ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ରହିବେ। ସକାରାତ୍ମକ ହେବେ।

ଧନୁ- ପୁରୁଣା କଥା ମନକୁ ଅଶାନ୍ତ ରଖିବ। ପରିବାରରେ ସମସ୍ୟା ଲାଗି ରହିବ। ଅଫିସ୍‌ରେ କାମ ବଢ଼ିବ। କାହାରି ଉପରେ ସଙ୍ଗେ  ସଙ୍ଗେ ବିଶ୍ୱାସ କରନ୍ତୁ ନାହିଁ। ଆର୍ଥିକ ମାମଲାରେ ଅଧିକ ସଜାଗ ରୁହନ୍ତୁ।

ମକର- ପାରିବାରିକ ଜୀବନ ଭଲ ରହିବ। କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଅଟକି ରହିଥିବା ଧନ ମିଳିପାରେ। ଯେତିକି ଶାନ୍ତ ରହିବେ ସେତିକି ଭଲ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

କୁମ୍ଭ- ପେଟରେ ସମସ୍ୟା ଦେଖା ଦେଇପାରେ। ଚିନ୍ତିତ ରହିବେ। ଅଯଥା ରାଗନ୍ତୁ ନାହିଁ। କିଛି ଶୁଭ ଖବର ମିଳିପାରେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।

ମୀନ- ଅଫିସ୍‌ରେ ଅଧିକ କାମ ରହିବ ନାହିଁ। କୌଣସି ମହିଳାଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇପାରନ୍ତି। ଆୟବଢ଼ିବ। ପାରିବାରିକ ଜୀବନ ଭଲ ରହିବ।

Related story