୮ ଅଗଷ୍ଟ, ମଙ୍ଗଳବାର: ଆଜି ଦିନ କେମିତି କଟିବ

ମେଷ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ଶୁଭଙ୍କର। ସମ୍ପତ୍ତି ପ୍ରାପ୍ତିର ଯୋଗ ରହିଛି। ଧନ ଲାଭ ହୋଇପାରେ। ପରିବାର ଲୋକଙ୍କର ସ୍ୱାସ୍ଥ୍ୟ ଭଲ ରହିବ। ବୃଷ: ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଜୀବନସାଥୀଙ୍କ ସହ ସମ୍ପର୍କ ଭଲ ରହିବ। ମିଥୁନ: ଧନପ୍ରାପ୍ତିର ଯୋଗ ରହିଛି। ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ। ଅନ୍ୟମାନଙ୍କ ସହ କଥା ହେଲା ବେଳେ ଦେଖିଚାହିଁ କଥା ହୁଅନ୍ତୁ। କର୍କଟ: ଆଜିର ଦିନଟି ଭଲରେ କଟିବ। ଚାକିରି କ୍ଷେତ୍ରରେ ଅଶାନ୍ତି […]

Rasi

Rakesh Mallick
  • Published: Tuesday, 08 August 2017
  • , Updated: 13 September 2017, 11:41 AM IST

ମେଷ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ଶୁଭଙ୍କର। ସମ୍ପତ୍ତି ପ୍ରାପ୍ତିର ଯୋଗ ରହିଛି। ଧନ ଲାଭ ହୋଇପାରେ। ପରିବାର ଲୋକଙ୍କର ସ୍ୱାସ୍ଥ୍ୟ ଭଲ ରହିବ।

ବୃଷ: ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଜୀବନସାଥୀଙ୍କ ସହ ସମ୍ପର୍କ ଭଲ ରହିବ।

ମିଥୁନ: ଧନପ୍ରାପ୍ତିର ଯୋଗ ରହିଛି। ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ। ଅନ୍ୟମାନଙ୍କ ସହ କଥା ହେଲା ବେଳେ ଦେଖିଚାହିଁ କଥା ହୁଅନ୍ତୁ।

କର୍କଟ: ଆଜିର ଦିନଟି ଭଲରେ କଟିବ। ଚାକିରି କ୍ଷେତ୍ରରେ ଅଶାନ୍ତି ଦେଖାଯିବ। ଟିକେ ଟିକେ କଥାରେ ଅନ୍ୟ ଉପରେ ରାଗି ଆସିବ। ଦେଖିଚାହିଁ କାମ କରନ୍ତୁ।

ସିଂହ: ଅଟକି ରହିଥିବା କାମ ଆଜି ହୋଇପାରେ। ଜୀବନସାଥୀ ସହ ସମ୍ପର୍କ ଭଲ ରହିବ। ଜୀବନସାଥୀଙ୍କ ସହଯୋଗ ମିଳିବ।

କନ୍ୟା: ପରିବାରରେ ଅଶାନ୍ତି ଦେଖାଯିବ। ଅର୍ଥ ରୋଜଗାର କରିବା ପାଇଁ ଆଜି ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ବ୍ୟୟ ବଢ଼ିବାର ସମ୍ଭାବନା ରହିଛି।

ତୁଳା: ଅଚାନକ ଧନ ଖର୍ଚ୍ଚ ହୋଇପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମିଠା ଖାଇ ଯାତ୍ରା କରନ୍ତୁ, ଶୁଭଫଳ ମିଳିବ।

ବିଛା: ପୁରୁଣା ସମସ୍ୟା ନେଇ ଆଶାନ୍ତି ଦେଖା ଦେଇପାରେ। ଜୀବନସାଥୀଙ୍କ ସହଯୋଗ ମିଳିବ। ପାରିବାରିକ ସମସ୍ୟା ଆସିପାରେ।

ଧନୁ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ପାରିବାରିକ ସମସ୍ୟା ଦୂର ହେବ। କ୍ୟାରିୟରରେ ଉତ୍ତମ ଫଳ ମିଳିବ।

ମକର: ମାନସମ୍ମାନ-ଉପହାର ମିଳିବ। କାର୍ଯ୍ୟକ୍ଷେତ୍ରରେ ଶୁଭଫଳ ପାଇବେ। ସମସ୍ୟା ଥିଲେ ଆଜି ସମାଧାନ ହୋଇଯାଇପାରେ।

କୁମ୍ଭ: କୌଣସି ବଡ଼ ସୁଯୋଗ ଆଜି ମିଳିପାରେ। ମାନସମ୍ମାନ ମିଳିବ। ଅଶାନ୍ତି ଦେଖା ଦେଇପାରେ।

ମୀନ: ଜାଗା ପରିବର୍ତ୍ତନର ଯୋଗ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ। ବିବାହ ଠିକ୍‌ ହୋଇପାରେ।

Related story