୮ ସେପ୍ଟେମ୍ୱର, ଶୁକ୍ରବାର: କେମିତି କଟିବ ଆଜିର ଦିନ

ମେଷ: ଦିନ ସାରା ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ। ଅସୁସ୍ଥ ଅନୁଭବ କରିବେ। ଖର୍ଚ୍ଚ ବଢ଼ିବ। କାମକୁ ନେଇ ଚିନ୍ତିତ ହେବେ। ସୋରିଷ ଖାଇ ଘରୁ ବାହାରନ୍ତୁ। ବୃଷ: ବ୍ୟବସାୟରେ ଲାଭ ହେବ। ପରିବାର ଓ ବନ୍ଧୁଙ୍କ ମେଳରେ ଖୁସିରେ ରହିବେ। ଧନ ପ୍ରାପ୍ତିର ଯୋଗ ରହିଛି। ଜୀବନ ସାଥୀଙ୍କ ସହଯୋଗ ମିଳିବ। ମିଥୁନ: ଦିନସାରା ପ୍ରସନ୍ନ ରହିବେ। ବ୍ୟବସାୟ କାର୍ଯ୍ୟରେ ପ୍ରଶଂସିତ ହେବେ। ସାମାଜିକ କ୍ଷେତ୍ରରେ ମାନ-ସମ୍ମାନ ମିଳିବ। ପରିବାର ସଦସ୍ୟଙ୍କ ସହ ଖୁସିରେ […]

Zodiac

Rakesh Mallick
  • Published: Friday, 08 September 2017
  • , Updated: 13 September 2017, 11:37 AM IST

ମେଷ: ଦିନ ସାରା ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ। ଅସୁସ୍ଥ ଅନୁଭବ କରିବେ। ଖର୍ଚ୍ଚ ବଢ଼ିବ। କାମକୁ ନେଇ ଚିନ୍ତିତ ହେବେ। ସୋରିଷ ଖାଇ ଘରୁ ବାହାରନ୍ତୁ।

ବୃଷ: ବ୍ୟବସାୟରେ ଲାଭ ହେବ। ପରିବାର ଓ ବନ୍ଧୁଙ୍କ ମେଳରେ ଖୁସିରେ ରହିବେ। ଧନ ପ୍ରାପ୍ତିର ଯୋଗ ରହିଛି। ଜୀବନ ସାଥୀଙ୍କ ସହଯୋଗ ମିଳିବ।

ମିଥୁନ: ଦିନସାରା ପ୍ରସନ୍ନ ରହିବେ। ବ୍ୟବସାୟ କାର୍ଯ୍ୟରେ ପ୍ରଶଂସିତ ହେବେ। ସାମାଜିକ କ୍ଷେତ୍ରରେ ମାନ-ସମ୍ମାନ ମିଳିବ। ପରିବାର ସଦସ୍ୟଙ୍କ ସହ ଖୁସିରେ ସମୟ ଅତିବାହିତ କରିବେ। ସଫଳତା ପୂର୍ବକ କାର୍ଯ୍ୟ ସଂପନ୍ନ କରିବେ। ସ୍ୱାସ୍ଥ୍ୟ ଭଲ ରହିବ। ମନୋରଞ୍ଜନ କାର୍ଯ୍ୟକ୍ରମରେ ଯୋଗ ଦେବେ।

କର୍କଟ: କ୍ୟାରିୟର୍‌ରେ ପରିବର୍ତ୍ତନର ଯୋଗ ରହିଛି। ଅଟକି ରହିଥିବା କାମ ସଂପୂର୍ଣ୍ଣ ହେବ। କୌଣିସି ଧାର୍ମିକ ସ୍ଥାନକୁ ଯାଇ ପାରନ୍ତି। ବିଦେଶ କିମ୍ୱା ଦୂର ସ୍ଥାନରୁ ଶୁଭ ଖବର ଶୁଣିବାକୁ ମିଳିବ। ଶରୀର ସୁସ୍ଥ ରହିବ। ହଠାତ୍ ଧନ ପ୍ରାପ୍ତିର ଯୋଗ ରହିଛି। ବନ୍ଧୁଙ୍କ ସହ ଦିନଟି ଆନନ୍ଦରେ କଟାଇବେ।

ସିଂହ: ବାଦ-ବିବାଦରୁ ଦୂରେଇ ରୁହନ୍ତୁ। କୌଣସି ଗୁରୁତ୍ୱପୂର୍ଣ୍ଣ କାମ କରନ୍ତୁ ନାହିଁ।  ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଘରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଓ ପାନୀୟ ଖାଆନ୍ତୁ। ଧ୍ୟାନ ଓ ଯୋଗ କରନ୍ତୁ ।

କନ୍ୟା: ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ଚାକିରିରେ ପରିବର୍ତ୍ତନର ଯୋଗ ରହିଛି। ପାରିବାରିକ ସମସ୍ୟାର ସମାଧାନ ହେବ। ଯଶ ଓ କୀର୍ତ୍ତି ଲାଭ ହେବ। ପୋଷାକପତ୍ର କିଣି ପାରନ୍ତି। ବନ୍ଧୁଙ୍କ ସହ ଖୁସିରେ ସମୟ କାଟିବେ।

ତୁଳା: ପରିବାରରେ ବ୍ୟସ୍ତତା ଭିତରେ ରହିବେ। ପିଲାମାନଙ୍କୁ ନେଇ ଚିନ୍ତିତ ରହିବେ। ବୃତ୍ତିରେ ସାବଧାନତା ଅବଲମ୍ୱନ କରନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟରେ ଲାଭବାନ୍ ହେବେ। ସହକର୍ମୀଙ୍କ ସହଯୋଗ ମିଳିବ। ଖର୍ଚ୍ଚ ବଢ଼ିବ। କାର୍ଯ୍ୟରେ ସଫଳତା ମିଳିବ।

ବିଛା:ବ୍ୟବସାୟରେ ସଫଳତା ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ଯୋଜନାକୁ ଗୋପନ ରଖନ୍ତୁ। ବାଦ-ବିବାଦରେ ଫସି ପାରନ୍ତି। ପିଲାମାନଙ୍କୁ ନେଇ ଚିନ୍ତିତ ହେବେ। ଛାତ୍ରଛାତ୍ରୀମାନେ ସଫଳତା ପାଇବେ। ଯାତ୍ରା କରନ୍ତୁ ନାହିଁ। ପରିଶ୍ରମ ଅନୁସାରେ ସଫଳତା ମିଳବ।

ଧନୁ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସମୟରେ ସାବଧାନତା ଅବଲମ୍ୱନ କରନ୍ତୁ। ମନ ଅଶାନ୍ତି ରହିବ। ପରିବାର ସଦସ୍ୟଙ୍କ ସହ ମନୋମାଳିନ୍ୟ ହୋଇପାରେ। ଧନହାନିର ଯୋଗ ରହିଛି। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ମକର: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସମ୍ପର୍କ ସୁଦୃଢ଼ ହେବ। ଧନ ଦାନ କରନ୍ତୁ। ବନ୍ଧୁଙ୍କ ସହ ଖୁସିରେ ରହିବେ। କୌଣସି ପର୍ଯ୍ୟଟନ ସ୍ଥଳକୁ ଯାଇ ପାରନ୍ତି। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିଛି। ଆର୍ଥିକ ସ୍ଥିତି ଭଲ ରହିବ। ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ।

କୁମ୍ଭ: ରୋଜଗାର ଭଲ ହେବ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। କାର୍ଯ୍ୟରେ ସଫଳତା ମଳିବାରେ ବିଳମ୍ୱ ହେବ।

ମୀନ: ଧନ ପ୍ରାପ୍ତି ଯୋଗ ରହିଛି। ବୃତ୍ତିରେ ସଫଳତା ମଳିବ। ଅଟକି ରହିଥିବା କାମ ସଂପୂର୍ଣ୍ଣ ହେବ। ଉଭୟ ଶାରୀରିକ ଓ ମାନସିକ ଅବସ୍ଥା ଭଲ ରହିବ। ନୂଆ କାମ କରିବାକୁ ପ୍ରେରଣା ମିଳିବ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ବନ୍ଧୁଙ୍କ ସହ ଯାତ୍ରା କରିପାରନ୍ତି।

Related story