ବିପଦଜ୍ଜନକ ହୋଇପାରେ ଅତ୍ୟଧିକ ସାନିଟାଇଜର୍ ବ୍ୟବହାର

ଦେଶରେ ବର୍ତ୍ତମାନ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଛି। ଏହାକୁ ରୋକିବା ପାଇଁ ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ବାରମ୍ବାର ଅନୁରୋଧ କରୁଛନ୍ତି ସରକାର। ହାତ ସଫା କରିବାକୁ ଲୋକେ ବହୁଳ ମାତ୍ରାରେ ସାନିଟାଇଜର ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। କାରଣ ଏହାକୁ ବ୍ୟବହାର କରିବା ସବୁଠୁ ସହଜ। କିନ୍ତୁ ସାନିଟାଇଜରର ଅତ୍ୟଧିକ ବ୍ୟବହାର ବିପଦଜ୍ଜନକ ବି ହୋଇପାରେ। ତା’ହେଲେ ଆସନ୍ତୁ ଜାଣିବା ସାନିଟାଇଜରର ଅତ୍ୟଧିକ ବ୍ୟବହାର […]

hand

hand

Chinmayee Roy
  • Published: Friday, 29 May 2020
  • Updated: 29 May 2020, 04:05 PM IST

ଦେଶରେ ବର୍ତ୍ତମାନ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଛି। ଏହାକୁ ରୋକିବା ପାଇଁ ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ବାରମ୍ବାର ଅନୁରୋଧ କରୁଛନ୍ତି ସରକାର। ହାତ ସଫା କରିବାକୁ ଲୋକେ ବହୁଳ ମାତ୍ରାରେ ସାନିଟାଇଜର ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। କାରଣ ଏହାକୁ ବ୍ୟବହାର କରିବା ସବୁଠୁ ସହଜ। କିନ୍ତୁ ସାନିଟାଇଜରର ଅତ୍ୟଧିକ ବ୍ୟବହାର ବିପଦଜ୍ଜନକ ବି ହୋଇପାରେ। ତା’ହେଲେ ଆସନ୍ତୁ ଜାଣିବା ସାନିଟାଇଜରର ଅତ୍ୟଧିକ ବ୍ୟବହାର ହେତୁ କ’ଣ କ୍ଷତି ହୋଇପାରେ ଏବଂ ଏହାର ସଠିକ୍ ବ୍ୟବହାର କେମିତି କରାଯାଇପାରିବ।

୧) ଶରୀରରେ ଉଭୟ ଭଲ ଏବଂ ଖରାପ ବ୍ୟାକ୍ଟେରିଆ ଅଛନ୍ତି।  ଶରୀରରେ ଭଲ ବ୍ୟାକ୍ଟେରିଆ ରହିବା ଅତ୍ୟନ୍ତ ଜରୁରୀ। କାରଣ ସେମାନେ ଶରୀରକୁ ସୁସ୍ଥ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। କିନ୍ତୁ ସାନିଟାଇଜରର ଅତ୍ୟଧିକ ବ୍ୟବହାର ଖରାପ ବ୍ୟାକ୍ଟେରିଆ ସହିତ ଏହି ଭଲ ବ୍ୟାକ୍ଟେରିଆକୁ ମଧ୍ୟ ନଷ୍ଟ କରିଦିଏ। ତେଣୁ ଆବଶ୍ୟକ ହେଲେ ହିଁ ସାନିଟାଇଜର ବ୍ୟବହାର କରିବା ଉଚିତ୍। ଯେତେ ସମ୍ଭବ ସାନିଟାଇଜର ବଦଳରେ ହାତକୁ ସାବୁନ କିମ୍ବା ହ୍ୟାଣ୍ଡୱାସରେ ଧୋଇବାକୁ ଚେଷ୍ଟା କରନ୍ତୁ।

୨) ସାନିଟାଇଜର ମଇଳା ହାତକୁ ସଠିକ୍ ଭାବରେ ସଫା କରିବାରେ ସକ୍ଷମ ନୁହେଁ। ଯଦି ଆପଣଙ୍କ ହାତରେ ମାଟି ବା ଧୂଳି ଲାଗିଛି ଓ ସେହି ସମୟରେ ଆପଣ ସାନିଟାଇଜର ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ହାତ ସଫା ହେବ ନାହିଁ | ଏକ ରିପୋର୍ଟ ଅନୁଯାୟୀ, ସାନିଟାଇଜର ମାଟି ହାତର ଜୀବାଣୁକୁ ମାରିବାରେ ସକ୍ଷମ ନୁହେଁ। ତେଣୁ ପାଣି ଏବଂ ସାବୁନରେ ହାତ ଧୋଇବା ଭଲ। ବାହାରୁ ଆସିବା ପରେ ଘରେ ପହଞ୍ଚି ପ୍ରଥମେ ସାବୁନରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତକୁ ଭଲ ଭାବେ ସଫା କରି ଧୁଅନ୍ତୁ।

୩) ଯଦି ଆପଣଙ୍କ ପାଖରେ ବସିଥିବା ବ୍ୟକ୍ତି ବାରମ୍ବାର ଛିଙ୍କୁଛନ୍ତି, ତେବେ ଆପଣଙ୍କୁ ପ୍ରତ୍ୟେକ ଥର ସାନିଟାଇଜର ବ୍ୟବହାର କରିବାର ଆବଶ୍ୟକତା ନାହିଁ | ଏପରି ପରିସ୍ଥିତିରେ, ନିଃଶ୍ୱାସ ନେବାବେଳେ ସଂକ୍ରମଣ ହେବାର ଆଶଙ୍କା ରହିଥାଏ। ତେଣୁ ଯେତେ ସମ୍ଭବ ସେହି ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ ଓ ମାସ୍କ ପିନ୍ଧିବା ଅଭ୍ୟାସ କରନ୍ତୁ। ସେହିପରି ନିଜେ ଛିଙ୍କିଲାବେଳେ ହାତ ଦେଇ ଛିଙ୍କନ୍ତୁ ଓ ପରେ ହାତକୁ ସାବୁନରେ ଧୁଅନ୍ତୁ।

୪) ବାରମ୍ବାର ସାନିଟାଇଜର୍ ବ୍ୟବହାର କରିବା ବହୁତ ଲୋକଙ୍କର ଅଭ୍ୟାସରେ ପରିଣତ ହୋଇଗଲାଣି। ଏକ ଅନୁସନ୍ଧାନ ଅନୁଯାୟୀ, ସାନିଟାଇଜରର ବାରମ୍ବାର ବ୍ୟବହାର ଦ୍ୱାରା ପ୍ରତିରୋଧକ ଜୀବାଣୁ ସୃଷ୍ଟି ହୋଇପାରେ। ସମୟ ସହ ବ୍ୟାକ୍ଟେରିଆଙ୍କ ପ୍ରତିରୋଧକ ଶକ୍ତି ବଢ଼ିଯାଏ। ତେଣୁ ଆମେ ଯେତେ ଅଧିକ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବା, ସେତେ ଅଧିକ ଜୀବାଣୁ ଆଲକହଲ୍ ସହ ସହନଶୀଳ ହୋଇଯିବେ। ତେଣୁ ଯଦି ଆପଣ ବାରମ୍ବାର ସାନିଟାଇଜର ବ୍ୟବହାର କରିବାରେ ଅଭ୍ୟସ୍ତ, ତେବେ ତୁରନ୍ତ ଏହାକୁ ଛାଡ଼ିଦିଅନ୍ତୁ।

୫) ସାନିଟାଇଜରର ଅତ୍ୟଧିକ ବ୍ୟବହାର ହେତୁ ହାତର ଚର୍ମ ଶୁଷ୍କ ହେବାକୁ ଲାଗେ। ଏହାକୁ ସଠିକ୍ ଭାବରେ ଏବଂ ଆବଶ୍ୟକ ସମୟରେ ବ୍ୟବହାର କରିବା ଭଲ। ଏକ ରିପୋର୍ଟରେ କୁହାଯାଇଛି ଯେ ସାନିଟାଇଜର ପ୍ରୟୋଗ କରିବା ପରେ ହାତକୁ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଘଷିବା ଉଚିତ୍। ସାନିଟାଇଜର ଲଗାଇବା ପରେ ଶୁଖିବା ପର୍ଯ୍ୟନ୍ତ ହାତ ଘଷନ୍ତୁ। କିନ୍ତୁ ଏହାକୁ ଅଧିକ ବ୍ୟବହାର ନକରିବା ଭଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story