ଆଖି କହିବ ଆପଣଙ୍କ ବ୍ୟକ୍ତିତ୍ୱ କେମିତି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଖିକୁ ଆମ ମନର ଝରକା ବୋଲି କୁହାଯାଇଥାଏ। ଆପଣ କ’ଣ ଚିନ୍ତା କରୁଛନ୍ତି ଏବଂ କ’ଣ ଅନୁଭବ କରୁଛନ୍ତି, ତାହା ଆଖି ଦେଖିଲେ ହିଁ ଜଣାପଡ଼ିଥାଏ। ଏକ ନୂଆ ଗବେଷଣାରୁ ଜଣା ପଡ଼ିଛି ଯେ ଆପଣଙ୍କ ଆଖିରୁ ଆପଣଙ୍କ ବ୍ୟକ୍ତିତ୍ୱ କିଭଳି,ତାହା ସାଙ୍କେତିକ ଭାବରେ ଜଣାଇଥାଏ। ଦକ୍ଷିଣ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ବ୍ୟକ୍ତିତ୍ୱ ଏବଂ ଆଖିର ଚଳନ ମଧ୍ୟରେ ସମ୍ୱନ୍ଧ ଥିବା ଜଣାଇବା ପାଇଁ ଗୋଟିଏ ଅତ୍ୟାଧୁନିକ ‘ମେସିନ୍‌- ଲର୍ଣ୍ଣିଙ୍ଗ୍‌ ଏଲ୍‌ଗୋରିଦମ୍‌ ସଫ୍ଟୱେୟାର୍‌’ର […]

medfr19393

Rakesh Mallick
  • Published: Monday, 30 July 2018
  • , Updated: 30 July 2018, 02:39 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଖିକୁ ଆମ ମନର ଝରକା ବୋଲି କୁହାଯାଇଥାଏ। ଆପଣ କ’ଣ ଚିନ୍ତା କରୁଛନ୍ତି ଏବଂ କ’ଣ ଅନୁଭବ କରୁଛନ୍ତି, ତାହା ଆଖି ଦେଖିଲେ ହିଁ ଜଣାପଡ଼ିଥାଏ। ଏକ ନୂଆ ଗବେଷଣାରୁ ଜଣା ପଡ଼ିଛି ଯେ ଆପଣଙ୍କ ଆଖିରୁ ଆପଣଙ୍କ ବ୍ୟକ୍ତିତ୍ୱ କିଭଳି,ତାହା ସାଙ୍କେତିକ ଭାବରେ ଜଣାଇଥାଏ।
ଦକ୍ଷିଣ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ବ୍ୟକ୍ତିତ୍ୱ ଏବଂ ଆଖିର ଚଳନ ମଧ୍ୟରେ ସମ୍ୱନ୍ଧ ଥିବା ଜଣାଇବା ପାଇଁ ଗୋଟିଏ ଅତ୍ୟାଧୁନିକ ‘ମେସିନ୍‌- ଲର୍ଣ୍ଣିଙ୍ଗ୍‌ ଏଲ୍‌ଗୋରିଦମ୍‌ ସଫ୍ଟୱେୟାର୍‌’ର ଉପଯୋଗ କରିଛନ୍ତି।

ଗବେଷଣାରୁ ଜଣାପଡ଼ିଛି, ଲୋକଙ୍କ ଆଖିର ଗତିରୁ ଜଣା ପଡ଼ିଥାଏ ଯେ, ସେମାନେ କେତେ ମେଳାପି, ସଚ୍ଚୋଟ ଏବଂ ଉତ୍ସୁକ। ଏଲ୍‌ଗୋରିଦମ୍‌ ସଫ୍ଟୱେୟାର୍ ବ୍ୟକ୍ତିତ୍ୱର ଚାରୋଟି ବଡ଼ ଲକ୍ଷଣକୁ ଚିହ୍ନିବାରେ ସଫଳ ହୋଇଥିଲା। ସେଗୁଡ଼ିକ ହେଲା ସ୍ନାୟବିକ ବିକାର (ନ୍ୟୁରୋଟିଜିମ୍‌), ବିବାଦ, ସହମତି ଏବଂ ସଚ୍ଚୋଟତା।

ଗବେଷକମାନେ ୪୨ଜଣ ବ୍ୟକ୍ତିଙ୍କ ଆଖିର ଗତିବିଧିକୁ ଲକ୍ଷ୍ୟ କରିଥିଲେ। ଏଥିପାଇଁ ସେମାନେ କିଛି ବିଶ୍ୱବିଦ୍ୟାଳୟ ପରିସରରେ ପ୍ରତିଦିନ ସର୍ଭେ କରିଥିଲେ ଏବଂ ପରେ ଗବେଷଣା କରି ଏହାର ମୂଲ୍ୟାୟନ କରିଥିଲେ।

ଦକ୍ଷିଣ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟର ଡାକ୍ତର ଟୋବିୟାସ୍‌ ଲୋଏଟ୍‌ଚର୍‌ଙ୍କ କହିବା ଅନୁସାରେ ଲୋକମାନେ ସର୍ବଦା ବ୍ୟକ୍ତିଗତ ସେବାକୁ ଖୋଜିଥାଆନ୍ତି। ବର୍ତ୍ତମାନର କମ୍ପ୍ୟୁଟର୍‌ ଏବଂ ରୋବୋଟ୍‌ ଏହି ସବୁ ସେବା ଦେବା ପାଇଁ ସାମାଜିକ ଭାବେ ପ୍ରସ୍ତୁତ ହୋଇ ପାରିନାହାନ୍ତି। ଏହି ଆଧୁନିକ ଯନ୍ତ୍ରଗୁଡ଼ିକ ଦକ୍ଷ,କିନ୍ତୁ ଆଖି ପରି ସଙ୍କେତ ଦେବାରେ ଅସମର୍ଥ।

ଡାକ୍ତର ଲୋଏଟ୍‌ଚର୍‌ ଆହୁରି ମଧ୍ୟ କହିଛନ୍ତି, ଏହି ଗବେଷଣାରୁ ଜଣାପଡ଼ିଛି ଯେ, ମଣିଷ ଜୀବନରେ ଆଖିର ଗତିବିଧି ମହତ୍ତ୍ୱପୂର୍ଣ୍ଣ ସଙ୍କେତ ପ୍ରଦାନ କରିଥାଏ।

‘ଫ୍ରଣ୍ଟିୟର୍ସ ଇନ୍‌ ହ୍ୟୁମାନ୍‌ ନ୍ୟୁରୋସାଇନ୍ସ୍‌’(Frontiers in Human Neuroscience) ଜର୍ଣ୍ଣାଲ୍‌ରେ ଏହି ଗବେଷଣାର ରିପୋର୍ଟ ପ୍ରକାଶ ପାଇଛି।

 

 

 

 

Related story