ଫୁଲକୋବି ତରକାରୀ ସମସ୍ତଙ୍କର ପସନ୍ଦ। ଏହାକୁ ରାନ୍ଧିବା ସମୟରେ ଅଧିକାଂଶ ଲୋକେ ପତ୍ରକୁ ଫିଙ୍ଗି ଦେଇଥାନ୍ତି। ହେଲେ ଫୁଲକୋବିର ପତ୍ର ସ୍ୱାସ୍ଥ୍ୟପ୍ରତି ବହୁତ ହିତକର। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଥିରେ ଭିଟାମିନ ପ୍ରଚୁର ପରିମାଣରେ ରହିଛି। ଅସନ୍ତୁ ଜାଣିବା ଫୁଲକୋବି ପତ୍ରରୁ କେଉଁ ପ୍ରକାର ଲାଭ ମିଳିଥାଏ।
ରହିଛି ଭରପୁର କ୍ୟାଲସିୟମ୍
ଅନ୍ୟ ପରିବା ଅପେକ୍ଷା ଏଥିରେ କ୍ୟାଲସିୟମର ପ୍ରଚୁର ରହିଛି। ଏହା ସ୍ୱାସ୍ଥ୍ୟପ୍ରତି ବହୁତ ହିତକର।
ରୋଗ ପ୍ରତିରୋଧକ ଶକ୍ତିକୁ ବଢାଏ
ଫୁଲକୋବି ପତ୍ରରେ କ୍ୟାଲସିୟମ ଥାଏ ଯାହା ହାଡ ମଜଭୁତ କରିଥାଏ। ଏହାକୁ ଖାଇଲେ ହଜମ ଶକ୍ତି ବଢ଼ିଥାଏ। ଏହାସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ।
ଫୁଲକୋବି କିଣିବା ସମୟରେ ଧ୍ୟାନ ଦିଅନ୍ତୁ
- ସତେଜ ପତ୍ର ଥିବା କୋବି ହିଁ କିଣନ୍ତୁ
-ହଳଦିଆ ପତ୍ର ଥିବା କୋବି କେବେ ବି କିଣନ୍ତୁ ନାହିଁ
-ରାନ୍ଧିବା ପୂର୍ବରୁ ଭଲ ଭାବେ ଧୋଇ ଦିଅନ୍ତୁ
ଅନ୍ୟ ପରିବା ସହ ମିଶାଇ କୋବି ପତ୍ରକୁ ରାନ୍ଧି ପାରିବେ । ଏହାସହ ସାଲାଡ ଭାବେ ମଧ୍ୟ ଏହାକୁ ଖାଇ ପାରିବେ ।