ପାଟନା ଏମ୍ସର ଡାକ୍ତର କହିଲେ ବ୍ଲାକ ଫଙ୍ଗସ କେଉଁଠୁ ବ୍ୟାପୁଛି?

ପାଟନା: ବିହାର ରାଜଧାନୀ ପାଟନା ସ୍ଥିତ ଏମ୍ସ ମେଡିକାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ଅନୀଲ କୁମାର କହିଛନ୍ତି ଯେ ବ୍ଲାକ ଫଙ୍ଗସ୍ ଏକ ନୂଆ ରୋଗ ନୁହେଁ। ପୂର୍ବରୁ ଏହି ରୋଗ ଥିଲା। ସେ କହିଛନ୍ତି ଯେ ଏହାକୁ ଭୟ କରିବା ପରିବର୍ତ୍ତେ ସଜାଗ ରହିବା ଏବଂ ସଚେତନ ହେବା ଆବଶ୍ୟକ। ସେ କହିଛନ୍ତି ଯେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ବ୍ୟକ୍ତିମାନେ ମଧ୍ୟ ମାଟିରୁ ବ୍ଲାକ ଫଙ୍ଗସ ଦ୍ୱାରା ସଂକ୍ରମିତ ହୋଇପାରିବେ। ଡାକ୍ତର ଅନୀଲ କୁମାରଙ୍କ […]

patna-aiims-dr-anil

Subhransu Sekhar
  • Published: Saturday, 22 May 2021
  • , Updated: 22 May 2021, 05:14 PM IST

ପାଟନା: ବିହାର ରାଜଧାନୀ ପାଟନା ସ୍ଥିତ ଏମ୍ସ ମେଡିକାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ଅନୀଲ କୁମାର କହିଛନ୍ତି ଯେ ବ୍ଲାକ ଫଙ୍ଗସ୍ ଏକ ନୂଆ ରୋଗ ନୁହେଁ। ପୂର୍ବରୁ ଏହି ରୋଗ ଥିଲା। ସେ କହିଛନ୍ତି ଯେ ଏହାକୁ ଭୟ କରିବା ପରିବର୍ତ୍ତେ ସଜାଗ ରହିବା ଏବଂ ସଚେତନ ହେବା ଆବଶ୍ୟକ। ସେ କହିଛନ୍ତି ଯେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ବ୍ୟକ୍ତିମାନେ ମଧ୍ୟ ମାଟିରୁ ବ୍ଲାକ ଫଙ୍ଗସ ଦ୍ୱାରା ସଂକ୍ରମିତ ହୋଇପାରିବେ। ଡାକ୍ତର ଅନୀଲ କୁମାରଙ୍କ କହିବା କଥା ହେଲା ମାଟି, ଆର୍ଦ୍ର ସ୍ଥାନ, ପଚି ସଢ଼ି ଯାଇଥିବା ଜିନିଷରେ ବ୍ଲାକ ଫଙ୍ଗସ ରହିଛି। ଯଦି ଜଣଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବ ତାହେଲେ ଏହା ସଂକ୍ରମିତ ହୋଇପାରିବ।

"ଏହି ଫଙ୍ଗସ୍ ପୂର୍ବରୁ ଥିଲା କିନ୍ତୁ କରୋନା ବେଳେ ଅଧିକ ବ୍ୟାପିଛି, କାରଣ ଅଧିକ ଷ୍ଟେରଏଡ୍ ଔଷଧର ବ୍ୟବହାର ଅନ୍ୟତମ କାରଣ। ଅକ୍ସିଜେନ ଦେବା ବେଳେ ସତର୍କତା ଅବଲମ୍ବନ କରାନଗେଲ ଏଭଳି ବ୍ଲାକ ଫଙ୍ଗସ ସଂକ୍ରମିତ ହେଉଛି। ଅକ୍ସିଜେନ ସିଲିଣ୍ଡର ପାଇପ, ମାସ୍କ ଏବଂ ଆର୍ଦ୍ର ସ୍ଥାନ ଗୁଡ଼ିକୁ ପ୍ରତି ୨୪

ଘଣ୍ଟାରେ ଥରେ ବଦଳାଯିବା ଉଚିତ।"

ସେ କହିଛନ୍ତି ଯେ ଡାକ୍ତରଙ୍କ ପରାମର୍ଶ ବିନା ଷ୍ଟିରଏଡ ନେବା ଠିକ୍ ନୁହେଁ। କରୋନା ସଂକ୍ରମଣ ମାରାତ୍ମକ ହେବା ବ୍ଲାକ ଫଙ୍ଗସକୁ ଏକ ପ୍ରକାର ଇନ୍ଧନ ଯୋଗାଇଛି। ତେବେ ଏଥିରେ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। ଯେଉଁମାନେ ସୁସ୍ଥ ଅଛନ୍ତି ସେମାନଙ୍କ ଉପରେ ଏହି ବ୍ଲାକ ଫଙ୍ଗସ ଆକ୍ରମଣ କରିପାରିବ ନାହିଁ। ଯେତେ ଶୀଘ୍ର ଏହି ରୋଗକୁ ଚିହ୍ନି ହେବ, ଏହାର ଚିକିତ୍ସା ସେତେ ସଫଳ ହେବ।

ବ୍ଲାକ ଫଙ୍ଗସକୁ ଚେକ୍ ଦେବା ପାଇଁ ହେଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଜାୟ ରହିବା ଆବଶ୍ୟକ। ସେ କହିଛନ୍ତି ଯେ ଡାଇବେଟିସକୁ ନିୟନ୍ତ୍ରଣ କରାଯିବା ଆବଶ୍ୟକ ଏବଂ ଷ୍ଟିରଏଡ କେବେ ଜଣେ ଖାଇବ ତାହା ଡାକ୍ତରଙ୍କ ପରାମର୍ଶ କ୍ରମେ ହେବା ଉଚିତ। ସ୍ୱଚ୍ଛତା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବା ଉଚିତ୍।

ସେ କହିଛନ୍ତି ଯେ ନାକ, ପାଟି ଜରିଆରେ ବ୍ଲାକ ଫଙ୍ଗସ୍ ପ୍ରବେଶ କରିପାରିବ। ତେବେ ନାକ ଜରିଆରେ ଏହା ଆଖିରେ ପହଞ୍ଚିଥାଏ ପରେ ମସ୍ତିଷ୍କକୁ ଯାଏ। ତେବେ ଏହା ଜଣେ ବ୍ୟକ୍ତିଙ୍କ ପାଇଁ ବିପଦଜ୍ଜନକ ହୋଇପାରେ। ଯଦି ଏହି ଫଙ୍ଗସ୍ ପ୍ରଥମ ପର୍ଯ୍ୟାୟରେ ଅର୍ଥାତ୍ ନାକରେ ଥିବା ବେଳେ ଚିହ୍ନଟ ହେବ ତାହେଲେ ଏହାର ଚିକିତ୍ସା ସହଜ ହୋଇଯିବ। ତେଣୁ ମାସ୍କ ପିନ୍ଧିବା ନିତାନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି। ଏହି ଫଙ୍ଗସ ନାକ ପରେ ଆଖିରେ ପହଞ୍ଚିଲେ ମଧ୍ୟ ଚିକିତ୍ସା ହୋଇପାରିବ। ହେଲେ ଯେତେବେଳେ ଏହା ମସ୍ତିଷ୍କରେ ପହଞ୍ଚିବ ସେତେବେଳେ ଏହା ବିପଦପୂର୍ଣ୍ଣ ହୋଇଯାଏ। ତେବେ ଏହି ଚିକିତ୍ସା ଟେଲିମିଡିସନ ଦ୍ୱାରା ହୋଇପାରବନି ବରଂ ଡାକ୍ତରଙ୍କ ପାଖକୁ ଯିବାକୁ ହେବ ବୋଲି ସେ କହିଛନ୍ତି। କରୋନା ଆକ୍ରାନ୍ତଙ୍କୁ ୬ ସପ୍ତାହ ଯାଏ ଜଗି ରଖି ଚଳିବାକୁ ପରାମର୍ଶ ଦେଇଛନ୍ତି।

Related story