Advertisment

ମୃତ୍ୟୁ ପରେ କରୋନା ଭୂତାଣୁ ନାକ ଓ ପାଟିରେ ସକ୍ରିୟ ରୁହେ ନା ନାହିଁ?

ନୂଆଦିଲ୍ଲୀ: କରୋନା ଭାଇରସର ଦ୍ୱିତୀୟ ଲହରରେ ହେଉଥିବା ମୃତ୍ୟୁ ସମସ୍ତଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି। ଏହି ମହାମାରୀ ଯୋଗୁ ପ୍ରାଣ ହରାଉଥିବା ଲୋକଙ୍କ ଭିତରେ ମଧ୍ୟ କରୋନା ଭୂତାଣୁ ଜୀବନ୍ତ ରହୁଛି। ତେବେ କରୋନା ସଂକ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁର କେତେ ସମୟ ଧରି ଭୂତାଣୁ ଜୀବନ୍ତ ରହିଥାଏ, ସେ ନେଇ ସୂଚନା ଦେଇଛନ୍ତି ଏମ୍ସର ଫରେନ୍ସିକ୍ ବିଭାଗ ମୁଖ୍ୟ ଡାକ୍ତର ସୁଧୀର ଗୁପ୍ତା। ଡାକ୍ତର ସୁଧୀର ଗୁପ୍ତା କହିଛନ୍ତି, ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁର ୧୨ରୁ […]

ରାଜ୍ୟରେ ସୁସ୍ଥ ହେଲେ ଆଉ ୮୧୮୨ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୯୮୭

corona

Advertisment

ନୂଆଦିଲ୍ଲୀ: କରୋନା ଭାଇରସର ଦ୍ୱିତୀୟ ଲହରରେ ହେଉଥିବା ମୃତ୍ୟୁ ସମସ୍ତଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି। ଏହି ମହାମାରୀ ଯୋଗୁ ପ୍ରାଣ ହରାଉଥିବା ଲୋକଙ୍କ ଭିତରେ ମଧ୍ୟ କରୋନା ଭୂତାଣୁ ଜୀବନ୍ତ ରହୁଛି। ତେବେ କରୋନା ସଂକ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁର କେତେ ସମୟ ଧରି ଭୂତାଣୁ ଜୀବନ୍ତ ରହିଥାଏ, ସେ ନେଇ ସୂଚନା ଦେଇଛନ୍ତି ଏମ୍ସର ଫରେନ୍ସିକ୍ ବିଭାଗ ମୁଖ୍ୟ ଡାକ୍ତର ସୁଧୀର ଗୁପ୍ତା।

Advertisment

ଡାକ୍ତର ସୁଧୀର ଗୁପ୍ତା କହିଛନ୍ତି, ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁର ୧୨ରୁ ୧୪ ଘଣ୍ଟା ପରେ କରୋନା ଭାଇରସ୍ ଭୂତାଣୁ ନାକ ଓ ମୁହଁରେ ସକ୍ରିୟ ରହେ ନାହିଁ, ଯେଉଁ କାରଣରୁ ମୃତକଙ୍କଠାରୁ ସଂକ୍ରମଣର ଅଧିକ ବିପଦ ନଥାଏ। ପିଟିଆଇକୁ ସାକ୍ଷାତକାର ଦେଇ ଡା. ଗୁପ୍ତା କହିଛନ୍ତି, ମୃତ୍ୟୁର ୧୨ରୁ ୧୪ ଘଣ୍ଟା ବ୍ୟବଧାନରେ ପ୍ରାୟ ୧୦୦ ମୃତଦେହର କରୋନା ଭାଇରସ୍ ସଂକ୍ରମଣ ପାଇଁ ପୁଣିଥରେ ଯାଞ୍ଚ କରାଯାଇଥିଲା, ଯାହାର ରିପୋର୍ଟ ନେଗେଟିଭ୍ ଆସିଛି। ଏହାର ଅର୍ଥ ମୃତ୍ୟୁର ୨୪ ଘଣ୍ଟା ପରେ ଭୂତାଣୁ ନାକ ଓ ମୁହଁରେ ସକ୍ରିୟ ରୁହେ ନାହିଁ।

ସେ କହିଛନ୍ତି, ବର୍ଷେ ଧରି ଏମ୍ସର ଫରେନ୍ସିକ୍ ମେଡିସିନ୍ ବିଭାଗରେ କୋଭିଡ୍-୧୯ ପଜିଟିଭ୍ ମେଡିକୋ-ଲିଗାଲ୍ ମାମଲା ଉପରେ ଅଧ୍ୟୟନ କରାଯାଇଥିଏଲା। ଏଥିରେ ମୃତଦେହର ପୋଷ୍ଟମର୍ଟମ୍ କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ମୃତ ଶରୀରରୁ ବାହାରୁଥିବା ତରଳ ପଦାର୍ଥକୁ ରୋକିବା ପାଇଁ ନାକ ଓ ମୁହଁର ବାଟକୁ ବନ୍ଦ କରାଯିବା ଦରକାର।

Advertisment

ସେ କହିଛନ୍ତି, ସୁରକ୍ଷା ଦୃଷ୍ଟିରୁ ଏଭଳି ମୃତଦେହର ଯତ୍ନ ନେଉଥିବା ଲୋକଙ୍କୁ ମାସ୍କ, ଗ୍ଲୋଭସ୍, ପିପିଇ କିଟ୍ ପିନ୍ଧିବା ଦରକାର। ସେହିପରି ମୃତକଙ୍କ ଅନ୍ତିମ ସଂସ୍କାର ପରେ ସେମାନଙ୍କର ଅସ୍ତି ଓ ପାଉଁଶ ସଂଗ୍ରହ କରିବା ସମ୍ପୂର୍ଣ୍ଣ ସୁରକ୍ଷିତ, କାରଣ ଅସ୍ତିରୁ ସଂକ୍ରମଣ ବ୍ୟାପିବାର କୌଣସି ବିପଦ ନାହିଁ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର୍) ପକ୍ଷରୁ ମେ’ ୨୦୨୦ରେ କୋଭିଡ୍‌-୧୯ ମୃତ୍ୟୁ ମାମଲାରେ ମେଡିକୋ-ଲିଗାଲ୍ ଅଟୋପ୍ସି ପାଇଁ ଷ୍ଟାଣ୍ଡାର୍ଡ ଗାଇଡଲାଇନ ଜାରି କରାଯାଇଥିଲା। ଏହି ଗାଇଡଲାଇନରେ ପରାମର୍ଶ ଦିଆଯାଇଥିଲା ଯେ କରୋନା ମୃତ୍ୟୁ ମାମଲାରେ ଫରେନ୍ସିକ ପୋଷ୍ଟମର୍ଟମ୍ ପାଇଁ ମୃତଦେହକୁ କାଟିବାରେ ବ୍ୟବହାର ହେଉଥିବା ଟେକନିକର ବ୍ୟବହାର କରାଯିବା ଉଚିତ୍ ନୁହେଁ। କାରଣ ଏହାଦ୍ୱାରା ମର୍ଚୁରୀ କର୍ମଚାରୀ ସତର୍କତା ଅବଲମ୍ବନ କରିବା ସତ୍ତ୍ୱେ ମୃତକଙ୍କ ଶରୀରରେ ଥିବା ତରଳ ପଦାର୍ଥ ସଂସ୍ପର୍ଶରେ ଆସିବା ଦ୍ୱାରା ସେମାନଙ୍କ ଭିତରେ ମାରାତ୍ମକ ରୋଗରେ ଆକ୍ରାନ୍ତ ହେବାର ବିପଦ ଦେଖା ଦେଇପାରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe