ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ୍ ପାଣି ପିଅନ୍ତୁ ଓ ସୁସ୍ଥ ରୁହନ୍ତୁ; ଜାଣନ୍ତୁ କେମିତି

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରତିଦିନ ସଠିକ୍ ପରିମାଣର ବିଶୁଦ୍ଧ ପାଣି ପିଇବା ନିହାତି ଜରୁରୀ। ଏହା ଆପଣମାନେ ଭଲ ଭାବେ ଜାଣିଛନ୍ତି। ଡାକ୍ତରମାନେ ସବୁବେଳେ ଠିକ୍ ପରିମାଣର ପାଣି ପିଇବା ପାଇଁ ପରାମର୍ଶ ଦେଇଥାଆନ୍ତି। ଆୟୁର୍ବେଦରେ ମଧ୍ୟ ପାଣିକୁ ବହୁତ ଗୁରୁତ୍ୱ ଦିଆଯାଇଛି। ଆୟୁର୍ବେଦ ଅନୁଯାୟୀ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ୍‌ ପାଣି ପିଇଲେ ଆପଣ ସବୁଦିନେ ସୁସ୍ଥ ରହିବେ। ତା’ହେଲେ ଆସନ୍ତୁ ଜାଣିବା ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ୍ ପାଣି ପିଇଲେ କ’ଣ […]

drinking

Rakesh Mallick
  • Published: Sunday, 01 October 2017
  • , Updated: 01 October 2017, 03:26 AM IST

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରତିଦିନ ସଠିକ୍ ପରିମାଣର ବିଶୁଦ୍ଧ ପାଣି ପିଇବା ନିହାତି ଜରୁରୀ। ଏହା ଆପଣମାନେ ଭଲ ଭାବେ ଜାଣିଛନ୍ତି। ଡାକ୍ତରମାନେ ସବୁବେଳେ ଠିକ୍ ପରିମାଣର ପାଣି ପିଇବା ପାଇଁ ପରାମର୍ଶ ଦେଇଥାଆନ୍ତି। ଆୟୁର୍ବେଦରେ ମଧ୍ୟ ପାଣିକୁ ବହୁତ ଗୁରୁତ୍ୱ ଦିଆଯାଇଛି। ଆୟୁର୍ବେଦ ଅନୁଯାୟୀ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ୍‌ ପାଣି ପିଇଲେ ଆପଣ ସବୁଦିନେ ସୁସ୍ଥ ରହିବେ। ତା’ହେଲେ ଆସନ୍ତୁ ଜାଣିବା ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ୍ ପାଣି ପିଇଲେ କ’ଣ ସବୁ ଉପକାର ମିଳେ।

୧- ଚାପମୁକ୍ତ ହେବା ପାଇଁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ ପାଣି ଅବଶ୍ୟ ପିଅନ୍ତୁ।

୨- ଯଦି ଆପଣ ରାତିରେ ଭଲ ନିଦ ଚାହୁଁଛନ୍ତି, ତା’ହେଲେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ୍ ପାଣି ନିଶ୍ଚିତ ପିଅନ୍ତୁ।

୩- ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ୍ ପାଣି ପଇଲେ ଶରୀରରେ ନୂଆ କୋଷ ତିଆରି ହୁଏ ଓ ମାଂସପେଶୀ ବି ମଜଭୁତ ହୁଏ।

୪- ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ୍‌ ପାଣି ପିଇଲେ ପେଟକୁ ବହୁତ ଫାଇଦା ମିଳିଥାଏ। ଶୋଇବା ପୂର୍ବରୁ ପାଣି ପିଇଲେ ପେଟ ସଫା ହୁଏ। ପାଚନତନ୍ତ୍ର ସୁସ୍ଥ ରହେ।

୫- ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ୍ ପାଣି ପିଇଲେ ଶରୀରରେ ରକ୍ତ ପ୍ରବାହ ଠିକ୍ ଭାବେ ହୁଏ। ରକ୍ତ ପ୍ରବାହ ଠିକ୍ ରହିଲେ ହୃତ୍‌ପିଣ୍ଡ ସୁସ୍ଥ ରହେ।

Related story