ଭିଟାମିନର ଗନ୍ତାଘର ସଜନା ଶାଗ: ୩ ବଡ଼ ରୋଗର ରହିଛି ମହୌଷଧି

  ସଜନା ଶାଗକୁ ବିଭିନ୍ନ ଜାଗାରେ ଲୋକେ ଭିନ୍ନ ଭିନ୍ନ ନାଁରେ ଜାଣନ୍ତି। ଅନେକ ସ୍ଥାନରେ ଏହାକୁ ସଜନା କହୁଥିବା ବେଳେ ଆଉ କେତେକ ଏହାକୁ ମୁନଗା ଓ ମୁରଙ୍ଗା ପତ୍ର ବୋଲି କହିଥାନ୍ତି।  ଏହାର ପତ୍ର ଓ ଛୁଇଁରେ  ଅନେକ ଔଷଧୀୟ ଗୁଣ ରହିଛି। ସଜନା ଶରୀର ପାଇଁ ଖୁବ୍‌  ଉପକାରୀ । ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ ୫ ଗ୍ଲାସ କ୍ଷୀରରେ ଯେତିକି କ୍ୟାଲସିୟମ  ରହିଛି ୧୦୦ ଗ୍ରାମ ସଜନା ପତ୍ରରେ ସେତିକି […]

jll-2

Rakesh Mallick
  • Published: Monday, 02 October 2017
  • , Updated: 02 October 2017, 05:29 PM IST

 

ସଜନା ଶାଗକୁ ବିଭିନ୍ନ ଜାଗାରେ ଲୋକେ ଭିନ୍ନ ଭିନ୍ନ ନାଁରେ ଜାଣନ୍ତି। ଅନେକ ସ୍ଥାନରେ ଏହାକୁ ସଜନା କହୁଥିବା ବେଳେ ଆଉ କେତେକ ଏହାକୁ ମୁନଗା ଓ ମୁରଙ୍ଗା ପତ୍ର ବୋଲି କହିଥାନ୍ତି।  ଏହାର ପତ୍ର ଓ ଛୁଇଁରେ  ଅନେକ ଔଷଧୀୟ ଗୁଣ ରହିଛି। ସଜନା ଶରୀର ପାଇଁ ଖୁବ୍‌  ଉପକାରୀ ।

ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ

୫ ଗ୍ଲାସ କ୍ଷୀରରେ ଯେତିକି କ୍ୟାଲସିୟମ  ରହିଛି ୧୦୦ ଗ୍ରାମ ସଜନା ପତ୍ରରେ ସେତିକି କ୍ୟାଲିସିୟମ ରହିଥାଏ। ଗୋଟିଏ ଲେମ୍ବୁ ତୁଳନାରେ ଏଥିରେ 5 ଗୁଣା ଅଧିକ ଭିଟାମିନ୍ ସି ରହିଥାଏ।ଖାଲି ସେତିକି ନୁହଁ ଏହାର ପତ୍ରରେ ପ୍ରୋଟିନ, ପୋଟାସିୟମ, ଆଇରନ୍, ମ୍ୟାଗ୍ନେସିୟମ ଓ ବି କମ୍ପ୍ଲେସ ଭଳି ପ୍ରଚୁର ଭିଟାମିନ ରହିଛି। ସଜନା ପତ୍ର ରଶ ପିଇଲେ ଡାଇରିଆ, ହଇଜା, ଜଣ୍ଡିସ୍ ଓ ଆମାଶୟ ଭଳି ରୋଗ ଭଲ ହୋଇଥାଏ। ଏହାର ଛୁଇଁ  ଓ ପତ୍ରକୁ ପାଣିରେ ସିଝାଇ ତାର ବାମ୍ଫକୁ ଶୁଙ୍ଘିଲେ ଥଣ୍ଡାରୋଗୀର ଶ୍ୱାସକ୍ରିୟାକୁ ଆରାମ ମିଳିଥାଏ। ଗର୍ଭାବସ୍ଥାରେ ସଜନା ଫୁଲ ଓ ଛୁଇଁ ଖାଇବା ଦ୍ୱାରା ଉଭୟ ମା’ ଓ ପିଲା ପାଇଁ ଲାଭକାରୀ ହୋଇଥାଏ। ଏହା ମଣିଷର ସେକ୍ସ ପାଓ୍ୱାର ମଧ୍ୟ ବଢ଼ାଇଥାଏ। ପୁରୁଷଙ୍କ ଶୁକ୍ରାଣୁ ବଢ଼ାଇବା ଓ ଗାଢ଼୍ କରିବାରେ ଏହା ସହାୟକ ହୋଇଥାଏ।  ସେହିପରି ମଳକଣ୍ଟକ ଓ କୋଷ୍ଟକାଠିନ୍ୟ ଭଳି ରୋଗ ପାଇଁ ଏହା ଉତ୍ତମ ଔଷଧୀର କାମ କରେ।

Related story